ଅଗଷ୍ଟ ୫ରେ ହେବ ରାମ ମନ୍ଦିର ପାଇଁ ଭୂମିପୂଜା, ଯୋଗଦେବେ ୨୦୦ ଲୋକ

ନୂଆଦିଲ୍ଲୀ, ୨୨/୭(ଏସ୍‌ଏସ୍‌ନିୟୁଜ)ପୂର୍ବରୁ କରୋନା ମହାମାରୀ ଯୋଗୁଁ ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜା ପାଇଁ ଦୁଇଟି ନୂଆ ତାରିଖ ଆପାତଃ ସ୍ଥିର ହୋଇଥିଲା । ଅଗଷ୍ଟ ୩ କିମ୍ବା ୫ ତାରିଖରେ ଭୂମିପୂଜା ଅନୁଷ୍ଠିତ ହେବ ବୋଲି ପୂର୍ବରୁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଥିବା ବେଳେ ଆଜି ଭୂମିପୂଜା ପାଇଁ ତାରିଖ ଧାର‌୍ୟ୍ୟ ହୋଇଛି । ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଭୂମିପୂଜା ହେବ ବୋଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଭୂମିପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବା ସହ ପ୍ରାୟ ୨୦୦ ଲୋକ ଏଥିରେ ଯୋଗ ଦେବେ ବୋଲି ଜଣା ପଡିଛି ।

Comments (0)
Add Comment