ଆଜିର ରାଶିଫଳ

ମାର୍ଚ୍ଚମାସ ୧୨ତାରିଖ ୨୦୨୬ମସିହା(ଗୁରୁବାର)ଚୈତ୍ରମାସ-କୃଷ୍ଣପକ୍ଷ,
ତିଥି-ନବମୀ,ନକ୍ଷତ୍ର-ମୂଳା ରାତ୍ରି ଘ୦୧/୪୮ଗତେ ପର୍ବାଷାଢା,
ସୁର୍ୟୋଦୟ-ପ୍ରାତଃଘ୦୬/୦୨/୪୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୩/୦୭,
ଯୋଗିନୀ ପୂର୍ବେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ନବମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୨/୫୨ଗତେ ଘ୦୫/୫୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୦୪ ଗତେ ଘ୦୩/୨୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୪୦ ମଧ୍ୟେ ଓ ଘ୧୦/୫୦ଗତେ ଘ୦୧/୧୬ମଧ୍ୟେ,ଅଦ୍ୟ ଲାଉଭକ୍ଷଣ ନିଷେଧ।
ମେଷ:-ବ୍ୟବସାୟୀମାନଙ୍କ ପାଇଁ ଆଜିରଦିନ ଲାଭଦାୟକହେବ। ଆର୍ଥିକଲାଭ ମିଳିବ। ଲମ୍ବାସମୟର ଆର୍ଥିକଆୟୋଜନ ମଧ୍ୟ କରିପାରିବେ।ଶରୀର ଏବଂ ମନ ସୁସ୍ଥରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କସହିତ ଆନନ୍ଦରେ ଦିନ କଟିବ।
ବୃଷ :-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣସମ୍ବନ୍ଧ ରହିବ।ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦବିବାଦରେ ସଫଳତା ମିଳିବ।ବିଦ୍ୟାର୍ଥିମାନଙ୍କ ପାଇଁ ଭଲସମୟ ଅଟେ। ପରିଶ୍ରମ ଅନୁପାତରେ କମସଫଳତା ମିଳିବ।ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।
ମିଥୁନ:-ସମସ୍ତକାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବକରିବେ।ମାତା ଏବଂ ମହିଳା ମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବକରିବେ।ଅନିଦ୍ରା କାରଣରୁ ଶାରୀରିକଅସୁସ୍ଥତା ହୋଇପାରେ।ପାଣି କିମ୍ବା ଅନ୍ୟ ତରଳପଦାର୍ଥ ଭୟାନକ ପ୍ରମାଣିତ ହୋଇ ପାରନ୍ତି।
କର୍କଟ:- କାର୍ଯ୍ୟସଫଳ ପାଇଁ ଆଜିରଦିନ ଭଲରହିବ।ମିତ୍ରମାନଙ୍କ ତଥା ସ୍ଵଜନ ମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସିରହିବେ।ଲଘୁଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶାରହିବ। ଆର୍ଥିକଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ।ବିରୋଧିମାନଙ୍କୁ ପରାଜିତ କରିପାରିବେ।
ସିଂହ :-ଦୂରରେ ବାସକରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭହେବ।ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତିହେବ।ନିର୍ଦ୍ଧାରିତ କାମରେ ସଫଳତାମିଳିବ।ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା:-ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତକରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିରଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲରହିବ ଏବଂ ମନ ମଧ୍ୟ ସୁସ୍ଥରହିବ।ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖଆନନ୍ଦପ୍ରାପ୍ତି ହେବ।ଧନଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା :- ଆଜି ଆପଣ ଅନ୍ୟବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନାଅଛି।ପରୋପକାର ବଦଳରେ ଉପକାର ମିଳିପାରେ। ଆୟଅପେକ୍ଷା ଖର୍ଚ୍ଚରମାତ୍ରା ବଢ଼ିବ।ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା :-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ।ମାଙ୍ଗଳିକ କାର୍ଯ୍ୟ ହେବ। ବିବାହପାଇଁ ସଂଯୋଗ ବନିବ।ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ।ମହିଳା ମିତ୍ରମାନଙ୍କଠାରୁ ଲାଭହେବାର ଯୋଗ ଅଛି।
ଧନୁ:-ଆଜି ଆପଣଙ୍କ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ।ଆମୋଦ- ପ୍ରମୋଦସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନସମ୍ମାନ ପ୍ରାପ୍ତିହେବ।ଗୃହସ୍ଥ ଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର :- ଆପଣଙ୍କ ଆଜିରଦିନ ମିଶ୍ର ଫଳଦାୟକ ପ୍ରମାଣିତହେବ।ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସିକୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ:-ନକାରାତ୍ମକବିଚାରରେ ମନରେ ହତାସା ସୃଷ୍ଟିହୋଇପାରେ।ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି।ବାଣୀ ଉପରେ ନିୟନ୍ତ୍ରଣ ନରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି।ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ :-ଆଜିରଦିନ ସୁଖ-ଶାନ୍ତିରେ କଟିବ।ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ।ପତି-ପତ୍ନୀଙ୍କରମଧ୍ୟରେ ଦାମ୍ପତ୍ୟଜୀବନରେ ନିକଟତା ଅନୁଭବହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧିମିଳିବ।ଉତ୍ତମ ବୈବାହିକ ସୁଖପ୍ରାପ୍ତି ହେବ।।ଜୟଜଗନ୍ନାଥ, ଜୟସୋମନାଥ,ଜୟ ମାଯୋଗମାୟା।।

Comments (0)
Add Comment