ଆଜିର ରାଶିଫଳ

କେଉଁ ଖାଦ୍ୟ କେଉଁ ଅଙ୍ଗକୁ ସଫା କରେ

🌿 କେଉଁ ଖାଦ୍ୟ କେଉଁ ଅଙ୍ଗକୁ ସଫା କରେ ? 🌿
ଆମେ ପ୍ରତିଦିନ ଯାହା ଖାଉଛୁ, ତାହାର ସିଧାସଳଖ ପ୍ରଭାବ ଆମ ଶରୀରର ବିଭିନ୍ନଅଙ୍ଗ ଉପରେ ପଡ଼ିଥାଏ। ଆଜି ଜାଣିବାକେଉଁଖାଦ୍ୟ ଖାଇଲେ ଶରୀର ର କେଉଁ ଅଙ୍ଗ ସୁସ୍ଥ ଏବଂ ସଫା ରହିଥାଏ।
🍋 ୧. ଲେମ୍ବୁ:-ଏହା ଆମର କଲିଜା (Liver) କୁ ସଫା ରଖିବାରେ ସାହାଯ୍ୟ କରେ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ।
🥬 ୨. ପାଳଙ୍ଗ:-ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ରକ୍ତକୁ ସଫା କରେ ଏବଂ ରକ୍ତହୀନତା ଦୂର କରେ।
🥒 ୩. କାକୁଡି:-ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ କିଡନୀକୁ ସଫା କରିଥାଏ।
🧄 ୪. ରସୁଣ:-ଏହା ଆମ ଧମନୀକୁ ସଫା କରେ ଏବଂ ହୃଦ୍‌ରୋଗରୁ ରକ୍ଷା କରିବାରେ ବିଶେଷ ଲାଭଦାୟକ ହୋଇଥାଏ।
🥕 ୫. ଗାଜର:-ଏଥିରେ ଥିବା ଭିଟାମିନ୍ ‘ଏ’ ଆଖିକୁ ସୁସ୍ଥ ରଖିବା ସହ ଆଖିକୁ ସଫା କରେ।
🥦 ୬. ବ୍ରୋକୋଲି:-ଏହା ଆମ ଫୁସଫୁସକୁ ସଫା କରେ ଏବଂ ଶ୍ୱାସକ୍ରିୟାକୁ ସୁଗମ କରିବାରେ ସାହାଯ୍ୟ କରେ।
🍎 ୭. ସେଓ:-ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଆନ୍ତ୍ର ବା ଅନ୍ତନଳୀ ସଫା ରହେ।
🌽 ୮. ମକା:-ଫାଇବରରେ ଭରପୂର ମକା ଖାଇବା ଦ୍ୱାରା କୋଲନକୁ ସଫା ରଖିବାରେ ସାହାଯ୍ୟ ମିଳେ।
🍇 ୯. ଅଙ୍ଗୁର:- ନିୟମିତ ଅଙ୍ଗୁର ଖାଇବା ଦ୍ୱାରା ଏହା ହୃଦୟକୁ ସଫା ରଖିବା ସହ ରକ୍ତଚାପ ନିୟନ୍ତ୍ରଣ କରିଥାଏ।
☕ ୧୦. ଗ୍ରୀନ୍ ଟି:- ଆଣ୍ଟି-ଅକ୍ସିଡାଣ୍ଟ ରେ ଭରପୂର ଗ୍ରୀନ୍ ଟି ଆମ ଶରୀରର କୋଷିକାକୁ ସଫା କରେ।
🫐 ୧୧. ବ୍ଲୁବେରୀ:-ଏହା ମସ୍ତିଷ୍କକୁ ସଫା କରେ ଏବଂ ଆମର ସ୍ମରଣ ଶକ୍ତି ବୃଦ୍ଧି କରିବାରେ ଲାଭକାରୀ ଅଟେ।
🥑୧୨. ଅମୃତଭଣ୍ଡା:-ଏହା ପାଚନ କ୍ରିୟାକୁ ସଫା କରେ ଏବଂ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରି ହଜମ ପ୍ରକ୍ରିୟାକୁ ମଜବୁତ କରେ।
☀️ ମନେରଖନ୍ତୁ:- ପ୍ରାକୃତିକ ଏବଂ ସନ୍ତୁଳିତ ଭୋଜନ ହିଁ ସ୍ୱାସ୍ଥ୍ୟର ଚାବିକାଠି।

Comments (0)
Add Comment