ଆଜିର ରାଶିଫଳ

ଔଷଧୀୟ ଗୁଣରେ ଭରପୁର କୁଳଥଡାଲି

ଜାନୁଆରୀମାସ ୩୦ତାରିଖ ୨୦୨୬ମସିହା (ଶୁକ୍ରବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ଦ୍ୱାଦଶୀ ଦିବା ଘ୧୧/୨୦ ଗତେ ତ୍ରୟୋଦଶୀ,ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୦୪/୧୫ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃଘ୦୬/୨୬/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୦୫, ଯୋଗିନୀ ନୈରୁତେ ଦିବା ଘ୧୧/୨୦ଗତେ ଦକ୍ଷିଣେ,କନ୍ୟା ରାଶିରଘାତଚନ୍ଦ୍ର,ବିଛା ,ଧନୁ ଓ ମୀନରାଶିର ଘାତବାର, ଦ୍ଵାଦଶୀର ଏକୋଦିଷ୍ଟ ଓ ତ୍ରୟୋଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୧୧/୨୦ମଧ୍ୟେ ଏକପାଦ ଓ ରାତ୍ରି ଘ୦୪/୧୫ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୯/୦୮ଗତେ ଘ୧୧/୫୬ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ୦୮/୦୨ମଧ୍ୟେ ଓ ଘ୦୧/୪୦ ଗତେ ଘ୦୩/୧୫ ମଧ୍ୟେ ଓ ଘ୦୪/୫୦ଗତେ ଘ୦୫/୩୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ ଘ୧୦/୨୦ ଗତେ ଘ୧୧/୧୨ମଧ୍ୟେ,ଅଦ୍ୟ ପୋଈ ଦିବା ଘ୧୧/୨୦ ଗତେ ବାଇଗଣ ଭକ୍ଷଣ ନିଷେଧ।
ମେଷ:- ଆଜି ଦାମ୍ପତ୍ୟଜୀବନରେ ସୁଖ ଅନୁଭବ କରିବେ। ପାରିବାରିକସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନମାନଙ୍କଠାରୁ ଶୁଭସମାଚାର ମିଳିପାରେ।
ବୃଷ:-ଆଜି ଆପଣଙ୍କ ଅଧୂରାକାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶପ୍ରାପ୍ତି ହେବ।ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।
ମିଥୁନ:- ଦିନରଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁନେଇ କରି ମଧ୍ୟ ଅସୁବିଧାହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।
କର୍କଟ:- ନକାରାତ୍ମକବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।
ସିଂହ:-ଆଜି ବିନା ଭାବିବିଚାରି କୌଣସିକାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ,ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକଲାଭ ମଧ୍ୟ ହେବ।
କନ୍ୟା:-ଆପଣଙ୍କ ଅନିୟନ୍ତ୍ରିତବାଣୀ କାହା ସହିତ ମନ ମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସନିର୍ଣ୍ଣୟ ନେବାକୁ ଦେବନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବାପୂର୍ବରୁ ଭାବିବିଚାରି ନିଅନ୍ତୁ।ସ୍ଵାସ୍ଥ୍ୟପ୍ରତି ଧ୍ୟାନ ରଖିବେ।
ତୁଳା:-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗମିଳିବ।ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକଲାଭ ହେବ।ଶୁଭସମାଚାର ପ୍ରାପ୍ତ ହେବ।
ବିଛା:-ଆଜିରଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହକାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକଅସୁବିଧା ଆସିପାରେ।
ଧନୁ:-ଜୀବନର ପ୍ରତ୍ୟେକକ୍ଷେତ୍ରରେ ଆଜିର ଦିନ ଲାଭ କାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି।ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳାମିତ୍ର ତଥା ପତ୍ନୀ ଏବଂ ପୁତ୍ରଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।
ମକର:-ଆପଣଙ୍କ ପ୍ରତ୍ୟେକକାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସିରହିବେ।ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।
କୁମ୍ଭ:-ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ।ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।
ମୀନ:-ଆଧ୍ୟାତ୍ମିକତାପ୍ରତି ଆକର୍ଷଣବଢ଼ିବ।ବାଣୀ ତଥା ବ୍ୟବହାରଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

ଔଷଧୀୟ ଗୁଣରେ ଭରପୁର କୁଳଥଡାଲି
କୁଳଥଡାଲି (ହର୍ସଗ୍ରାମ) ଯାହାର ବୈଜ୍ଞାନିକ ନାମ ମାକ୍ରୋଟାଇଲୋମା ୟୁନିଫ୍ଲୋରମ୍।ବିଶେଷକରି ଏହା
ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ବ୍ୟବହୃତ ହୁଏ।ପୁଷ୍ଟିକର ଡାଲି ମଧ୍ୟରୁ ଏହା ଗୋଟିଏ।କୁଳଥଡାଲି ଔଷଧୀୟ ଗୁଣରେ ଭରପୁର ଏବଂ ଆୟୁର୍ବେଦରେ ଏହାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।କୁଳଥଡାଲି ମୁଖ୍ୟତଃ ଭାରତର ମଧ୍ୟଦକ୍ଷିଣ ଏବଂ ପଶ୍ଚିମ ଭାଗରେ ଚାଷ କରାଯାଏ। ଏହା କମ ପାଣିରେ ମଧ୍ୟ ଭଲ ଅମଳ ଦେଇଥାଏ, ଯାହା ଏହାକୁ ଶୁଷ୍କଅଞ୍ଚଳ ପାଇଁ ଉପଯୁକ୍ତ ଫସଲ କରିଥାଏ। ଏହାକୁ ଖରିଫ ଏବଂ ରବି ଉଭୟ ଋତୁରେ ବୁଣା ଯାଇପାରିବ।
ପୁଷ୍ଟିକର ସାମଗ୍ରୀ-କୁଳଥଡାଲି ପ୍ରୋଟିନ, ଲୌହ,କ୍ୟାଲସିୟମ,ଫାଇବର, ଫସଫରସ୍ ଏବଂ କାର୍ବୋହାଇଡ୍ରେଟ୍ ରେ ଭରପୁର।ଏହା ଶରୀରକୁ ଶକ୍ତି ଯୋଗାଇ ଥାଏ ଏବଂ ପାଚନପ୍ରଣାଳୀକୁ ମଜବୁତ କରିଥାଏ।
ଔଷଧିକଗୁଣ ଏବଂ ସ୍ୱାସ୍ଥ୍ୟଲାଭ-
୧. ବୃକକ୍ ପଥରପାଇଁ ଲାଭଦାୟକ – କୁଲଥଡାଲି ସିଝାପାଣି କାଢା (kidneystone) ପଥର ଭାଙ୍ଗିବା ଏବଂ ବାହାର କରିବାରେ ସହାୟକ ବୋଲି ବିବେଚନା କରାଯାଏ।
୨. ଓଜନ ହ୍ରାସପାଇଁ ସହାୟକ – ଏହା ଫାଇବରରେ ଭରପୁର, ଯାହା ଭୋକ ନିୟନ୍ତ୍ରଣ କରେ।
୩. ପାଚନଶକ୍ତି ଉନ୍ନତ କରେ – କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ବଦହଜମୀ ପାଇଁ ଉପଯୋଗୀ।
୪. ଚିନିନିୟନ୍ତ୍ରଣ – ରକ୍ତଶର୍କରା ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ।
୫. ରକ୍ତହୀନତାପାଇଁ ଲାଭ – ଏହାର ଭଲ ଲୌହ ପରିମାଣ ରକ୍ତହୀନତା ଚିକିତ୍ସାରେ ସାହାଯ୍ୟ କରେ।
୬. ଥଣ୍ଡା ଏବଂ ଫ୍ଲୁ ପାଇଁ ଉପଯୋଗୀ – ଏହାର ଗରମ ସ୍ୱଭାବ କାଶରୁ ମୁକ୍ତି ପ୍ରଦାନ କରେ।
ଏହାକୁ କିପରି ବ୍ୟବହାର କରିବେ-
କୁଲଥକୁ ଡାଲି, ସୁପ, କାଢା ଏବଂ ଚଟଣି ତିଆରି କରିବାରେ ବ୍ୟବହାର କରାଯାଏ। ଦକ୍ଷିଣଭାରତରେ ଏହାକୁ ରସମ ଏବଂ ସୁପ ଭାବରେ ମଧ୍ୟ ବ୍ୟବହାର କରାଯାଏ। ଆୟୁର୍ବେଦରେ ଏହାର କାଢା ଔଷଧ ଭାବରେ ବ୍ୟବହାର କରାଯାଏ।
ସାବଧାନତା-କୁଲଥଡାଲିର ଗରମ ସ୍ୱଭାବ ଅଛି, ତେଣୁ ଏହାକୁ ଅତ୍ୟଧିକ ପରିମାଣ ରେ ସେବନକରିବା ଉଚିତନୁହେଁ। ଗର୍ଭବତୀମହିଳା ଏବଂ ଅତ୍ୟଧିକ ଗରମ ଥିବା ବ୍ୟକ୍ତିମାନେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହାକୁ ସେବନକରିବା ଉଚିତ।
କୁଲଥଡାଲି ଏକ ଶସ୍ତା, ପୁଷ୍ଟିକର ଏବଂ ଔଷଧୀୟଡାଲି। ଏହା କେବଳ ଖାଦ୍ୟ ଭାବରେ ନୁହେଁ ବରଂ ସ୍ୱାସ୍ଥ୍ୟବର୍ଦ୍ଧକ ଔଷଧ ଭାବରେ ମଧ୍ୟ ଅତ୍ୟନ୍ତ ଉପଯୋଗୀ। ଏହାକୁ ନିୟମିତ ଏବଂ ସନ୍ତୁଳିତ ପରିମାଣରେ ଖାଇବାଦ୍ୱାରା ଶରୀର ସୁସ୍ଥ ରହିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଏ।

Comments (0)
Add Comment