ସ୍ମାର୍ତ୍ତସମ୍ମତ ନନ୍ଦୋତ୍ସବ ,୭-୯-୨୦୨୩(ଗୁରୁବାର) ସିଂହ ଦି୨୨ନ, ଭାଦ୍ରବ କୃଷ୍ଣଅଷ୍ଟମୀ ଦ୨୫।୫୮ ଦିଘ୩।୫୯,ରୋହିଣୀ ଦ୧୨।୫୫ଦିଘ୧୦।୪୬,କୃଷ୍ଣ ଚନ୍ଦ୍ର ଦ୪୫।୧୪ରାଘ୧୧।୪୨।ଯୋଗିନୀ ଐଶାନ୍ୟେ । ଦିବା ଘ୩।୫୯ ଗତେ ପୂର୍ବେ ।ଯାତ୍ରା ନାସ୍ତି । ଅଦ୍ୟ ଦେବତାଗଠନ, ନୌକାଗଠନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ, ଉଗ୍ର ଦେବତା ପ୍ରତିଷ୍ଠା ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୦।୪୬ ଗତେ ଆର୍ଦ୍ରା ପୁର୍ନବସୁ ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ୱାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୧୧।୪୨ ଗତେ ମିଥୁନ କର୍କଟ ସିଂହ ଧନୁ ମକର ମୀନ ମେଷ ଏରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । କନ୍ୟାରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭରାଶିର ଘାତବାର । ଦିବା ଘ୨।୪୭ ଗତେ ଘ୫।୫୧ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୪୩ଗତେ ଘ୧।୧୧ ମଧ୍ୟେ କାଳରାତ୍ରି । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ନଡ଼ିଆ ଦିବା ଘ୩।୫୯ଗତେ ଲାଉଭକ୍ଷଣ ନିଷେଧ | ଅଦ୍ୟ ସ୍ମାର୍ତ୍ତସମ୍ମତ ନନ୍ଦୋତ୍ସବ । ବୈଷ୍ଣବସମ୍ମତ ଶ୍ରୀକୃଷ୍ଣଜନ୍ମାଷ୍ଟମୀ ।ଅମୃତ –ରାତ୍ରି ଘ୧।୪୦ ଗତେ ଘ୩।୨୮ ମଧ୍ୟେ।ମାହେନ୍ଦ୍ର -ଦିବା ଘ୭।୧୨ ମଧ୍ୟେ ଘ୧୦।୨୪ ଗତେ ଘ୧୨।୪୮ମଧ୍ୟେ ।
ମେଷ:-ନକାରାତ୍ମକ ଲୋକଙ୍କଠାରୁ ଦୂରେଇରହନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। କାମକୁ ନେଇ ଆପଣଙ୍କର ପ୍ରଶଂସା ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆଦାୟିତ୍ବ ଅର୍ପଣ କରିପାରନ୍ତି।
ବୃଷ:-କାମରେ ପରିବାରଲୋକଙ୍କର ସହଯୋଗ ମିିଳିବ। ରାଜନୀତିକ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ଆଧିପତ୍ୟବଢ଼ିବ। ଅଫିସକାମରେ ଅନ୍ୟମାନଙ୍କମତ ନିଅନ୍ତୁ ନାହିଁ।
ମିଥୁନ:-ବ୍ୟବସାୟକୁନେଇ ମନରେ ନୂଆନୂଆ ବିଚାରଆସିବ। ସାମାଜିକ ଓ ରାଜନୈତିକକାର୍ଯ୍ୟରେ ଆପଣଙ୍କରରୁଚି ବଢ଼ିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
କର୍କଟ:-ଚାକିରିଆ ସମ୍ମାନଜନକପଦକୁ ଉନ୍ନୀତହୋଇପାରନ୍ତି। ବେପାରରେ ଲାଭ ପାଇବେ। ଦାମ୍ପତ୍ୟଜୀବନରେ ସୁଖ ବଜାୟରହିବ। ଆପଣଙ୍କ ସନ୍ତାନ ଶୁଭଖବର ଦେବେ।
ସିଂହ:-ଆପଣ ନିଜରଶକ୍ତି ଓ ପରିଶ୍ରମ ବଳରେ ସୁନାମଅର୍ଜନ କରିବେ। ମହିଳାମାନେ ନୂଆବ୍ୟବସାୟ ଆରମ୍ଭ କରିପାରନ୍ତି। ଜୀବନସାଥୀଙ୍କଠାରୁ ବହୁତ ସ୍ନେହ ମିଳିବ।
କନ୍ୟା:-ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ବନ୍ଧୁବର୍ଗଙ୍କଠାରୁ ଟିକେ ଦୂରତ୍ବରକ୍ଷା କରନ୍ତୁ। ଇଂଜିନିୟରଛାତ୍ରଙ୍କ ଲାଗି ଦିନଟିଶୁଭ। ଭାଇସହିତ ବାହାରକୁବୁଲି ଯିବାର ଯୋଜନା କରିପାରନ୍ତି।
ତୁଳା:-ଆପଣଙ୍କରଶତ୍ରୁ ଦୂରେଇ ରହିବେ। ବକେୟାଅର୍ଥ ପାଇବେ। ନିଜ ଲୋକଙ୍କ ଠାରୁ ଖୁସିଖବର ପାଇବେ। ଛାତ୍ରଛାତ୍ରୀ ତର୍କବିତର୍କନକରି ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।
ବିଛା:-ଆପଣଙ୍କଦିନଚର୍ଯ୍ୟାରେ ଅନୁଶାସନ ରହିବ। ଅସହାୟଲୋକଙ୍କୁ ସାହାଯ୍ୟ କରିବେ। ସନ୍ତାନସହ ମିଶି କାମ ପୂରାକରିବେ। ଉପରିସ୍ଥକର୍ମଚାରୀଙ୍କର ସହଯୋଗ ପାଇବେ।
ଧନୁ:-କିଣାବିକାକାର୍ଯ୍ୟରେ ସଫଳତାପାଇବେ। ବିରୋଧୀପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ଜୀବନସାଥୀଙ୍କଯୋଗୁଁ ମନୋବଳ ବଢ଼ିବ। ସାମାଜିକପରିସର ବୃଦ୍ଧି ହେବ।
ମକର:-ନିଜରଯୋଜନା କାହାରିକୁ ଜଣାନ୍ତୁନାହିଁ। କ୍ରୋଧଉପରେ ନିୟନ୍ତ୍ରଣରଖନ୍ତୁ, ଅନ୍ୟଥା ଭଲଅବସର ହାତଛଡ଼ା ହେବ। ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ।
କୁମ୍ଭ:-ସାମାଜିକସଂସ୍ଥାରେ କାର୍ଯ୍ୟରତଲୋକଙ୍କର ମାନସମ୍ମାନ ବଢ଼ିବ। ନିଜର ଅଧିକ ସମୟ ଧର୍ମାନୁଷ୍ଠାନରେ ବିତାଇବେ। ବେପାରକୁନେଇ ମସ୍ତିଷ୍କରେ ନୂଆନୂଆ ବିଚାର ଆସିବ।
ମୀନ:-ଆପଣଙ୍କଉଦ୍ୟମରେ ଖୁଣରହିପାରେ। କାମନେଇ ଜୀବନସାଥୀଙ୍କ ପରାମର୍ଶ ଲାଭପ୍ରଦ ହେବ। ବନ୍ଧୁମାନଙ୍କସହିତ ପୁରୁଣାକଥା ମନେପକାଇ ସମୟ ବିତାଇବେ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!