ସେପ୍ଟେମ୍ବରମାସ ୨୪ତାରିଖ ୨୦୨୫ମସିହା (ବୁଧବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ତୃତୀୟା,ନକ୍ଷତ୍ର- ଚିତ୍ରା ଫା ଦିବା ଘ୦୪/୪୫ ଗତେ ସ୍ଵାତୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯ /୧୭,ଯୋଗିନୀ ଅଗ୍ନିକୋଣେ, କର୍କଟ ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ ୦୮/୪୦ ଗତେ ଘ୧୦/୧୨ ମଧ୍ୟେ, ବାରବେଳା- ଦିବା ଘ ୧୧/୪୨ ଗତେ ଘ ୦୧/୧୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୨୮ ମଧ୍ୟେ ଓ ଘ ୦୭/୧୫ ଗତେ ଘ୦୮/୦୪ ମଧ୍ୟେ ଓ ରାତ୍ରି ଘ ୦୬/୨୬ ଗତେ ଘ୦୭/୧୬ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୨୯ ଗତେ ଘ୦୭/୧୪ ମଧ୍ୟେ ଓ ଘ ୦୧/୪୦ ଗତେ ଘ୦୪/୦୫ ମଧ୍ୟେ,ଅଦ୍ୟ ପୋଟଳ ଭକ୍ଷଣ ନିଷେଧ।
ମେଷ :-ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲହେବ।କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ।ପାରିବାରିକକାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗପାଇବେ।ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କଠାରୁ ସମ୍ମାନ ପାଇବେ। ବ୍ୟବସାୟ ରୁ ସହକର୍ମୀଙ୍କ ମାଧ୍ୟମରେ ଲାଭପାଇବେ। ମହିଳା ମାନେ ଜରୁରୀଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ:-ଆଜି ନିଜର ନୂଆବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ।ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ।ଅଫିସରେ କୌଣସି ଖୁସି ଖବର ମିଳିବ।ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନ ସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:-ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବରପାଇବେ।ପରିବାରରେ ଏକତା ଓ ସୁଖ ବୃଦ୍ଧିହେବ।ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା:-ଆଜି ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ।ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି।ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ ।ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁରହେବ। ଅଫିସରେ ଆପଣଙ୍କ ର କର୍ତ୍ତୃତ୍ବ ବଜାୟରହିବ।ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:-କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହାଦ୍ବାରା ଭବିଷ୍ୟତରେ ଲାଭମିଳିବ।ପରିବାର ଲୋକେ ଆପଣଙ୍କଉପରେ ବହୁତ ଭରସା କରିବେ।
ଧନୁ:- ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚିବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରାହେବ।ସ୍ବାସ୍ଥ୍ୟପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାରପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ।ଧନସ˚ପତ୍ତି ବୃଦ୍ଧି ହେବ। ରାଜନୀତି ରେ ଆଧିପତ୍ୟ ବଢ଼ିବ।ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗମିଳିବ।ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ।ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି।ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି।କୋର୍ଟକଚେରି ମାମଲାରେ ଚିନ୍ତା ବଢ଼ିପାରେ ।
ଭାରତବର୍ଷରେ ସାଧାରଣତଃ ଦୁଇ ପ୍ରକାର ଦୁର୍ଗାପୂଜା ର ପ୍ରଚଳନଅଛି।ଗୋଟିଏ ଶାରଦୀୟ ଏବଂ ଅନ୍ୟଟି ବାସନ୍ତିକ।ଆଶ୍ୱିନଶୁକ୍ଳ ଏବଂ ଚୈତ୍ରଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ଏ ପୂଜାର ଅଂଶଵିଶେଷ ସ୍ୱରୂପେ ନବରାତ୍ର ପାଳନ ହୋଇଥାଏ ।ଏହି ନବରାତ୍ର ନଅ ଦିନରେ ମାଆଦୁର୍ଗାଙ୍କ ନଅରୂପ ନବଗୌରୀ ବା ନବଦୁର୍ଗାଙ୍କୁ ଆରାଧନା କରାଯାଏ।ମାର୍କଣ୍ଡେୟ ପୁରାଣରେ ଗୋଟିଏ ଅଂଶରେ ବର୍ଣ୍ଣିତ ହୋଇଛି ଦେବୀମହାମାୟାଙ୍କ ମାହାତ୍ମ୍ୟ।ଏହା ଚଣ୍ଡୀ ବା ଦୁର୍ଗାସପ୍ତଶତୀ ନାମରେ ପରିଚିତ। ନବରାତ୍ରପୂଜାସମୟରେ ଏହାକୁ ପାଠ କରାଯାଇ ମାଆଙ୍କୁ ଆବାହନ କରାଯାଏ।ଏହାଛଡ଼ା ଦୁଇଟି ଗୁପ୍ତ ନବରାତ୍ର ମଧ୍ୟଅଛି।ପ୍ରଥମଟି ଆଷାଢ଼ ଶୁକ୍ଳ ପ୍ରତିପଦା ଓ ଦ୍ୱିତୀୟଟି ମାର୍ଗଶୀର ଶୁକ୍ଳପ୍ରତିପଦାଠାରୁ ଆରମ୍ଭ ହୋଇଥାଏ ।ଦେବୀଙ୍କର ନବଶକ୍ତି ଏହି ସମୟରେ ଏକ ମହାଶକ୍ତିରୂପ ଧାରଣ କରିଥାଏ।ଏଣୁ ଆରାଧନାଦ୍ୱାରା ସାଧକମାନେ ଏହି ସମୟରେ ସିଦ୍ଧିପ୍ରାପ୍ତ ହୋଇଥାନ୍ତି। ନବଦୁର୍ଗାଙ୍କୁ ଦେଵୀକବଚ ସୂତ୍ରରେ ବର୍ଣ୍ଣନା କରାଯାଇଛି :-
ପ୍ରଥମଂ ଶୈଳପୁତ୍ରୀ ତି ଦ୍ୱିତୀୟେ ବ୍ରହ୍ମଚାରିଣୀ..
ତୃତୀୟମ୍ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍..
ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀଦିନ ଏହାର ସମାପନ ହୋଇଥାଏ ।ଦଶମୀଦିନ ଦଶହରା ପାଳନ ସହ ଏ ପାର୍ବଣପର୍ବର ସମାପ୍ତି ହୋଇଥାଏ l
ନବଦୁର୍ଗାଙ୍କ ସଂକ୍ଷିପ୍ତ ପରିଚୟ:-
୧ମ ସ୍ୱରୂପ -ଶୈଳପୁତ୍ରୀ -ଦ୍ୱିଭୁଜା ଦେଵୀ
୨ୟ ସ୍ୱରୂପ -ବ୍ରହ୍ମଚାରୀଣି – ଆନନ୍ଦମୟୀ ଦେବି
୩ୟ ସ୍ୱରୂପ ମା ଚନ୍ଦ୍ରଘଣ୍ଟା- ମହିଷାସୁର ବଧ ନିମନ୍ତେ ଯେତେ ବେଳେ ମାଦୁର୍ଗା ଆବିର୍ଭୁତା ହୋଇଥିଲେ ସମସ୍ତ ଦେବତାମାନେ ମିଶି ତାଙ୍କହାତରେ ଆୟୁଧମାନ ପ୍ରଦାନ କରିଥିଲେ l ଦେବରାଜ ଇନ୍ଦ୍ର ସେତିକିବେଳେ ମାଆଙ୍କୁ ଘଣ୍ଟାଟିଏ ପ୍ରଦାନ କରିଥିଲେ।ଇନ୍ଦ୍ର ଦେବୀ ଙ୍କଠାରୁ ଯେଉଁ ବ୍ରହ୍ମଜ୍ଞାନ ପାଇଥିଲେ ତାହାକୁ ବିଶ୍ୱରେ ଘୋଷିତ କରିବା ପାଇଁ ସେ ଏହିଘଣ୍ଟା ଇନ୍ଦ୍ରଙ୍କୁ ଦେଇଥିଲେ ।ଏ ଘଣ୍ଟାରେ ଐରାବତ ହସ୍ତୀର ବଳ ପୁରି ରହିଥିଲା।ଏଣୁ କୁହାଯାଇଛି :-
ଦଦୌ ତସ୍ୟେ ଶହଶ୍ରାକ୍ଷୋ
ଘଣ୍ଟା ଭୈରବତାଦ ଗଜାତ୍ l
ସର୍ଵ ଵାଦ୍ୟମୟୀ ଏ ଘଣ୍ଟାର ଧ୍ୱନି ଅତୀବ ତୀବ୍ର।ବିଶ୍ୱସୃଷ୍ଟି ମୂଳରେ ଯେଉଁ ନାଦବ୍ରହ୍ମ ନିହିତ ରହିଛି ସେଥିରୁ ଏ ଘଂଟାର ଉଦ୍ଭବ।ସାଧକ ମାତୃଶକ୍ତିର ନିକଟବର୍ତ୍ତୀ ହେଲେ ଏହି ଘଣ୍ଟାର ଧ୍ୱନି ଶୁଣିପାରିଥାନ୍ତି। ଯେଉଁମାନେ ଭୋଗାଶକ୍ତ।ମୃତ୍ୟୁବେଳେ ସେମାନେ ଯମରାଜଙ୍କ ବାହନ ମହିଷବେକର ଘଣ୍ଟିଧ୍ୱନୀ ଶୁଣିପାରନ୍ତି। ମାତୃ ସେବକଙ୍କୁ ଏହା ମାତୃଆବାହନୀ ଧ୍ୱନିଭାବେ ପ୍ରତୀତ ହୋଇଥାଏ।ଦେବୀଙ୍କ ମସ୍ତକରେ ଘଣ୍ଟାଆକୃତିର ଅର୍ଦ୍ଧଚନ୍ଦ୍ର। ସୁବର୍ଣ୍ଣ ସଦୃଶ ଦେବୀଙ୍କର ଲାବଣ୍ୟମୂର୍ତ୍ତି ।ତିନିନେତ୍ର ଓ ଦଶହାତରେ ଧାରଣ କରିଛନ୍ତି ଦଶଟି ଆୟୁଧ।ଦେବୀ ସିଂହାରୁଢ଼ା,ଯୁଦ୍ଧପାଇଁ ପ୍ରସ୍ତୁତ।ଦେବୀ ବୀରରସର ଅପୂର୍ବମୂର୍ତ୍ତି। ଦେବୀଙ୍କଗ୍ରହ ଶୁକ୍ର ,ମନ୍ତ୍ର – ଓଁ ଦେବୀ ଚନ୍ଦ୍ରଘଣ୍ଟାଐ ନମଃ…!!ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା!!