ଆଜିର ରାଶିଫଳ

୨୦୨୩ମସିହା ଅପ୍ରେଲମାସ ୨ ତାରିଖ ରବିବାର।ଶ୍ରୀମନ୍ଦିରରେ ବନବାସ, ସର୍ବସମ୍ମତ ବ୍ୟଞ୍ଜୁଳୀ ମହାଦ୍ବାଦଶୀ, ବୈଷ୍ଣବସମ୍ମତ ଏକାଦଶୀ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୩/୩୯,ସୂର୍ଯ୍ୟାସ୍ତ- ଘ୫/୫୭/୧୯।ଚୈତ୍ରମାସ,ଶୁକ୍ଳପକ୍ଷ ,ଆଦିତ୍ୟବାସ,
ତିଥି- ଦ୍ବାଦଶୀ (ଅହୋରାତ୍ର)।କର୍କଟ ଓ ମକର ରାଶିର ଘାତଚନ୍ଦ୍ର।ମେଷରାଶିର ଘାତବାର।ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ ଭକ୍ଷଣ ନିଷେଧ।
🐏ମେଷ-ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେନାହିଁ। କୋର୍ଟକଚେରୀ ଧନ୍ଦା ମଧ୍ୟରେ ଆଶ୍ଵସ୍ତି ବଢିବ ଓ ସମୟ ଗଡିଚାଲିବ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ।
🐮ବୃଷ-ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନକରିବେ। ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟପ୍ରାପ୍ତି ହେବ। ପାରି ବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି -ସୁରକ୍ଷା ହେବ ।
👩‍❤️‍👨ମିଥୁନ-ବ୍ୟବସାୟୀମାନ ଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ।କର୍ମକ୍ଷେତ୍ର ରେ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ।
🦀କର୍କଟ-ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚ ମାନ୍ୟତାରେ ହ୍ରାସ ହେବ। ବ୍ୟବସାୟ ବଢାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକ ମାନେ ବେସୀ ଉପକୃତ ହେବେ।
🦁ସିଂହ-ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନୈରାଶ୍ୟର ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବେ। କର୍ମ କ୍ଷେତ୍ରରେ ନାନା ପ୍ରକାର ସଂଘର୍ଷ ମଧ୍ୟରେ ବାଟ ଚାଲିବେ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ।
⚖️ତୁଳା-ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ର ରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ଉଚ୍ଚ ସମ୍ଭବନାର ଆଶାଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ।
🦂ବିଛା-ସୁଖସମ୍ପଦ ପ୍ରାପ୍ତି ହେବ। ନୂତନକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ। ଦୂରଯାତ୍ରାରେ ବିବାଦମୁକ୍ତ ନିରୁପଦ୍ରବ ଜୀବନ ଚର୍ଯ୍ୟା ମଧ୍ୟେ ସମୟ ବିତିବ ।
🏹ଧନୁ-ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ କୌଣସି ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହିବେ। ଶ୍ଵଶୁର ଘର କିମ୍ବା ଜମିବାଡି ନେଇ କେତେକ ସମସ୍ୟା ଦେଖାଦେଇ ପରେ।
🐊ମକର-ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ। ଆକସ୍ମିକ ଧନ ପ୍ରାପ୍ତି ହେବ। ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହିବ ଓ ବନ୍ଧୁତ୍ଵ ବୃଦ୍ଧି ପାଇବ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ।
🏺କୁମ୍ଭ-ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନଭୂଷଣ ରେ ଅଧିକ ବ୍ୟୟ ଘଟିବ। ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ। ପାରିବାରିକ ସମସ୍ୟା ଗୁଡିକୁ ସୁଧାରୀ ନେଇସମ୍ମାନ ଓ ପ୍ରଶଂସା ପାଇବେ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ଉତ୍ତୀର୍ଣ୍ଣ ହେବେ। ନୂତନ ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ।
🐟ମୀନ-ଉଦ୍ୟମ ବଳରେ ସିଦ୍ଧିପ୍ରାପ୍ତି ଓ ଉଚ୍ଚସ୍ଥାନ ସଂପୃକ୍ତି ଭଳି ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧି ଆଶା କରି ହେବ। ପରିବାରରେ ମନୋମାଳିନ୍ୟ ମେଣ୍ଟିଯିବ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟହେବ। ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରା ଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍।

ନୀତିବାଣୀ-ଜଣେ ସାଧୁଙ୍କୁ ପଚରାଗଲା ..ରାଗ କ’ଣ?
ସେ ବହୁତ ସୁନ୍ଦରଭାବରେ ଉତ୍ତରଦେଲେ , ଏହାହେଉଛି ଏକଦଣ୍ଡ ଯାହା ଅନ୍ୟର ଭୁଲ୍ ପାଇଁ ଆମେ ନିଜକୁ ଦେଇ ଥାଉ..
ବାସ୍ତୁଟିପ୍ପଣୀ-ବାସ୍ତୁଶାସ୍ତ୍ରରେ ଟ୍ୟାପରୁ ଲଗାତାର ବାହାରୁଥିବା ପାଣି ହୋଇଥାଏ, ଯଦି ଆପଣଙ୍କ ଘରେ ଏମିତିକା ଟ୍ୟାପ ଅଛି ଯାହା ବୋହୁଛି ତେବେ ଏହି କାରଣପାଇଁ ଆପଣ ଙ୍କ ଧନହାନି ହବ,ଏବଂ ପରିଶ୍ରମ ଟଙ୍କା ବ୍ୟର୍ଥଖର୍ଚ ହୋଇଯିବ ।ନିଜଘରେ ଉତ୍ତରପୂର୍ବ କଣରେ କୌଣସି ପ୍ରକାର କଚଡା ବା ଡଷ୍ଟବିନ ରଖନ୍ତୁନାହିଁ ଏହାଦ୍ଵାରା ଆପଣଙ୍କଭାଗ୍ୟ ଖରାପ ହୋଇଥାଏ ।
ଯଦି ସ୍ଵାମୀସ୍ତ୍ରୀ ରୁମରେ ଅଇନା ଅଛି ତେବେ ଏହିକଥା ପାଇଁ ସବୁବେଳେ ବାଦବିବାଦ ସୃଷ୍ଟି ହୋଇଥାଏ, ଏହାଦ୍ଵାରା ସ୍ଵାମୀସ୍ତ୍ରୀମଧ୍ୟରେ ସମ୍ପର୍କ ମଧ୍ୟ ଖରାପ ହୋଇଥାଏ ।
ଯଦି ଆପଣ ଅତିଥିଘର ତିଆରି କରୁଛନ୍ତି ତେବେ ଦକ୍ଷିଣପୂର୍ବ ଦିଶାରେ କରନ୍ତୁନାହିଁ କାହିଁକିନା ଏହା ଧନଆଗମନ ଦିଶା ଅଟେ ଏଥିରେ କିଛିକଲେ ଧନ ଲାଭ ହୋଇନଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment