ଆଜି ଦେଖାଯିବ ବର୍ଷର ଶେଷ ସୂର୍ଯ୍ୟପରାଗ

ଭୁବନେଶ୍ବର,୧୪/୧୨(ଏସଏସନିୟୁଜ)ଆଜି ଦେଖାଯିବ ବର୍ଷର ଶେଷ ସୂର୍ଯ୍ୟପରାଗ। ତେବେ ଭାରତରେ ଏହି ପରାଗ ଦେଖାଯିବ ନାହିଁ ।କେବଳ ଚିଲି ଓ ଆର୍ଜେଣ୍ଟିନାର କିଛି ଅଞ୍ଚଳରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।ଆଂଶିକ ପରାଗ ଉତ୍ତର ଆମେରିକା, ଉତ୍ତର ଆଫ୍ରିକା ତଥା ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ଦେଖାଯିବ। ଏହା ଭାରତୀୟ ସମୟ ସନ୍ଧ୍ୟା ୭ଟା ୩ ମିନିଟରୁ ଆରମ୍ଭ ହୋଇ ରାତି ୧୨ଟା ୩୦ ମିନିଟ୍ ବେଳକୁ ଶେଷ ହେବ ।ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିଅମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବା ଅନୁସାରେ, ୨୦୨୨ ମସିହା ଅକ୍ଟୋବର ୨୫ ତାରିଖରେ ଭାରତରେ ପରବର୍ତ୍ତୀ ସୂର୍ଯ୍ୟପରାଗ ଦେଖାଯିବ।

Comments (0)
Add Comment