ଆଜିର ଅନୁଚିନ୍ତା

ତାରିଖ - ୧୭:୦୩:୨୦୨୧ (ବୁଧବାର )

➡️ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ବଦଳି ଯାଏ, କଥା ହେବା ଶୈଳୀ ବି ବଦଳି ଯାଏ
➡️ଚେଷ୍ଟା କରୁଥିବା ଲୋକ କେବେ ଜୀବନରେ ହାରିନଥାଏ ଓ ଅନ୍ୟକୁ ଇର୍ଷା କରୁଥିବା ଲୋକ ତା ଜୀବନରେ କେବେ ସଫଳତା ପାଇନଥାଏ ।
➡️ଲୋକେ ଏଠି ନୂଆ ନୂଆ ସମ୍ପର୍କକୁ ବହୁତ ଭଲ ପାଇଥାନ୍ତି ।ଆଉ ପୁରୁଣା ହୋଇଗଲେ, ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୂରେଇ ଯିବାକୁ ଚେଷ୍ଟା କରନ୍ତି ।
➡️ଏ ଦୁନିଆରେ ଆପଣଙ୍କ ନାମ ସହିତ ଅନେକ ଲୋକଙ୍କର ନାମ ମିଶିଯାଇ ପାରେ, କିନ୍ତୁ ଆପଣଙ୍କ ବ୍ୟବହାର ଓ ଚରିତ୍ର କାହା ସହିତ ସମାନ ହୁଏ ନାହିଁ, ସେଥିପାଇଁ ନିଜ କର୍ମ ଉପରେ ବିଶ୍ବାସ ରଖ ଆଉ କିଛି ଏମିତି କରି ଦେଖାଅ ଯେମିତି ଆପଣଙ୍କୁ ଦେଖିବାକୁ ଲୋକ ଝୁରିବେ ।
➡️ଅନ୍ୟଙ୍କ ଘରେ ଯାଇ ପଞ୍ଚାୟତ ସେଇମାନେ କରନ୍ତି— ଯାହାକୁ ନିଜ ଘରେ କେହି Respect ଦେଇ ନ ଥାନ୍ତି ।Odia  ରେ ସେଇ ମାନଙ୍କୁ ତିନୋଟି ନାମରେ ଜାଣନ୍ତି: ୧- ଘରଭଙ୍ଗା, ୨- ସକୁନି, ୩- ମନ୍ଥରା —।
➡️ଅପବିତ୍ର, ଅଳିଆ ଯୁକ୍ତ ସ୍ଥାନରେ ପଡିଥିଲେ ବି ସୁନାକୁ ଗ୍ରହଣ କରିବା ଉଚିତ୍ । ଏଥିରେ ସଂକୋଚ କରିବାର କିଛି କାରଣ ନାହିଁ । ପଙ୍କରୁ ତ ପୁଣି ପଦ୍ମ ବିକଶିତ ହୁଏ ।।
➡️ବିଳାସ ବ୍ୟସନରେ ସବୁଧନ ଖର୍ଚ୍ଚ କରି ନଦେଇ ଦୁଃସମୟ ପାଇଁ ସଚେତନ ହେବା ପ୍ରତ୍ୟେକ ପ୍ରାଣୀର କର୍ତ୍ତବ୍ୟ । ପିମ୍ପୁଡି ଠାରୁ ଏକଥା ଶିକ୍ଷା କରିବା ଆବଶ୍ୟକ ।।
➡️ବିଳାସୀ ଓ ଧନୀ ଲୋକର ବନ୍ଧୁ ମିତ୍ର ଖୋଜିବା ଆବଶ୍ୟକ ପଡେ ନାହିଁ । ଧନ ଥିବାଯାଏଁ ଅନେକ ବନ୍ଧୁ ଚାରିପାଖେ ଚକ୍କର କାଟନ୍ତି । ଧନ ସରିଗଲେ କେହି ପାଖକୁ ଆସନ୍ତି ନାହିଁ ।।
➡️ଭୟଙ୍କର ମରୁଡି ସମୟରେ ଯେତେବେଳେ ଖାଇବାକୁ ଦାନା ମୁଠାଏ ମିଳୁନଥିବ ସେ ପରିସ୍ଥିତିରେ ଦୁଷ୍ଟ ଲୋକ ସହିତ ବନ୍ଧୁତା କଲେ ତାହା ଦୋଷାବହ ନୁହେଁ । ବଂଚିବାର ପାଇଁ ଆବଶ୍ୟକ ଖାଦ୍ୟ ଦୁଷ୍ଟ ବନ୍ଧୁ ମାଧ୍ୟମରେ ମିଳିଯାଇପାରେ ।।
➡️ବିଶ୍ୱାସ ଯଦି ଅତୁଟ ଥାଏ ତେବେ ଅମୃତ ସହିତ ଜହର ମିଶିଥିଲେ ମଧ୍ୟ ହସି ହସି ପିଆଯାଇପାରେ

ମହାପୁରୁଷଙ୍କ ବାଣୀ
➡️ଭବିଷ୍ୟତ ମୋ ହାତରେ ଅଛି! – ସୁଭାଷ ଚନ୍ଦ୍ର ବୋଷ
➡️ଭାବନା ବିନା ଚିନ୍ତା କରିବା ଅସମ୍ଭବ! ଯଦି ଆମର କେବଳ ଭାବପ୍ରବଣତାର ରାଜଧାନୀ ଥାଏ ତେବେ ଭାବିବା କଦାପି ଫଳପ୍ରଦ ହୋଇପାରିବ ନାହିଁ! ଅନେକ ଲୋକ ଆବଶ୍ୟକତାଠାରୁ ଅଧିକ ଭାବପ୍ରବଣ ଅଟନ୍ତି! କିନ୍ତୁ ସେମାନେ କିଛି ଭାବିବାକୁ ଚାହାଁନ୍ତି ନାହିଁ! – ସୁଭାଷ ଚନ୍ଦ୍ର ବୋଷ!
ଜୀବନ ଦର୍ଶନ
➡️ମନୁଷ୍ୟ ସଂଯୋଗ ଆଶା କରୁଥାଏ, କିନ୍ତୁ ବିୟୋଗ ହୋଇ ଯାଏ, ଏଣୁ ସଂସାର ଦୁଃଖ ସ୍ବରୂପ କିଛି ଆଶା ରହିଲେ ଦୁଃଖର ସଂଯୋଗ ହୁଏ। କିଛି ଆଶା ନ ରହିଲେ ଦୁଃଖର ସଂଯୋଗ ନ ହୋଇ ପରମାତ୍ମାଙ୍କ ସହିତ ଯୋଗ ହୋଇ ଯାଏ।
ଆଜିର ସୁବିଚାର
➡️ସମସ୍ୟାକୁ ଅପେକ୍ଷା କର ଏବଂ ସମସ୍ୟାକୁ ଜଳଖିଆ ସହିତ ଖାଅ !!
➡️ସର୍ବୋଚ୍ଚ ଶିଖରରେ ପହଞ୍ଚିବା ପରେ ଏହା ଅନୁଭବ ହୁଏ ଯେ ଅଧିକରୁ ଅଧିକ ଶିଖର ବାକି ଅଛି !
➡️ସୁଖ ଆମକୁ କିଛି ଶିଖାଏ ନାହିଁ, ଯେତେବେଳେ ଦୁଃଖ ଆମକୁ ସଂଘର୍ଷ ପାଇଁ ପ୍ରସ୍ତୁତ କରେ !!
➡️ସ୍ୱାଧୀନତା ଏବଂ ଭାଗ୍ୟ ଏକତ୍ର ହୋଇପାରିବ ନାହିଁ; ସେମାନେ ପରସ୍ପରର ବିପରୀତ !!
➡️ପ୍ରତ୍ୟେକ ପିଢ଼ୀକୁ ନୂତନ ପ୍ରତୀକ, ନୂତନ ଆଦର୍ଶ ଏବଂ ନୂତନ ହିରୋ ଆବଶ୍ୟକ ହୋଇଥାଏ !!
ଗୀତା ଉପଦେଶ
➡️ମରଣକାଳେ ଏକାଗ୍ର ମନରେ ଯେ ଭକ୍ତିର ସହିତ ଭ୍ରୁଯୁଗଳମଧ୍ୟରେ ପ୍ରାଣକୁ ସୁଚାରୁରୂପେ ସ୍ଥାପନକରି ସ୍ମରଣ କରନ୍ତି ସେ ଦିବ୍ୟ ପରମ ପୁରୁଷଙ୍କୁ ପ୍ରାପ୍ତ ହୁଅନ୍ତି ।
➡️ବେଦବିଦ୍‍ ମାନେ ଯାହାକୁ ଅକ୍ଷର ବୋଲି କହନ୍ତି , ବିତରାଗ ଯତି ମାନେ ଯାହାକୁ ପ୍ରାପ୍ତ କରଥାନ୍ତି, ଏବଂ ସାଧକମାନେ ଯହାକୁ ପାଇବା ଆଶାରେ ବ୍ରହ୍ମଚର୍ଯ୍ୟ  ବ୍ରତ ପାଳନ କରନ୍ତି ସେହି ପଦ ବିଷୟରେ ମୁଁ ତୁମକୁ ସଂକ୍ଷେପରେ କହିବି ।
➡️ହେ ପାର୍ଥ ଯେଉଁଯୋଗୀ ଅନ୍ୟ କୌଣସି ଚିନ୍ତା ନ କରି ସର୍ବଦା ମନରେ ମତେ ହିଁ ସ୍ମରଣ କରୁଥାନ୍ତି ସେମାନଙ୍କ ପାଇଁ ମୁଁ ସହଜ ଲବ୍ଧ ।
➡️ଏହି ମହାତ୍ମାମାନେ ମତେ ଲାଭକରି ପରମ ମୋକ୍ଷ ଲାଭ କରନ୍ତି ଏବଂ ତାଙ୍କୁ ଏ ଦୁଃଖପୁର୍ଣ୍ଣ ଅନିତ୍ୟ ସଂସାରରେ ପୁନର୍ଜନ୍ମ ନେବାକୁ ପଡେନାହିଁ ।
ଆଜିର ନୀତିବାଣୀ
➡️ରାଜା, ସ୍ତ୍ରୀ, ନୀଚଲୋକ, ସାପ, ଘୋଡା, ହତିଆର, ଏମାନଙ୍କୁ ସର୍ବଦା ସାବଧାନ ହୋଇ ଚଳିବ । ଏମାନେ ଏପଟସେପଟ ହେଲେ ବା ରାଗିଲେ କଣ କରିବେ ତାର କିଛି ଠିକ୍ ଠିକଣା ନଥାଏ ।
➡️ଯିଏ ପାପ କର୍ମରତ, ଯିଏ ପରସ୍ୱ ଅପହରଣକାରୀ, ଯିଏ ନିନ୍ଦିତ, ଯିଏ ଶତ୍ରୁର ଚାର ତାକୁ ପାଖରେ ପଶାଇବ ନାହିଁ ।
➡️ସ୍ତ୍ରୀ ଓ ପୁତ୍ର, କନ୍ୟାଙ୍କୁ କଟୂ କଥା କହିବ ନାହିଁ ।
➡️ବିଦେଶରେ ବିଦ୍ୟା ମିତ୍ର, ଗୃହରେ ଭାର‌୍ୟ୍ୟା ମିତ୍ର, ରୋଗ କାଳରେ ଔଷଧ ମିତ୍ର ଏବଂ ସ୍ୱକୃତ ସତ୍ କର୍ମ ହିଁ ମୃତ୍ୟୁ ପରେ ମିତ୍ରର କାର‌୍ୟ୍ୟ କରିଥାଏ ।
➡️ମୂର୍ଖ ପୁତ୍ର, ଅସମର୍ଥ ସ୍ୱାମୀ, ଅନାଡି ବୈଦ୍ୟ, କ୍ରୋଧୀମୁନିବ, ଉଦ୍ଧତ ପ୍ରଜା, କୃପଣଧନୀ ଏମାନେ ସମାଜର ଶତ୍ରୁ ।

ଶୁଭ ସକାଳ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ! ଜୟ ଜଗନ୍ନାଥ !

Comments (0)
Add Comment