ଏ.ଆଇ.କେ.କେ.ଏମ୍‌.ଏସ ପକ୍ଷରୁ ଦାବି..

ଡେଲାଙ୍ଗ ୧୫ ।୧୦(ଏସଏସନିୟୁଜ)କୃଷିଜାତ ପଦାର୍ଥ ପାଇଁ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ ଏସ୍ ପି) ଧାର୍ଯ୍ୟ କରିବା ସହ ୧୯୫୫ ମସିହାରୁ ରହିଆସିଥିବା ଆବଶ୍ୟକୀୟ ସାମଗ୍ରୀର ସଂଶୋଧନ ଆଇନ, ପ୍ରାଇଭେଟ ମଣ୍ଡି ବ୍ୟବସ୍ଥା ଓ ଚୁକ୍ତିଭିତିକ ଚାଷ ଆଇନ ଆଦି ୩ଦଫା ଦାବିନେଇ ବୁଧବାର ତୁହାକୁତୁହା ବର୍ଷାସତ୍ୱେ ଅଲ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଗଠନ ଡେଲାଙ୍ଗ ଆଂଚଳିକ କମିଟି ପକ୍ଷରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ରାଜ୍ୟ ସମ୍ପାଦକ ତଥା ଏସ.ୟୁ .ସି .ଆଇ କମ୍ୟୁନିଷ୍ଟ ନେତା କମ୍ରେଡ ରଘୁନାଥ ଦାସଙ୍କ ନେତୃତ୍ୱରେ ଜିଲା କମିଟି ସଭାପତି ଗଙ୍ଗାଧର ପ୍ରଧାନ ବ୍ଲକ କମିଟି ସଭାପତି ଦୀନବନ୍ଧୁ ପରିଡା,ସଂପାଦକ ବଟକୃଷ୍ଣ ସ୍ୱାଇଁ ,ଗୋଲକ ବରାଳ ,ପଦ୍ମଚରଣ ଜେନା,ତ୍ରିନାଥ ପ୍ରଧାନ,ପ୍ରଶାନ୍ତ ବେହେରା,ଟୁକୁନା ବେହେରା ପ୍ରମୁଖ କର୍ମୀମାନେ ବେରବୋଇ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ

ପ୍ଲାକାର୍ଡ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସଂଗଠନର ସର୍ବଭାରତୀୟ କେନ୍ଦ୍ର କମିଟି ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ଧାରଣା ସମାବେଶ ସ୍ଥଳରେ ବକ୍ତାମାନେ କଂଗ୍ରେସ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇ ବିଜେପି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଚାଷୀ ବିରୋଧୀ ଏହି ଆଇନ ଦ୍ୱାରା ନିମ୍ନ ଓ ମଧ୍ୟମବର୍ଗର ଚାଷୀମାନେ ପ୍ରଭାବିତ ହେବା ସହ ନିଜ ନିଜ ଜମିର ସତ୍ୱାଧିକାର ଆଶଙ୍କା ରହିଥିବା ଦର୍ଶାଇ ଏହି ସଂଶୋଧନ ଆଇନର ପ୍ରତ୍ୟାହାର ଓ ସହାୟକ ଦର ବୃଦ୍ଧିର ଆବଶ୍ୟକତା ସଂପର୍କରେ ଜନ ସଚେତନତା ସୃଷ୍ଟି ପୂର୍ବକ ଦୃଢଗଣ ଆନ୍ଦୋଳନ କରାଯିବା ପାଇଁ ଆହ୍ୱାନ ଦେଇଥିଲୋ ।(ଡେଲାଙ୍ଗ ରୁ ଚିତଜେନାଙ୍କ ରିପୋର୍ଟ )

Comments (0)
Add Comment