ଆଜିର ରାଶିଫଳ

ଅକ୍ଟୋବରମାସ ୨୨ତାରିଖ୨୦୨୫ ମସିହା (ବୁଧବାର) କାର୍ତ୍ତିକମାସ- ଶୁକ୍ଳ,ତିଥି- ପ୍ରତିପଦ ସନ୍ଧ୍ୟା ଘ୦୭/୫୬ ଗତେ ଦ୍ଵିତୀୟା,ନକ୍ଷତ୍ର- ସ୍ଵାତୀ ରାତ୍ରି ଘ୦୨/୧୬ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୮/୧୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୦୫,ଯୋଗିନୀ ପୂର୍ବେ ସନ୍ଧ୍ୟା ଘ୦୭/୫୭ ଗତେ ଉତ୍ତରେ,କର୍କଟ ରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୪୦ ଗତେ ଘ ୧୦/୦୮ ମଧ୍ୟେ,ବାରବେଳା- ଦିବା ଘ୧୧/୩୪ ଗତେ ଘ ୦୧/୦୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୪ମଧ୍ୟେ ଓ ଘ୦୭/ ୨୩ଗତେ ଘ୦୮/୧୧ମଧ୍ୟେ ଓ ଘ୧୦/୩୪ ଗତେ ଘ ୧୧/୩୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୩୫ ଗତେ ଘ୦୭/ ୨୨ମଧ୍ୟେ ଓ ଘ୦୧/୪୬ ଗତେ ଘ ୦୪/ ୧୧ମଧ୍ୟେ,ଅଦ୍ୟ ପାଣିକାଖରୁ ସନ୍ଧ୍ୟାଘ୦ ୭/୪୭ଗତେ ବୋଇତିକାଖରୁ ଭକ୍ଷଣ ନିଷେଧ।
ମେଷ-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।
ବୃଷ-ଆଜି କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
ମିଥୁନ-ଆଜି ନୂତନକର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟକ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ ।ପ୍ରତ୍ୟେକକ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ ।ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।
କର୍କଟ-ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।
ସିଂହ-ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭହେବ।ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।
କନ୍ୟା-ଆଜି ପ୍ରତ୍ୟେକକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମକଲେ ଅପେକ୍ଷାକୃତ ସଫଳତା ପାଇବେ।ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।
ତୁଳା-ଆଜି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।କର୍ମକ୍ଷେତ୍ରରେ ଭୁଲଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।
ବିଛା-ଆଜି ଯାତ୍ରାସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ।ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ।ବନ୍ଧୁମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।
ଧନୁ-ଆଜି ଅତୀତସ୍ମୃତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବାଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନଭାବ ପୋଷଣ କରିପାରେ।
ମକର-ଆଜି ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟିହେବା ଆଶଙ୍କା ରହିଛି ।ଭ୍ରମଣ ସୁଯୋଗ ଲାଭ ହେବ।ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋରବାକ୍ୟ ନିଜଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରାସମୟରେ ସତର୍କତା ଅବଲମ୍ବନ କରନ୍ତୁ।
କୁମ୍ଭ-ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକକାମକୁ ନିର୍ବିଘ୍ନରେ ସମାପନ କରି ପାରିବେ ।ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।
ମୀନ-ଆଜି ଭଲ ସମ୍ପର୍କ ନଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛାମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସପ୍ରତି ଆକୃଷ୍ଟ ହେବେ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମାଯୋଗମାୟା!!

Comments (0)
Add Comment