ଆଜିର ଅନୁଚିନ୍ତା

ତାରିଖ : ୨୧/୦୮/୨୦୨୧,ଶନିବାର

➡️”ଜୀବନକୁ ବୁଝିବା ବହୁତ କଷ୍ଟକର | କେତେକ ସ୍ୱପ୍ନ ପାଇଁ ପ୍ରିୟଜନଙ୍କଠାରୁ ଦୂରରେ ରୁହନ୍ତି ଏବଂ କେତେକ ପ୍ରିୟଜନଙ୍କ ପାଇଁ ସ୍ୱପ୍ନଠାରୁ ଦୂରରେ ରୁହନ୍ତି !!
➡️”ଆମେ କୌଣସି Special ସମୟ ପାଇଁ ଅପେକ୍ଷା କରିବା ଉଚିତ୍ ନୁହେଁ କିନ୍ତୁ ପ୍ରତ୍ୟେକ ଥର କିଛି Special କରିବାକୁ ଆମର ଯଥାସମ୍ଭବ ଚେଷ୍ଟା କରିବା ଉଚିତ !
➡️”କିଛି ସମସ୍ୟାର ସମାଧାନ ଠିକ୍ ସମୟରେ ଛାଡି ଦିଆଯିବା ଉଚିତ୍, ଅବଶ୍ୟ ଉତ୍ତରଗୁଡ଼ିକ ବିଳମ୍ବ ହେବ କିନ୍ତୁ ଉତ୍କୃଷ୍ଟ ହେବ !!
➡️”ମନ ଏବଂ ଚିନ୍ତାଧାରାର ଉତ୍ସକୁ ସଂଶୋଧନ କର, ଘରର ବାସ୍ତୁ ସ୍ୱୟଂ ଠିକ ହୋଇଯିବ !!
➡️”ହସ ବିନା ବିତି ଯାଇଥିବା ଦିନ ଗୁଡ଼ିକ ବର୍ବାଦ ର ଦିନ ହୋଇଥାଏ !!
➡️”କେବଳ ମିଠାଇ ଖୁଆଇ ଅନ୍ୟମାନଙ୍କ ପାଟିକୁ ମିଠା କରିବା ଜରୁରୀ ନୁହେଁ, ଆପଣ ମିଠା କଥା କହି ମଧ୍ୟ ଲୋକଙ୍କୁ ଖୁସି ଦେଇପାରିବେ !!

ଆଜିର ନୀତିବାଣୀ
➡️”ବିଜେତା ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତି,ବାଧା ଉପରେ ନୁହେଁ !!”
➡️”ପ୍ରକୃତି ଓ ସୌଭାଗ୍ୟର ମିଳନରେ ହିଁଜଣେ ବ୍ୟକ୍ତି ସଫଳତା ଲାଭ କରିଥାଏ।ଏଣୁ ନିରନ୍ତର କଠିନ ପରିଶ୍ରମ କରି ଚାଲିବା ଉଚିତ….. !!
➡️”ପକ୍ଷୀମାନେ ବଞ୍ଚିଥିବା ବେଳେ ଜନ୍ଧା, ପିଂପୁଡି ମାନଙ୍କୁ ଖାଇଥାନ୍ତି ।ସେହି ପକ୍ଷୀଟି ମରିଗଲେ ଜନ୍ଦା, ପିଂପୁଡି ମାନେ ତାକୁ ଖାଆନ୍ତି । ସମୟ ଓ ପରିସ୍ଥିତି କେତେବେଳେ ବି ପରିବର୍ତ୍ତନ ହେଇପାରେ ତେଣୁ ଆମେ କାହାରିକୁ ଛୋଟ ଭାବିବା ଉଚିତ ନୁହେଁ !!
➡️”ବଉଳ ଗଛକୁ ଶନିବାର ଦିନ ସାତ ଥର ପ୍ରଦକ୍ଷୀଣ କରି ତାର ଚେର କୁ ଆଣି ଘରେ ରଖିଲେ ଅଶାନ୍ତି ଦୂର ହୋଇଥାଏ !!
➡️”ନିଜେ ଜବାବ ଦେବା ଦ୍ୱାରା ମଣିଷ କମ୍ ଅନୁତାପ କରିଥାଏ କିନ୍ତୁ ସମୟ ଯେଉଁ ଜବାବ ଦିଏ ମଣିଷ ତା’କୁ ପୂର୍ଣ୍ଣତାର ସହିତ ଅନୁତାପ କରିଥାଏ !!
ଆଜିର ସୁବିଚାର
➡️”ଭଉଣୀ ନଥିବାର କଷ୍ଟ ସବୁ ଭାଇ ଅନୁଭବ କରନ୍ତିନି।ଆଉ ଯଦି କରନ୍ତି ବିଶେଷ କରି ରାକ୍ଷୀ ବନ୍ଧନରେ।ହେଲେ ଭାଇ ନଥିବା କଷ୍ଟ ଗୋଟେ ଭଉଣୀ ଜୀବନ ସାରା ଅନୁଭବ କରେ,କାହିଁକିନା ଜଣେ ଭଉଣୀର ହସ,ଲୁହ ଓ ସାହସର ଭଲ ସାଙ୍ଗ ତା ଭାଇ ହିଁ ହୋଇଥାଏ !!
➡️”ନିଜର ଦରକାର ନଥିଲେ କେହି କାହାକୁ ମନେ ରଖନ୍ତି ନାହିଁ ଏହା ହିଁ ସାର୍ଥପର ଦୁନିଆର ବାସ୍ତବ ସତ୍ୟ !!
➡️”ସେହି ସମୟ ନିଶ୍ଚିତ ଆସିବ ଯାହାକୁ ଆପଣ ଅପେକ୍ଷା କରିଛନ୍ତି … କିନ୍ତୁ ସେଥିପାଇଁ ଆପଣଙ୍କୁ ଈଶ୍ବର ଓ ସମୟ ଉପରେ ବିଶ୍ବାସ ରଖିବା ନିହାତି ଆବଶ୍ୟକ ..
➡️”ଜୀବନରେ ଏମିତି ଏକ ଲୋକକୁ ସାମିଲ କର , ଯିଏ କେତେବେଳେ ଆଇନା ତ ପୁଣି କେତେବେଳେ ଛାଇ ହେଇକି ରହୁଥିବ , କାହିଁକି ନା ଆଇନା କେବେ ମିଛ କହେ ନାହିଁ ଓ ଛାଇ କେବେ ସାଥି ଛାଡ଼େ ନାହିଁ !!
➡️”ଦୁନିଆରେ ସବୁଠାରୁ ଭୟଙ୍କର ଦୃଶ୍ୟ ହେଉଛି ଚିହ୍ନା ମଣିଷର ଅଚିହ୍ନା ରୂପ !!
➡️”ବେଳେବେଳେ ମଣିଷ ଭୁଲରେ ନଥାଇ ମଧ୍ୟ ଭୁଲ୍ …
🙏ଓଁ ଶନି ଦେବାୟ ନମଃ🙏. ଶୁଭ ସକାଳ, ଆଜି ଶନିବାର ପ୍ରଭୁ ଶନି ଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ପ୍ରଭୁ ଶନି ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ!!

Comments (0)
Add Comment