ଆଜିର ରାଶିଫଳ

ମାର୍ଚ୍ଚମାସ ୦୨ତାରିଖ ୨୦୨୬ମସିହା(ସୋମବାର)ଫାଲଗୁନମାସ-ଶୁକ୍ଳପକ୍ଷତିଥି- ଚତୁର୍ଦ୍ଦଶୀ ସନ୍ଧ୍ୟା ଘ୦୬/୦୦ ଗତେ ପୂର୍ଣ୍ଣିମାନକ୍ଷତ୍ର- ଅଶ୍ଳେଷା ଦିବା ଘ୦୮/୩୨ ଗତେ ମଘା,ସୁର୍ୟୋଦୟ-ପ୍ରାତଃଘ୦୬/୧୦/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/ ୨୫,ଯୋଗିନୀ ପଶ୍ଚିମେ ସନ୍ଧ୍ୟା ଘ୦୬/୦୦ଗତେ ବାୟବ୍ୟେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ପୁଷ୍କରଦୋଷ ନାସ୍ତି,କାଳବେଳା-ଦିବା ଘ୦୭/୩୪ ଗତେ ଘ୦୯/୦୨ମଧ୍ୟେ,ବାରବେଳା- ଦିବା ଘ୦୨/୫୫ ଗତେ ଘ୦୪/୨୨ ମଧ୍ୟେ,
ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୩୩ମଧ୍ୟେ ଓ ଘ୧୦/୫୭ଗତେ ଘ୦୧/୨୩ ମଧ୍ୟେ ରାତ୍ରି ଘ୦୬/୩୫ଗତେ ଘ୦୯/୦୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୪/୨୩ଗତେ ଘ୦୫/୨୨ମଧ୍ୟେ,ଅଦ୍ୟ ବିରିଭକ୍ଷଣ ନିଷେଧ।
ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେନାହିଁ ।ପରିସ୍ଥିତି ଯେମିତିହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ ।ଆପଣ ନିଜକୁ ଶାନ୍ତରଖିବାକୁ ଚ଼େଷ୍ଟାକରନ୍ତୁ ।ଦେବଦର୍ଶନର ସୁଯୋଗ ମିଳିବ।
ବୃଷ :-ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି ।ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ :-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ:-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ:-ଆଜି ଆପଣଙ୍କର ଭ୍ରମଣକରିବା ସମ୍ଭାବନା ଅଛି।କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣସ୍ଥାନ ବୁଲିବାକୁ ଯାଇପାରନ୍ତି ।ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା :-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି।ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନହୁଏ ତେବେ ଆପଣ ନିଜପରିବାର ଲୋକଙ୍କୁ ଅଧିକ ସମୟଦେବା ଉଚିତ ହେବ।
ତୁଳା :-ଦିନଟି କ୍ଳେଶ ଦାୟକ।ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବାନିଶ୍ଚୟ।କୌଣସି ଜଣେ ଅନୁଭବିଓକିଲଙ୍କ ପରାମର୍ଶ ନିଅନ୍ତୁ।ଚ଼ିନ୍ତାର କୌଣସି କାରଣନାହିଁ, କାହିଁକିନା ଉଚ୍ଚଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ
ବିଛା :-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବାପାଇଁ କୁଟନୀତିର ସାହାଯ୍ୟନିଅନ୍ତୁ।ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ:-ଆଜିର ଦିନ ନିଜପରିବାର ଲୋକଙ୍କ ସହିତ ରହିବାପାଇଁ ଶୁଭଦିନ ଅଟେ।ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗନେବେ।ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର:-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତିକ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟହେବ। କଣ୍ଟା ବା ମୁନିଆବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି।
କୁମ୍ଭ :-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି।ଏହା କୌଣସି ଉପହାର,କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ:-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ।ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ।ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟଯୋଗୁଁ ହେଉଛି।ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭଉଠାନ୍ତୁ।।ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।

Comments (0)
Add Comment