ଆଜିର ଅନୁଚିନ୍ତା

ତାରିଖ - ୧୯:୦୨:୨୦୨୧ (ଶୁକ୍ରବାର)

➡️ନିଜ ବାପା ମାଆଙ୍କୁ ଅଶାନ୍ତିରେ ରଖି ଶହେ ଦେବା ଦେବୀଙ୍କୁ ଖୁସିରେ ରଖିଲେ କିଛି ଲାଭ ନାହିଁ ।➡️ଈଶ୍ବରଙ୍କ ଜ୍ଞାନ ତୁଲ୍ୟ କୌଣସି ଜ୍ଞାନ ନାହିଁ, ଈଶ୍ବରଙ୍କ ପ୍ରଭାବ ସମାନ କୌଣସି ପ୍ରଭାବ ନାହିଁ, ଈଶ୍ବରଙ୍କ ଦର୍ଶନ ସମାନ କୌଣସି ଦର୍ଶନ ନାହିଁ ।
➡️ଜିତିବା ହାରିବା ନିଜ ଭାବନା ଉପରେ ନିର୍ଭର କରିଥାଏ ।
➡️ଜୀବନରେ ସର୍ବଦା ଜାଣି ରଖନ୍ତୁ ଯେ, ସଫଳତା ଏକ ଏକୁଟିଆ ରାସ୍ତା ।
➡️ମନକୁ ବୁଝେଇ ଦେଇ ହେବ କିନ୍ତୁ ଆଖିକୁ କେବେ ମଧ୍ୟ ବୁଝେଇ ହେବ ନାହିଁ ।
➡️ସହାନୁଭୂତି ସେଇଠି ଅଧିକାର କରାଯାଇଥାଏ, ଯେଉଁଠି ତମର ପ୍ରତ୍ୟେକ କଥାକୁ Important ଦିଆ ଯାଇଥାଏ
➡️ତୋ ମୁହଁ ଦେଖି ବଡ଼ ହେଇଛି ତୋ ମୁହଁ ଦେଖି ପରିଚୟ ପାଇଛି।ମୁଁ ଯଦି ଆଜି ନିଜ ଆଖିରେ ସ୍ବପ୍ନ ରଖିଛି ତଥାପି ମୋର ସବୁ ସ୍ବପ୍ନ ସତ ହେବା ପରେ ସେଥିରେ ବି ତୋ ଖୁସି ଦେଖିଛି ଭଗବାନଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା ମୋ ମାଆ ଙ୍କୁ ସବୁ ଖୁସି ଦିଅନ୍ତୁ।
➡️କିଛି ବି କର୍ମ କର ସବୁବେଳେ ଧ୍ୟାନ ଦେବ ଇଶ୍ୱର ସବୁବେଳେ Online ଅଛନ୍ତି।
➡️ନିଜର ମନକୁ ସବୁବେଳେ ନିଜ ନିୟନ୍ତ୍ରଣ ରେ ରଖନ୍ତୁ,କାହିଁକି ନା ଆପଣଙ୍କର ମନ ହିଁ ଏକ ବିଶାଳ ଶତ୍ରୁ।
➡️ଅନେକ ଲୋକ ପରକୁ ବିପଦରେ ପକାଇ,ତାହାର ସରଳତାର ସୁଯୋଗ ନେଇ ନିନ୍ଦିତ କରି ଖୁସି ମନାଇ ଥାନ୍ତି।ସେ ଖୁସୀ ଯେ ଅଳ୍ପ ଦିନର,ସେମାନେ ଜାଣି ନଥାନ୍ତି ଯେ ଅନ୍ୟ ପାଇଁ ଖୋଳିଥିବା ଗାତରେ ସେ ନିଜେ ପଡ଼ିବେ ବୋଲି।କାରଣ ଉପର ବାଲା ସବୁ ଦେଖୁଛି।ଯିଏ ସତ ପଥରେ ଗତିକରେ ଭଗବାନ ତା ସାଥିରେ ଥାନ୍ତି।
➡️ଜୀବନର ସର୍ବଶ୍ରେଷ୍ଠ ଗୁରୁ ହେଉଛି “ସମୟ” କାରଣ ଯାହା ସମୟ ଶିଖାଇ ଥାଏ।ତାହା ଆଉ କେହି ଶିଟ୍ଟ
                                                                                              ଗୀତା ଉପଦେଶ
➡️ଯୋଗୀ ଅର୍ଥାତ୍‍ କର୍ମଯୋଗୀ ଫଳରେ କୌଣସି ପ୍ରକାର ଆସକ୍ତି ନ ରଖି କାୟ ମନ ବୁଦ୍ଧି ଇନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରନ୍ତି କେବଳ ଆତ୍ମଶୁଦ୍ଧି ନିମିତ୍ତ ।
➡️ଯିଏ ତାର ସମସ୍ତ କର୍ମ ଭଗବତ୍‍ ଉଦ୍ଦେଶ୍ୟରେ ସମର୍ପଣ କରିଦିଏ ଓ କର୍ମଫଳ ଉପରେ ଅନାସକ୍ତ ରହେ ସିଏ ଯେତେ କର୍ମ କରିଲେ ବି କର୍ମବନ୍ଧନରୂପକ ପାପରେ ଲିପ୍ତନୁହେଁ ଯେପରି ଜଳ ମଧ୍ୟେ ପଦ୍ମପତ୍ର ଜଳ ମ୍ଭସ୍ପର୍ଶ କରେନାହିଁ ।
                                                                                       ମହାପୁରୁଷଙ୍କ ବାଣୀ
➡️କିଛି ଭଲ କିମ୍ବା ଖରାପ ନୁହେଁ, କେବଳ ଚିନ୍ତା କରିବା ଦ୍ୱାରା ତାହା ହୁଏ – ବିଲିୟମ ସେକ୍ସପୀୟର
➡️ପ୍ରବାହିତ ପାଣିରେ ସେମାନଙ୍କର ଛାୟା କେହି ଦେଖି ପାରିବେ ନାହିଁ ଜ୍ଝ କେବଳ ଯେଉଁମାନେ ଆଭ୍ୟନ୍ତରୀଣ ଶାନ୍ତି ଅନୁଭବ କରନ୍ତି ସେମାନେ ଏହାକୁ ଅନ୍ୟମାନଙ୍କୁ ଦେଇପାରିବେ – ଲାଓ ସେ
                                                                                          ଆଜିର ସୁବିଚାର
➡️ଯେତେବେଳେ ତୁମେ ତୁମର ସାଙ୍ଗମାନଙ୍କୁ ବାଛିବ, ଚରିତ୍ର ପରିବର୍ତ୍ତେ ବ୍ୟକ୍ତିତ୍ୱ ବାଛିବା ପାଇଁ ଧୋକା ଯେମିତି ନ ହୁଏ।
➡️ଯେତେବେଳେ ତୁମେ ଜୀବନରେ ସଫଳ ହୁଅ, ତୁମର ସାଙ୍ଗମାନେ ଜାଣନ୍ତି ତୁମେ କିଏ; ଯେତେବେଳେ ତୁମେ ଜୀବନରେ ବିଫଳ ହୁଅ, ତୁମେ ଜାଣ ଯେ ତୁମର ସାଙ୍ଗ କିଏ
                                                                                  ଆଜିର ନୀତିବାଣୀ
➡️ଜୀବନରେ ଯଦି ଭଲରେ ରହିବାକୁ ଚାହୁଁଛ ତାହେଲେ ବିଶ୍ୱାସ ଭାଙ୍ଗିଥିବା,ମିଛ କହୁଥିବା ଏବଂ ଲୋଭୀ ମଣିଷ ସହ ମିତ୍ରତା ନ କରିବା ଉଚିତ।
➡️”ଜୀବନରେ ଏମିତି ଲୋକଙ୍କ ସହିତ ବନ୍ଧୁତା ରଖ ଯିଏ ତୁମ ସାଥିରେ ଦର୍ପଣ ଓ ଛାଇ ପରି ରହିବ,କାରଣ ଦର୍ପଣ କେବେ ମିଛ କୁହେନି କି ଛାଇ କେବେ ଛାଡ଼ିକି ଯାଏନି।
➡️”ସରଳ ହୃଦୟ ମଣିଷଟି ସବୁବେଳେ ଧୋକା ଖାଇଥାଏ।କାରଣ ସେ ସବୁବେଳେ ସହଜରେ ଅନ୍ୟ ମାନଙ୍କୁ ବିଶ୍ୱାସ କରି ନେଇଥାଏ।
➡️ଜୀବନରେ ଗୋଟିଏ ନିୟମ ମନେ ରଖ ସିଧା କୁହ,ସତ୍ୟ କୁହ ଓ ମୁହଁରେ କୁହ,ଯିଏ ନିଜର ଅଟନ୍ତି ସେମାନେ ବୁଝିଯିବେ ଓ ଯିଏ କେବଳ ନାମକୁ ଥାନ୍ତି,ସେମାନେ ଦୁରେଇ ଯିବେ।
➡️ଦୁରେଇ ଯିବା ପାଇଁ ଅନେକ ବାହାନା ଅଛି କିନ୍ତୁ ଆପଣାର କରିବା ପାଇଁ ଗୋଟିଏ ମାତ୍ର ବାଟ ତାହା ହେଉଛି”ବିଶ୍ୱାଶ”….. ଶୁଭ ସକାଳ!ଜୟ ଶ୍ରୀକୃଷ୍ଣ !

 

Comments (0)
Add Comment