ଜୁଲାଇମାସ ୨୬ତାରିଖ୨୦୨୫ମସିହା(ଶନିବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା ରାତ୍ରି ଘ୧୦/୪୧ ଗତେ ତୃତୀୟା,ନକ୍ଷତ୍ର-ଅଶ୍ଳେଷା ଦିବା ଘ୦୪/୩୭ ଗତେ ମଘା,ସୁର୍ୟୋଦୟ-ପ୍ରାତଃ ଘ୦୫/ ୨୪/୨୩,ସୂର୍ୟ୍ୟାସ୍ତ-ସନ୍ଧ୍ୟାଘ୦୬/୨୨/୪୫,ଯୋଗିନୀଉତ୍ତରେରାତ୍ରି ଘ୧୦/୪୦ଗତେ ଅଗ୍ନିକୋଣେ, କର୍କଟ ଓ ମକରରାଶିର ଘତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୦୫ ମଧ୍ୟେ ଓ ଦିବା ଘ୦୪/୪୭ଗତେ ଘ୦୬/୨୨ ମଧ୍ୟେ,ବାରବେଳା- ଦିବା ଘ୦୧/୨୭ଗତେ ଘ୦୩/୦୬ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୨୩ ଗତେ ଘ୧୨/୩୫ ମଧ୍ୟେ ଓ ରାତ୍ରି ଘ୦୮/୪୫ ଗତେ ଘ୧୧/ ୧୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ବୋଇତିକଖାରୁ ଭକ୍ଷଣ ନିଷେଧ।
ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣା ରେ ତିକ୍ତତା ସୃଷ୍ଟି ହୋଇପାରେ।ଆଲୋଚନା, ଆନୁଷ୍ଠାନିକକାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।
ବୃଷ-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନଘଟିବ ।ଜଣେ ଆତ୍ମୀୟଙ୍କ ସହଯୋଗଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇ ପାରେ।
ମିଥୁନ-ଆଜି ଧନ ଓକାର୍ୟ୍ୟହାନୀ ହୋଇପାରେ।ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ।ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ ।ସନ୍ତାନଙ୍କ ବିଷୟ ଚିନ୍ତାକରି ମନ ଭଲ ଲାଗି ନପାରେ।
କର୍କଟ-ଆଜି ଅଫିସ୍ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।
ସିଂହ-ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରାପାଇଁ ମାର୍ଗ ସୁଗମ ହେବ।କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।
କନ୍ୟା-ଆଜି ଯେଉଁ କାମରେ ହାତଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ ।ଆକସ୍ମିକ ଭାବରେ କୈ।ଣଶି କାର୍ୟ୍ୟପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।
ତୁଳା-ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ୟ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା-ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ।ଦୀର୍ଘସମୟର କାର୍ୟ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍ଫୁଲ୍ଲିତ ହୋଇପାରନ୍ତି।
ଧନୁ-ଆଜିର ଆପଣଙ୍କ କର୍ମ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।କୌଣସି ବନ୍ଧୁଙ୍କଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।
ମକର-ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି ।ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।
କୁମ୍ଭ-ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ।ଘର ସାଜ ସଜ୍ଜାରେ,ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।
ମୀନ-ବାଣିଜ୍ୟ,ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବୋ ଆଜି ପ୍ରତ୍ୟେକକର୍ମରେ ଶୁଭଫଳ ପାଇବେ।କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି।ଯେତେ ଭଲକାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତିା
ବିଲ୍ବପତ୍ର ଛିଣ୍ଡେଇବା ଓ ଚଢେଇବା
ଅନେକ ବ୍ୟକ୍ତି ପ୍ରତ୍ୟେକ ଦିନ ବିଲ୍ବପତ୍ର ଛିଣ୍ଡାନ୍ତି। କିନ୍ତୁ ବିଲ୍ବପତ୍ର ସବୁଦିନ ଛିଣ୍ଡାଇବା ଦୋଷାବହ ।ବିଲ୍ବପତ୍ର ଶିବଙ୍କ ଅତ୍ୟନ୍ତ ପ୍ରିୟ । ଶାସ୍ତ୍ରମାନଙ୍କରେ ଅନେକ ତଥ୍ୟ ବିଲ୍ବପତ୍ର ସମ୍ପର୍କରେ ଉପଲବ୍ଧ । ନିଷିଦ୍ଧ ସମୟରେ ବିଲ୍ବପତ୍ର ନ ଛିଣ୍ଡାଇବା ଉଚିତ ଓ ଯଦି ନୂତନ ବିଲ୍ବପତ୍ର ନ ମିଳେ , ତେବେ ପୂର୍ବରୁ ଅର୍ପିତ ବିଲ୍ବପତ୍ରକୁ ଧୋଇ ସଫା କରି ଶିବଙ୍କୁ ପୁନଃ ଅର୍ପଣ କରିପାରିବା ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ଅଛି ।
ବିଲ୍ବପତ୍ର ସମ୍ପର୍କରେ କିଛି ତଥ୍ୟ ଜାଣିବାାନିମ୍ନ ଦିବସ ଗୁଡିକରେ ବିଲ୍ବପତ୍ର ଚୟନ ନିଷିଦ୍ଧ ରହିଛି ।
ଲିଙ୍ଗ ପୁରାଣରୁ:-
ଅମାରିକ୍ତାସୁସଂକ୍ରାନ୍ତ୍ୟାମଷ୍ଟମ୍ୟାମିନ୍ଦୁବାରେ
ବିଲ୍ବପତ୍ରଂ ନ ଚ ଛିନ୍ଦ୍ୟାଛ୍ଛିନ୍ଦ୍ୟାଚ୍ଚେନ୍ନରକଂ ବ୍ରଜେତ୍ ।
ଯେଉଁଦିନ ଅମାବାସ୍ୟା, ରିକ୍ତାତିଥି (ଚତୁର୍ଥୀ,ନବମୀ,ଚତୁର୍ଦ୍ଦଶୀତିଥି)ସଂକ୍ରାନ୍ତି, ଅଷ୍ଟମୀ, ବା ସୋମବାର ରହିଥାଏ, ଏହିଦିବସ ଗୁଡିକରେ ବିଲ୍ବପତ୍ର ଛିଣ୍ଡେଇବା ଉଚିତ୍ ନୁହେଁ । ଯଦି ଏଭଳିଦିନରେ ବିଲ୍ବପତ୍ର ଛିଣ୍ଡାଯାଏ, ତେବେ ସେ ନର୍କରେ ପଡିଥାଏ ।ଚଢାଯାଇଥିବା ବିଲ୍ବପତ୍ର ପୁଣିଥରେ ଚଢାଯାଇପାରିବ।
ଅର୍ପିତାନ୍ୟପି ବିଲ୍ବାନି ପ୍ରକ୍ଷାଲ୍ୟାପି ପୁନଃ ପୁନଃ ।
ଶଙ୍କରାୟାର୍ପଣୀୟାନି ନ ନବାନି ୟଦି କ୍ୱଚିତ୍ ।।
ଯଦି ନୂତନ ବିଲ୍ବପତ୍ର ମିଳିନଥାଏ, ତେବେ ଶିବଙ୍କୁ ଯେଉଁ ବିଲ୍ବପତ୍ର ପୂର୍ବରୁ ଅର୍ପଣ କରାଯାଇଥିବ, ସେଗୁଡ଼ିକୁ ଧୋଇ, ସଫା କରି ପୁଣିଥରେ ଅର୍ପଣ କରିପାରିବେ । ଏହିପରି ପୁନଃପୁନଃ ଅର୍ପଣ କରିବାକୁ ଶାସ୍ତ୍ର ଅନୁମୋଦନ କରି ଅଛନ୍ତି ।ସ୍କନ୍ଦପୁରାଣ, ଆଚାରେନ୍ଦୁ ପୃଷ୍ଠା- ୧୬୫
ବିଲ୍ବପତ୍ର ଛିଣ୍ଡାଇବା ମନ୍ତ୍ର-
ଅମୃତୋଦ୍ଭବ ଶ୍ରୀବୃକ୍ଷ ମହାଦେବପ୍ରିଯଃ ସଦା।
ଗୃହ୍ୟାମି ତବ ପତ୍ରାଣି ଶିବପୂଜାର୍ଥମାଦରାତ୍॥
ତ୍ରିପତ୍ରଂ ବିଲ୍ବଦଳଂ ଯଃ ଶିବାର୍ପୟତି ଭକ୍ତିତଃ।
ଶିବଲୋକମଵାପ୍ନୋତି ସଃ ଶତାନି ଜନ୍ମାନ୍ତରୈଃ॥
ଅର୍ଥ -ଯିଏ ଭକ୍ତିସହିତ ତ୍ରିଦଳ ବିଶିଷ୍ଟ ବିଲ୍ବପତ୍ର ଶିବଙ୍କୁ ଅର୍ପଣ କରେ, ସେ ଶତଜନ୍ମ ପର୍ୟ୍ୟନ୍ତ ଶିବଲୋକକୁ ପ୍ରାପ୍ତ ହୋଇଥାଏ।
ଶିବପୁରାଣ (ବିଦ୍ୟେଶ୍ୱର ସଂହିତା)
ଦଶକୋଟ୍ୟୌଘସଂଘାତଂ ବିଲ୍ବପତ୍ରଂ ବିନାଶୟେତ୍।
ଏକଵିଂଶତିଜଂ ପାପଂ ବିଲ୍ବପତ୍ରେଣ ଶୁଦ୍ଧ୍ୟତି॥
ଅର୍ଥ -ବିଲ୍ବପତ୍ର ଦ୍ୱାରା ଦଶ କୋଟି ପ୍ରକାର ଘୋର ପାପ ନଶ୍ଟ ହୋଇଥାଏ। ଗୋଟିଏ ବିଲ୍ବପତ୍ର ଅର୍ପଣ କରିବା ମାତ୍ରରେ ୨୧ ପ୍ରକାରର ପାପ ପରିଶୁଦ୍ଧ ହୋଇଯାଏ।
ବ୍ରହ୍ମବୈବର୍ତ୍ତ ପୁରାଣ (ଶ୍ରୀକୃଷ୍ଣଜନ୍ମଖଣ୍ଡ)
ବିଲ୍ବଂ ଦ୍ୱାଦଶଦଳଂ ବା ତ୍ରିଦଳଂ ବା ବିଶେଷତଃ।
ଶିବଂ ସଂପୂଜ୍ୟ ତତ୍ପତ୍ରଂ କୋଟିଜନ୍ମାର୍ଜିତଂ ହରେତ୍॥
ଅର୍ଥ (ଓଡ଼ିଆ):-ଯେ ବିଲ୍ବପତ୍ର ଦ୍ୱାଦଶ (୧୨) କିମ୍ବା ତିନିଟି ପତ୍ର ଥିବା ଅଟୁଟ ରୂପରେ ଅଛି, ଏହା ଦ୍ୱାରା ଯଦି ଶିବଙ୍କୁ ନମ୍ରତା ସହ ପୂଜା କରାଯାଏ, ତେବେ ସେ ବ୍ୟକ୍ତିର କୋଟି ଜନ୍ମର ପାପ ନାଶ ହୁଏ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!