ସେପ୍ଟେମ୍ବରମାସ ୧୭ତାରିଖ ୨୦୨୫ମସିହା (ବୁଧବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ରାତ୍ରି ଘ୧୨/୧୧ ଗତେ ଦ୍ୱାଦଶୀ,ନକ୍ଷତ୍ର- ପୁନର୍ବସୁ ଦିବା ଘ୦୭/୩୭ ଗତେ ପୂଷ୍ୟା,ଅଦ୍ୟ କନ୍ୟାସଂକ୍ରାନ୍ତି ଓ ବିଶ୍ଵକର୍ମା ପୂଜା, ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/ ୫୭, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୫/୨୪,ଯୋଗିନୀ ଅଗ୍ନି କୋଣେ ରାତ୍ରି ଘ୧୨/୧୧ ଗତେ ନୈରୁତେ ,କର୍କଟ ରାଶିର ଘାତବାର, ଏକାଦଶିର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କାଳବେଳା-ଦିବା ଘ୦୮/ ୪୦ଗତେ ଘ ୧୦/୧୧ ମଧ୍ୟେ,ବାରବେଳା- ଦିବା ଘ୧୧/୪୧ଗତେ ଘ୦୧/୧୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୫/୩୭ ଗତେ ଘ୦୬/୨୩ ମଧ୍ୟେ ଓ ଘ ୦୭/୦୭ଗତେ ଘ୦୭/୫୪ ମଧ୍ୟେ ଓ ଘ ୧୦/୧୨ ଗତେ ଘ୧୧/୪୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ ୦୬/୨୪ ଗତେ ଘ୦୭/୦୬ ମଧ୍ୟେ ଓ ଘ ୦୧/୧୯ ଗତେ ଘ୦୩/ ୪୨ ମଧ୍ୟେ,ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ।
ମେଷ:- ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।
ବୃଷ:-ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।
ମିଥୁନ:- ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇ ପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।
କର୍କଟ:- ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇ ପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜ ପତ୍ରରେ ସାବଧାନ ରହିବେ।
ସିଂହ:- ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀ ମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।
କନ୍ୟା:-ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।
ତୁଳା:- ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ।
ବିଛା:- ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରି ବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।
ଧନୁ:- ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।
ମକର:- ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁ ଥିରେ ଆପଣ ଖୁସିରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।
କୁମ୍ଭ:- ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।
ମୀନ:- ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରି ବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।
ସଂକ୍ରାନ୍ତି କେତେ ପ୍ରକାର ? ବାର ଅନୁସାରେ ସଂକ୍ରାନ୍ତିର ନାମକରଣକୁ ନେଇ କଣ ରହିଛି ମହତ୍ତ୍ଵ ?
ପାଞ୍ଜିରେ ଆମେ ଦେଖୁଯେ , ସଂକ୍ରାନ୍ତି ପୃଷ୍ଠାରେ ସଂକ୍ରାନ୍ତି ସଂଚାରର ନିର୍ଦ୍ଦିଷ୍ଟ ସମୟ ସହିତ ସମ୍ବତ୍ସରର ନାମ, ମାସାଧିପତିଙ୍କ ନାମ ଓ ପୁଣ୍ୟକାଳର ସୂଚନା ଦିଆଯାଇଥାଏ।ତାସହିତ ଏକ ମନୁଷ୍ୟର ଚିତ୍ର ଦିଆଯାଇ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ କେଉଁକେଉଁ ନକ୍ଷତ୍ର ଅଛନ୍ତି ଏବଂ ସେହି ନକ୍ଷତ୍ରମାନଙ୍କପାଇଁ କିଭଳି ଶୁଭାଶୁଭଫଳ ମିଳିବ ତାହା ମଧ୍ୟ ଲେଖାଥାଏ।ତାଙ୍କୁ ସଂକ୍ରାନ୍ତିପୁରୁଷ କୁହାଯାଏ।ଭିନ୍ନଭିନ୍ନ ସଂକ୍ରାନ୍ତିପାଇଁ ତାଙ୍କରନାମ, ଜାତି,ବୟସ,ବସ୍ତ୍ର,ଶସ୍ତ୍ର, ବାହନ,ମୁଖ ଓ ଦୃଷ୍ଟିରଦିଗ ଆଦି ଭିନ୍ନଭିନ୍ନ ହୋଇଥାଏ।ସଂକ୍ରାନ୍ତିପୁରୁଷଙ୍କର ଏହି ସାଙ୍କେତିକ ସ୍ୱରୂପରୁ ସଂପୃକ୍ତ ସୌରମାସର ଶୁଭାଶୁଭ ଫଳର ସୂଚନା ମିଳେ।ଏହାକୁନେଇ ମାସତତ୍ତ୍ୱ,ମାସଫଳ ଓ ପାଣିପାଗ ଆଦିର ପୂର୍ବାନୁମାନ କରାଯାଏ।
ସଂକ୍ରାନ୍ତି ଚାରିପ୍ରକାର-ଦୁଇଟି ବିଷୁବସଂକ୍ରାନ୍ତି (ମେଷ- ମହାବିଷୁବ ଓ ତୁଳା-ଜଳବିଷୁବ)ଦୁଇଟି ଅୟନସଂକ୍ରାନ୍ତି (କର୍କଟ- ଦକ୍ଷିଣାୟନ ଓ ମକର- ଉତ୍ତରାୟଣ) ଚାରିଟି ବିଷ୍ଣୁପଦୀସଂକ୍ରାନ୍ତି (ବୃଷ, ସିଂହ, ବିଛା ଓ କୁମ୍ଭ) ଏବଂ ଚାରିଟି ଷଡ଼ଶୀତିସଂକ୍ରାନ୍ତି (ମିଥୁନ, କନ୍ୟା, ଧନୁ ଓ ମୀନ)।
ବାରଅନୁସାରେ ସଂକ୍ରାନ୍ତିର ନାମକରଣ ହୁଏ। ରବିବାର ସଂକ୍ରାନ୍ତି ହେଲେ ତାହାର ନାମ ଘୋରା। ସୋମବାର ହେଲେ ଧ୍ୱାଂକ୍ଷୀ, ମଙ୍ଗଳବାର ହେଲେ ମହୋଦରୀ, ବୁଧବାର ହେଲେ ମନ୍ଦାକିନୀ, ଗୁରୁବାର ହେଲେ ମନ୍ଦା, ଶୁକ୍ରବାର ହେଲେ ମିଶ୍ରା, ଶନିବାର ହେଲେ ସଂକ୍ରାନ୍ତିର ନାମ ହୁଏ ରାକ୍ଷସୀ।ତେବେ ସଂକ୍ରାନ୍ତିପୁରୁଷଙ୍କ ଛବିର ବିଭିନ୍ନଅଙ୍ଗରେ ୨୭ଟି ନକ୍ଷତ୍ର ବାଣ୍ଟିହୋଇ ରହିବା ଅତ୍ୟନ୍ତ କୌତୂହଳ ପୂର୍ଣ୍ଣ।ସଂକ୍ରାନ୍ତିଚଳନ ସମୟରେ ସଂକ୍ରାନ୍ତିପୁରୁଷଙ୍କର ମସ୍ତକ,ମୁଖ, ନେତ୍ର,ହୃଦୟ, ଦକ୍ଷିଣ ଓ ବାମହସ୍ତ, ଦକ୍ଷିଣ ଓ ବାମପାଦ ଏବଂ ଗୁହ୍ୟ ଆଦିସ୍ଥାନରେ କେଉଁକେଉଁ ନିର୍ଦ୍ଦିଷ୍ଟ ନକ୍ଷତ୍ର ଅଛନ୍ତି ତାହା ପାଞ୍ଜିରେ ଦିଆଯାଇଥାଏ।
କୌଣସି ବ୍ୟକ୍ତିଙ୍କର ଜନ୍ମନକ୍ଷତ୍ର ସଂକ୍ରାନ୍ତିପୁରୁଷଙ୍କର ଯେଉଁ ଅଙ୍ଗରେ ଥାଏ ସେହି ଅନୁସାରେ ତାଙ୍କୁ ନିରୂପିତ ଶୁଭାଶୁଭ ଫଳ ମିଳେ।ସମସ୍ତ ପର୍ବପର୍ବାଣୀ ପାଳନ କରାଯିବା ମଧ୍ୟରେ ସଂକ୍ରାନ୍ତିର ଏକ ସ୍ବତନ୍ତ୍ରସ୍ଥାନ ରହିଅଛି। ଏହିଦିନ ସୂର୍ୟ୍ୟନାରାୟଣ ଗୋଟିଏରାଶିରୁ ଅନ୍ୟ ଏକରାଶିକୁ ଚଳନ କରିଥାନ୍ତି।ବର୍ଷକ ମଧ୍ୟରେ ୧୨ଗୋଟି ସଂକ୍ରାନ୍ତି ପାଳନ କରାଯାଇଥାଏ। ସଂକ୍ରାନ୍ତି ପୂର୍ବଦିନକୁ ମାସାନ୍ତ କୁହାଯାଇଥାଏ। ସଂକ୍ରାନ୍ତିଦିନ ସକାଳୁସକାଳୁ ଲୋକେ ବିଭିନ୍ନ ଦେବାଳୟ କୁଯାଇ ଦର୍ଶନସହ ପୂଜାର୍ଚ୍ଚନା କରିଥାନ୍ତି। ମୁଖ୍ୟତଃ ମହାଦେବ ଓ ମହାବୀରଙ୍କ ମନ୍ଦିରରେ ଅଧିକ ଗହଳି ପରିଲକ୍ଷିତ ହୋଇଥାଏ। ଅନେକମନ୍ଦିରରେ ପ୍ରତି ସଂକ୍ରାନ୍ତିରେ ହୋମ କରଯାଇଥାଏ। ଅଧିକାଂଶଙ୍କ ଘରେ ଓ ବ୍ୟବସାୟ ପ୍ରତିଷ୍ଠାନରେ ସଂକ୍ରାନ୍ତିରେ ହୋମ ହୋଇଥାଏ।ପ୍ରତି ସଂକ୍ରାନ୍ତିଦିନ ଶ୍ରୀମନ୍ଦିରର ସିଂହଦ୍ଵାରସାମନାରେ ଅପରାହ୍ନ ସମୟରେ ମଧ୍ୟ ହୋମ କରାଯାଇ ଥାଏ। ବର୍ତ୍ତମାନସମୟରେ ସିଂହଦ୍ୱାର ସହ ଅନ୍ୟ ତିନିଦ୍ଵାର ନିକଟରେ ମଧ୍ୟ ଅପରାହ୍ନରେ ହୋମ କରାଯାଉଅଛି। ଏହିହୋମରେ ଲୋକମାନେ ଲିଆ, ଘିଅ,ନଡ଼ିଆ ଦେଇଥାନ୍ତି।ହୋମ କରୁଥିବା ବ୍ରାହ୍ମଣଙ୍କୁ ଗୋତ୍ର ଓ ନାଁକହିଲେ ସେ ଉଚ୍ଚାରଣକରି ହୋମାଗ୍ନିରେ ଘିଅଦିଅନ୍ତି।ପ୍ରସାଦସ୍ୱରୂପ ହୋମର କଳା ଓ ହୋମରେ ପୋଡାହେଇଥିବା ନଡ଼ିଆରୁ ଖଣ୍ଡେ ମଧ୍ୟ ମିଳେ!!ଜୟଜଗନ୍ନାଥ, ଜୟସୋମନାଥ,ଜୟମାଯୋଗମାୟା!!