ଆଜି ଦିନସାରାର ଖବର ସଂକ୍ଷେପରେ

ଆଜି ରଜ ଉତ୍ସବର ତୃତୀୟ ତଥା ଅନ୍ତିମ ଦିନ: କରୋନା କଟକଣା ପାଇଁ ଆଜି ବି ଖାଁ ଖାଁ ଆମ୍ବ ତୋଟା, ଏବର୍ଷ ଫିକା ପଡ଼ିଲା ମଉଜ
ପୁରୀ : ଅଣସରର ଆଜି ଦଶମୀ ଦିବସ, ମହାପ୍ରଭୁଙ୍କ ଚକାବିଜେ ନୀତି । ଆଜି ରାଜବୈଦ୍ୟଙ୍କ ଘରୁ ଆସିବ ଦଶମୂଳ ମୋଦକ । ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଲାଗି ହେବ । ଏକାଦଶୀରେ ସୁଧ ସୁଆରଙ୍କ ଘରୁ ଖଳି ଆସି ଲାଗି କରାଯିବ ।
ପୁରୀ: ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି। ମହାସ୍ନାନ ସାରି ଅସୁସ୍ଥ ହୋଇ ପଡ଼ିଥିଲେ ବ୍ରହ୍ମାଣ୍ଡ ଠାକୁର। ଅଣସରରେ ଶୋଇ ରହିଥିଲେ ଶ୍ରୀଜିଉ । ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ଆଜି ସାମାନ୍ୟ ସୁସ୍ଥ ହୋଇଛନ୍ତି ଠାକୁର। ଆଜି ପରେ ଉଠି ବସିବେ। ଅଣସର ଘରର ପୂର୍ବ ଭାଗରେ ଥିବା ତିନୋଟି ଚକାକୁ ସେବକମାନେ ଗଡାଇ ଗଡାଇ ଆଣିବେ। ତାରି ଉପରେ ବସିବେ ତିନି ଠାକୁର ।
ସୁପ୍ରିମକୋର୍ଟ: ସୁପ୍ରିମକୋର୍ଟରେ ୧୮ ତାରିଖରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି । ଓଡ଼ିଶା ବିକାଶ ପରିଷଦ ଦାୟର କରିଥିବା ମାମଲାର ଶୁଣାଣି ହେବ, ଓଡ଼ିଶା ବିକାଶ ପରିଷଦ ଓକିଲ ହିତେନ୍ଦ୍ର ନାଥ ରଥଙ୍କ ସୂଚନା ।
ଆଜି ଶେଷ ରଜରେ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ୧୫ ଜିଲ୍ଲାରୁ ୧୦୮ ନୂଆ ପଜିଟିଭ ଠାବ । ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୯୫ ଓ ସ୍ଥାନୀୟ ଅଂଚଳରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ।
ଖୁସି ଖବର : ଆଜି ଶେଷ ରଜରେ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨୯୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩. ୪୩ ଲକ୍ଷ ଟପିଲା; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୧୦, ୬୬୭ ।
ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା: ଆଜିଠୁ କରୋନା ଲକ୍ଷଣ ପାଇଁ ଘର ଘର ବୁଲି ସର୍ଭେ କରିବେ ଆଶା ଦିଦି ଓ ANM କର୍ମୀ। କରୋନା ଲକ୍ଷଣର ହେବ ଯାଞ୍ଚ, ଜୁଲାଇ ୩୧ ପଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ ।
ଭୁବନେଶ୍ବର : ୧୯ରେ ପୁଣି ଏକ ଲଘୁଚାପ ନେଇ ପୂର୍ବାନୁମାନ ।ମୌସୁମୀ ପ୍ରଭାବରେ ଗତ ୫ ତାରିଖରୁ ଆଜି ଯାଏ ରାଜ୍ୟରେ ୨୩ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ । ଆଜି ୯ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୮ରୁ ବଢ଼ିବ ବର୍ଷା । ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୪ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଜୁନ୍‌ରେ ସ୍ୱାଭାବିକଠାରୁ ୨୩% ଅଧିକ ବର୍ଷା ।
ମାଲକାନଗିରି : ମାଲକାନଗିରିର ମାଥିଲିରୁ ଆସିଲା ଅଭାବନୀୟ ଚିତ୍ର । ଆର୍ଥିକ ଅଭାବରୁ ସ୍ତ୍ରୀ ସହ ୪ ଛୁଆଁକୁ ଭାତରେ ଜହର ଦେଲା ବାପା ।
ଖୋର୍ଦ୍ଧା ଜିଲ୍ଲାରେ ବଢିଲା କଟକଣା : ଦିନ ୨ଟାରୁ ସକାଳ ୬ଟା ଯାଏଁ ସଟ୍‌ଡାଉନ୍, ଜୁନ୍ ୩୦ ଯାଏଁ ଲାଗୁ ।
ଦେଶରେ ବୃଦ୍ଧି ପାଉଛି କରୋନାର କହର କଣ୍ଟେନମେଣ୍ଟ ଜୋନରେ କୋଭିଡ ପରୀକ୍ଷଣ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ବ୍ୟବହାର କରିବାକୁ ICMRର ସୁପାରିଶ ।
ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ୫ ନୂଆ ପଜିଟିଭ ଚିହ୍ନଟ। ୫ ପଜିଟିଭ ଚିହ୍ନଟ ହେବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଲା ବିଏମ୍‌ସି।
ଭୁବନେଶ୍ୱର : ଆଜି ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମେଡିକାଲ୍ ଅଫିସର୍ ।
ନୂଆପଡ଼ା : ୧୨୦ ବର୍ଷୀୟ ବୃଦ୍ଧାଙ୍କୁ ଖଟିଆରେ ଘୋଷାଡ଼ି ଘୋଷାଡ଼ି ବ୍ୟାଙ୍କ ନିଆଯିବା ଘଟଣା । ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ନିଲମ୍ୱନ କଲେ ବ୍ୟାଙ୍କ ଅଧ୍ୟକ୍ଷ ।
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଡ଼କାପଦରରେ ଟ୍ରାକ୍ଟର ଓଲଟି ୪୦ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତ ଗୁରୁତରଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଚିଠି ଲେଖିଲେ ପ୍ରତାପ ଷଡ଼ଙ୍ଗୀ। ଲୋକଙ୍କ ଜୀବନ ଓ ଜୀବିକା ବଞ୍ଚାଇବା ପାଇଁ ପଦକ୍ଷେପ ନେବାକୁ ଦାବି। ସେପଟେ ସରସ୍ୱତୀ ବିଦ୍ୟା ମନ୍ଦିର ଏବଂ ଅନ୍ୟ ନନ୍-ପ୍ରଫିଟ୍ ଶିକ୍ଷାନୁଷ୍ଠାନ ପାଇଁ ମାଗଣା ପୁସ୍ତକ ବଣ୍ଟନ ପାଇଁ ନବୀନଙ୍କୁ ଅନୁରୋଧ ।
ନୟାଗଡ଼ : ପଦ୍ମାବତୀ ନଦୀ ଗର୍ଭରୁ ମନ୍ଦିର ଦୃଶ୍ୟମାନ ହେବା ଘଟଣା । ଆଜି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ASI ଅଧିକାରୀ । ASI ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯିବେ ଜିଲ୍ଲା ପ୍ରଶାସନ ଅଧିକାରୀ ।
ସୋର : ସୋର ଥାନା ସବିରା ଅଞ୍ଚଳରେ ନବବଧୂକୁ ହତ୍ୟା ଅଭିଯୋଗ ଆସିଛି । ମୃତକ ହେଲେ ସବିତା ମାଝି । ଘର ଭିତରୁ ସବିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ଘରୋଇ କଳି ଯୋଗୁ ସବିତା ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ଲୋକେ କହିଛନ୍ତି ।
କେନ୍ଦୁଝର : ଆଜି ଆଉ ୩ଜଣ କୋରନା ରୋଗୀ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଦିସଚାର୍ଜ ହୋଇଛନ୍ତି , ତେବେ କେନ୍ଦୁଝର ରେ ସମୁଦାୟ ୭୫ ଜଣ ରୋଗୀ ଥିବା ବେଳେ ସେଥିମଧ୍ୟରୁ ୪୨ଜଣ ଆକ୍ଟିଭ ଅଛନ୍ତି । ଆଜି ୩ଜଣଙ୍କୁ ମିଶେଇ ସମୁଦାୟ ୩୩ ଜଣ ଡ଼ିସଚାର୍ଜ ହୋଇଛନ୍ତି ।
ଆନନ୍ଦପୁର : ଗ୍ୟାସ ଚୁଲାରୁ ଅଗ୍ନିକାଣ୍ଡ , ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁରେ ଗ୍ୟାସ୍‌ରୁ ନିଆଁ ଲାଗି ଜଣେ ମହିଳା ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ନିକଟସ୍ଥ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହେଲେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଲଗାତାର ଅବନତି ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
କରଞ୍ଜିଆ : ଶ୍ବଶୁରଙ୍କ ତୀର ମାଡରେ ବୋହୂ ଗୁରୁତର ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଶିମିଳିପାଳ ପାଦଦେଶରେ ଥିବା ତୁଳସିବଣି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସମସ୍ତେ ରଜ ପର୍ବ ଉପଲକ୍ଷେ ମସଗୁଲ ଥିବାବେଳେ ଶ୍ବଶୁରଙ୍କ ତୀର ମାଡରେ ବୋହୂ ଗୁରୁତର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
କରୋନା କଟକଣା ଯୋଗୁଁ ସହରାଞ୍ଚଳର ୩୦ ଭାଗ ଲୋକଙ୍କ ଅବସ୍ଥା ଶୋଚନୀୟ । କମୁଛି ରୋଜଗାର, ସରିଲାଣି ୧୪ କୋଟି ଲୋକଙ୍କ ସଂଚୟ ।
ଚନ୍ଦ୍ରଶେଖରପୁର: ଭୁବନେଶ୍ବରରୁ କନ୍ଧମାଳ ଫେରୁଥିଲେ ଯୁବତୀ।ରାସ୍ତାରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ।ଏବେ ଭାଣିଜୀଙ୍କୁ ଅପହରଣ କରାଯାଇଛି ବୋଲି ମାମୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ମାମଲାକୁ ନେଇ ନୀଳାଦ୍ରିବିହାର ବସ୍ତିରେ ଜୋର୍‌ଦାର ଚର୍ଚ୍ଚା ଚାଲିଛି।
ବ୍ରହ୍ମପୁର : ଇଣ୍ଡିଆନ୍ ଏୟାରଫୋର୍ସ ନିଯୁକ୍ତି ନିମନ୍ତେ ହେବାକୁ ଥିବା ଡାକ୍ତରୀ ପରୀକ୍ଷା ଜୁଲାଇ ମାସ ବଦଳରେ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଅନୁଷ୍ଠିତ ହେବ। ଏ ସଂପର୍କରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି । ଜୁଲାଇ ୬ ତାରିଖରେ ପଶ୍ଚିମବଙ୍ଗ ଖଡଗପୁରର ୪4AFH କଲାଇକୁଣ୍ଡା ଠାରେ ଡାକ୍ତରୀ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା।
ନୟାଗଡ଼: ବାଘ ଛାଲ ଲିଙ୍କରେ ରଣପୁର ବ୍ଲକ ବାଉଁଶଗଡ଼ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଜଣଙ୍କୁ ଉଠାଇନେଲା ବନ ବିଭାଗ, ଅଭିଯୁକ୍ତ ବନ୍ଧମୁଣ୍ଡା ପଞ୍ଚାୟତ ଜାମୁଗଣ୍ଡ ଗାଁର ସୂଚନା, ନିକଟରେ ଏହି ଗାଁରୁ ୨ଟି ବାଘ ଛାଲ ଜବତ ହୋଇଥିଲା ଓ ଏହାର ମାଷ୍ଟରମାଇଣ୍ଡ ଗିରଫ ହୋଇଛି।
କଟକ : ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ମହାନଦୀ ସେତୁରୁ ଜଣେ ଯୁବତୀ ଫୋନରେ କଥା ହୋଇ ମହାନଦୀ ସେତୁରୁ ଡେଇଁ ପଡ଼ି ଆତ୍ମହତ୍ୟା । କାରଣ ଅସ୍ପଷ୍ଟ,
ରାଉରକେଲା : ବୟସ ପୂରିନି ୧୮ ହେଲେ ସୋସିଆଲ ମିଡିଆରେ କରୁଛନ୍ତି ଖେଳ । ଆଇଏସ, ଆଇପିଏସ୍ ଏବଂ ରାଜନେତାଙ୍କ ନାଁରେ ଫେକ୍ ଫେସବୁକ୍ ଆଇଡି ଖୋଲି ଅର୍ଥ ଆଦାୟ କରୁଥିଲେ। ଏହି ଘଟଣାରେ ବଲାଙ୍ଗୀରରୁ ତାଙ୍କୁ ଗିରଫ କରିଛି ରାଉକେଲା ପୋଲିସ୍ ।
କୋରାପୁଟ : ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ । କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ କେରଳ ଚୋରା ଚାଲାଣ ବେଳେ ମାଛକୁଣ୍ଡ ଲମତାପୁଟ ପୋଲିସ ହାତରେ ଧରା ପଡିଛି । ଗାଡିକୁ ଜବତ କରିବା ସହ କିଛି ଯୁବକଙ୍କୁ ଅଟକ ରଖିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀ ନାହିଆଡିଆ କୂଳରେ ରଜ ମଉଜ କରିବା ସହ ଭୋଜିଭାତର ଆୟୋଜନ କରି ନଦୀ ଭିତରକୁ ଚାଲିଯାଇ ଟିକଟକ୍ ସୁଟିଂ କରୁଥିଲେ ।ତେବେ ନଦୀରେ ପାଣି ଅଧିକ ଥିବାରୁ ଜଣେ ଯୁବକ ଭିଡିଓ ସୁଟିଂ ବେଳେ ବୁଡି ଯାଇ ପ୍ରାଣ ହରାଇଥିଲେ । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ସ୍ଥାନୀୟ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ପୁରୁଣା ଭୁବନେଶ୍ୱର :କାହାକୁ ଛାଡ଼ୁନାହାନ୍ତି ସାଇବର୍ ଠକ : କମିସନରେଟ୍ ପୁଲିସ୍ ଅଧୀନରେ କାର‌୍ୟ୍ୟରତ ଜଣେ ମହିଳା କନେଷ୍ଟବଳଙ୍କ ଏଟିଏମ୍ କାର୍ଡ କ୍ଲୋନିଂ କରି ଦୁର୍ବୃତ୍ତ ତାଙ୍କ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା ଲୁଟି ନେଇଛି। ଲୁଟ୍ର ଶିକାର ମହିଳାଜଣଙ୍କ ହେଲେ, ଏୟାରଫିଲଡ୍ ଥାନା ଅଧୀନ ଏବରଙ୍ଗରେ ରହୁଥିବା ଗୀତାଞ୍ଜଳି ନାୟକ (୪୨)।
ଭୁବନେଶ୍ୱର: ଲଗାତାର ଦଶମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୪୭, ଡିଜେଲ ଲିଟର ପିଛା ୫୭ ପଇସା ବଢ଼ିଲା । ତୈଳ ଦର ବୃଦ୍ଧି ଯୋଗୁଁ ବସ୍ ଭଡ଼ା ବଢ଼ାଇଲେ ସରକାର । ଅର୍ଡିନାରୀ ବସ୍ ଭଡ଼ା ୬୭ରୁ ୭୦ ପଇସାକୁ ବୃଦ୍ଧି । ଏକ୍ସପ୍ରେସ ବସ୍ ଭଡ଼ା ୭୦ରୁ ୭୩ ପଇସା, ଡିଲକ୍ସ ଭଡ଼ା ୯୫ରୁ ୧ ଟଙ୍କା ୧ ପଇସାକୁ ବଢ଼ିଲା । ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୭ରୁ ୧ ଟଙ୍କା ୨୩କୁ ବଢ଼ିଲା । ସୂଚନା ଦେଲେ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ।
ବାରିପଦା : ମୋରଡ଼ା ଥାନା ମାକୁନ୍ଦ ଗାଁରେ ଅଭାବନୀୟ ଘଟଣା : ପୋଖରୀରେ ବୁଡି ୨ ଯାଆ ମୃତ, ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ବୈଠକ ସାରି ଫେରୁଥିଲେ, ଫେରିବାରେ ବିଳମ୍ବ ହେବାରୁ ଘରଲୋକେ ଖୋଜିଥିଲେ, ଗାଁ ପୋଖରୀରୁ ଉଭୟଙ୍କ ମୃତଦେହ ଉଦ୍ଧାର କଲେ ଗ୍ରାମବାସୀ ।
ଜୁନ୍ ୩୦ ପରେ ୩୦% ଅଧ୍ୟାପକଙ୍କୁ ନେଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ଦାବି କଲା ଅଧ୍ୟାପକ ସଂଘ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟିଲେ ଅଧ୍ୟାପକ ସଂଘର କର୍ମକର୍ତ୍ତା । ଏଭଳି ସମୟରେ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର‌୍ୟ୍ୟଚକିତ କରିଛି।
୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀମାନଙ୍କଠାରୁ ପରାମର୍ଶ ଆହ୍ବାନ କଲେ ମୋଦି । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ଦ୍ବାରା କୋରୋନା ନିୟନ୍ତ୍ରଣ ସମ୍ଭବ ହୋଇଛି, ଭାରତରେ କୋରୋନା ଆରୋଗ୍ୟ ହାର ୫୦ ପ୍ରତିଶତ ଉପରେ ରହିଛି ।କୋରୋନାରେ କୌଣସି ଭାରତୀୟଙ୍କ ମୃତ୍ୟୁ ଦୁଃଖଦ, ଭାରତରେ ଅନ୍ୟ ରାଷ୍ଟ୍ର ଭଳି ବିନାଶ ସୃଷ୍ଟି କରିନି କୋରୋନା । ଆମେ ଯଦି ସବୁ ନିୟମ ପାଳିବା ତେବେ ବହୁତ କମ କ୍ଷତି ହେବ । ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦେଲେ ପ୍ରଧାନମନ୍ତ୍ରୀ ।
ଦିଲ୍ଲୀ : ଏଣିକି କୋରନା ୱାର୍ଡ ରେ ଲାଗିବ CCTV । ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ଥିବା କରୋନା ଓ୍ୱାର୍ଡରେ ସିସିଟିଭି ଲଗାଇବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଏନେଇ ସଂପୃକ୍ତ ହସ୍ପିଟାଲକୁ ଜଣାଇ ଦିଆଯାଇଛି । ଆକ୍ରାନ୍ତଙ୍କ ଚିକିତ୍ସା ଅନୁଧ୍ୟାନ ଲାଗି ସିସିଟିଭି ଲଗାଇବାକୁ ଶାହ କହିଥିଲେ ।
ନୂଆଦିଲ୍ଲୀ : ଆଉ ଅପେକ୍ଷା ମୁଡ୍‌ରେ ନାହାଁନ୍ତି ବିସିସିଆଇ ଅଧିକାରୀ, ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ଯାଇପାରେ ଆଇପିଏଲ ।ଇନସାଇଡ୍ ସ୍ପୋର୍ଟର ସୂଚନାନୁସାରେ, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ ମଧ୍ୟରେ ଆଇପିଏଲର ଆୟୋଜନ ପାଇଁ ପ୍ରୟାସ କରୁଥିବା ସୂଚନା ମିଳିଛି ।
ମୁମ୍ବାଇ : ପଞ୍ଚଭୂତରେ ବିଲୀନ ହେଲେ ବଲିଉଡର ଧୋନୀ: ଅନ୍ତିମ ଶୋଭାଯାତ୍ରାରେ ସାମିଲ ହେଲେ ଅନେକ ବଲିଉଡ୍ କଳାକାର । ସୁଶାନ୍ତଙ୍କ ସାଥି ରିଆ ଚକ୍ରବର୍ତ୍ତୀଙ୍କ ସହ ନିକଟ ସଂପର୍କୀୟଙ୍କୁ କ୍ରାଇମ୍ ବ୍ରାଞ୍ଚର ପଚରାଉଚରା । ସେପଟେ ସହିପାରିଲେନି ସୁଶାନ୍ତଙ୍କ ମୃତ୍ୟୁ ଖବର ଅନ୍ତିମ ସଂସ୍କାର ବେଳେ ଟଳି ପଡ଼ିଲେ ଭାଉଜ ସୁଧା ଦେବୀ ।
ଜାମ୍ମୁ-କାଶ୍ମୀର: ଶୋପିଆଁ ଅଞ୍ଚଳର ତୁକର୍ଓାଙ୍ଗମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ।
ନ୍ୟୁଜିଲ୍ୟାଣ୍ଡ : ନ୍ୟୁଜିଲ୍ୟାଣ୍ଡ ର ୱେଲିଂଟନ୍ ରେ ସପ୍ତାହେ ତଳେ ନିଜକୁ କରୋନା ଦେଶ ମୁକ୍ତ ବୋଲି ନ୍ୟୁଜିଲ୍ୟାଣ୍ଡ ଘୋଷଣା କରିଥିବା ବେଳେ ଏବେ ସେଠାକୁ ପୁଣି ଫେରିଛି କରୋନା ।ଏମିତିକି ଅନେକ ଲୋକ ସେଲିବ୍ରେସନ୍ ମଧ୍ୟ କରିଥିଲେ। ତେବେ ଦୁଇ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ନ୍ୟୁଜିଲ୍ୟାଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି। ଏହି ଦୁଇ ଆକ୍ରାନ୍ତ ଆମେରିକାରୁ ଫେରିଥିଲେ।
ଭାରତ-ଚୀନ ସୀମାରେ ଉତ୍ତେଜନା : ଭାରତ-ଚୀନ ସୀମାର ଗାଲୱାନ ଭ୍ୟାଲିରେ ଚୀନ ସେନାର ଆକ୍ରମଣରେ ୩ ଭାରତୀୟ ଯବାନ ସହିଦ, ଜଣେ କର୍ଣ୍ଣେଲ ଏବଂ ଦୁଇ ଯବାନ ସହିଦ ହୋଇଥିବା ସୂଚନା ।
ଆମେରିକା : ଆମେରିକାରେ ହଙ୍କେସିନ ସହରରେ ସବୁଠୁ ଉଚ୍ଚ ହନୁମାନ ଜୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ୨୫ ଫୁଟ୍ ଲମ୍ବର ଏହି ପ୍ରତିମୂର୍ତ୍ତିର ଓଜନ ୩୦ ହଜାର କିଲୋଗ୍ରାମ। ଏହି ପ୍ରତୀମାକୁ ଭାରତରେ ନିର୍ମାଣ କରାଯାଇ ଜାହାଜ ଜରିଆରେ ଆମେରିକା ଅଣାଯାଇଛି। ଏହି ମୂର୍ତ୍ତିର ଆନୁମାନିକ ମୂଲ୍ୟ ୧ ଲକ୍ଷ ଡଲାର ହୋଇଥିବା କୁହାଯାଉଛି।

Comments (0)
Add Comment