ଆଜିର ଅନୁଚିନ୍ତା,ତାରିଖ -୨୧/୧/୨୧,ଗୁରୁବାର

ଆଜିର ନୀତିବାଣୀ

➡️ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରେନି କି କେବେ ଶାନ୍ତିରେ ମଧ୍ୟ ରହି ପାରେନି
➡️ଜୀବନରେ ଶାନ୍ତିରେ ରହିବା ପାଇଁ ଦୁଇଟି ମାର୍ଗ କ୍ଷମା କରିଦିଅ ତାଙ୍କୁ ଯାହାକୁ ତୁମେ ଭୁଲିପାରିବ ନାହିଁ ଭୁଲିଯଅ ସେମାନଙ୍କୁ ଯାହାକୁ ତୁମେ କ୍ଷମା କରିପାରିବ ନାହି।
 ଆଜିର ଅନୁଚିନ୍ତା
➡️ପ୍ରକୃତରେ ସମ୍ପର୍କ ଘଣ୍ଟାର ଦୁଇଟି କଣ୍ଟା ପରି ହୋଇଥାଏ ।ସେମାନେ କେବଳ କିଛି ସମୟ ପାଇଁ ମିଳନ ହୁଅନ୍ତି କିନ୍ତୁ ସାରାଜୀବନ ସବୁବେଳେ ଏକାଠି ହୋଇ ରହନ୍ତି।
➡️ଭୁଲ୍ ମାନିଯିବା ଆଉ ଦୋଷ ଛାଡିବାରେ କେବେ ଡେରି କରିବନି,କାହିଁକି ନା ସମୟ ଯେତେ ଲମ୍ବା ହେବ ସେଥିରୁ ମୁକୁଳିବା ସେତିକି କଷ୍ଟ ହୋଇଯାଇଥାଏ।
➡️ଆପଣଙ୍କ ପିଲାଙ୍କୁ ଆପଣ କେତେ ଖୁସିରେ ରଖିଛନ୍ତି ହୁଏତ ସେମାନେ ତାହା ରଖିନପାରନ୍ତି,କିନ୍ତୁ ଆପଣଙ୍କ ପିତା ମାତାଙ୍କୁ ଆପଣ କେତେ ଖୁସିରେ ରଖିଛନ୍ତି ତାହା ପିଲାମାନେ ସବୁଦିନ ପାଇଁ ମନେ ରଖିବେ।
➡️ତୁମର ଆବଶ୍ୟକତା ଏବଂ ଭୋଗ ପୂରଣ ନକରିବା ପାଇଁ ପିତାମାତାଙ୍କୁ ଦୋଷ ଦିଅ ନାହିଁ ସେମାନଙ୍କର ସେହି ସୁଯୋଗ ଅଛି କି ନାହିଁ ଚିନ୍ତା କରନ୍ତୁ
➡️ମୋର ଜନ୍ମ ସବୁଦିନ ପାଇଁ ବାବାଙ୍କ ପାଇଁ ଉତ୍ସର୍ଗୀକୃତ, ଯିଏ ନିରନ୍ତର ପରିଶ୍ରମ କରିଥିଲେ, ମୋର ପଦାଙ୍କ ସଂଶୋଧନ କରିଥିଲେ, ମୋ ଜୀବନ ପାଇଁ ପଥ ପରିଷ୍କାର କରିଥିଲେ ଏବଂ ମୋତେ ଗନ୍ତବ୍ୟ ସ୍ଥଳରେ ପରିଚିତ କରାଇଥିଲେ
  ଆଜିର ସୁବିଚାର
➡️ଜଣେ ଭଲ ସ୍ୱଚ୍ଛମନା ବ୍ୟକ୍ତି ଅନ୍ୟମାନଙ୍କର ସଦ୍ଗୁଣ ଦେଖେ ଓ ଜଣେ କୁବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଅନ୍ୟମାନଙ୍କର ଖରାପ ଗୁଣ ଦେଖେ
➡️ଯଦି ଜଣେ ବ୍ୟକ୍ତି ତାର ଭାବନାକୁ ଗୁପ୍ତ ରଖୁଛି ତାର କାରଣ ହେଲା ତାର ଭାବନାରେ କିଛି ତୃଟି ଅଛି
ମହାପରୁଷଙ୍କ ବାଣୀ
➡️ଗରିବଙ୍କ ସେବା ହେଉଛି ଭଗବାନଙ୍କ ସେବା। – ସର୍ଦ୍ଦାର ବଲ୍ଲଭଭାଇ ପଟେଲ
➡️ଛୋଟ ଜିନିଷ ବିଷୟରେ ସର୍ବଦା ବିଶ୍ୱସ୍ତ ରୁହନ୍ତୁ କାରଣ ଆପଣଙ୍କର ଶକ୍ତି ସେମାନଙ୍କ ଉପରେ ଅଛି – ମଦର ଟେରେସା
ଜୀବନ ଦର୍ଶନ
➡️ସୁଖ ଓ ଦୁଃଖ ମଣିଷ ମନର ଦୁଇଟି ଭିନ୍ନ ଭିନ୍ନ ଭାବନା ମାତ୍ର। ଯେଉଁମାନଙ୍କ ସାଙ୍ଗରେ ଆମକୁ ସମୟ ଵିତାଇବାକୁ ଭଲଲାଗେ। ଯାହା ସହିତ ଆମେ ଖୁସି ଅନୁଭବ କରୁ ତାହା ହେଲା ସୁଖ ଆଉ ଯାହାର ଚିନ୍ତା କରିବା ମାତ୍ରେ ମନରେ ଵିଷାଦ ଭରିଯାଏ, ଯାହାଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁ। ସେହି କଟୁ ଅନୁଭବଟି ହେଲା ଦୁଃଖ। ସୁଖଦୁଃଖ ଜୀବନ ମୁଦ୍ରାର ଦୁଇଟି ପାର୍ଶ୍ୱ। ଆମ ମନର ଭାବନା ଉପରେ ନିର୍ଭର କରିଥାଏ

 

Comments (0)
Add Comment