ଆଜିର ରାଶିଫଳ

ପିଅନ୍ତୁ ପାଣି, ଚୁଟକିରେ ଦୂର ହେବ ଅନେକ ସମସ୍ୟା

ଏପ୍ରିଲମାସ ୦୨ତାରିଖ ୨୦୨୬ମସିହା(ଗୁରୁବାର)ଚୈତ୍ରମାସ-ଶୁକ୍ଳପକ୍ଷ,
ତିଥି-ପୂର୍ଣ୍ଣିମା ଦିବା ଘ୦୭/୧୬ ଗତେ ପ୍ରତିପଦ,ନକ୍ଷତ୍ର- ହସ୍ତା ସନ୍ଧ୍ୟା ଘ୦୬/୦୮ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃଘ୦୫/୪୪/୩୨,
ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୮/୨୭,ଯୋଗିନୀ ବାୟବ୍ୟେ ଦିବା ଘ୦୭/୨୬ ଗତେ ପୂର୍ବେ,ବୃଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,
ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୨/୫୦ ଗତେ ଘ୦୫/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୦୭ ଗତେ ଘ୦୩/୩୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ଲବେଳ।- ଦିବା ଘ୦୭/୨୨ମଧ୍ୟେ ଓ ଘ୨୦/୩୪ ଗତେ ଘ୧୨/୫୮ ମଧ୍ୟେ,ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ👉ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ।ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ।ହୃତଧନ ଫେରିପାଇବେ।ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ।ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ।ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ବୃଷ👉 ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତିଘଟିବ।ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମହେବ।କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ।ମୂଲ୍ୟବାନ ଧାତୁ କିମ୍ବା ଭୂମିକ୍ରୟ କରିପାରନ୍ତି।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ।ମହିଳାମାନେ ସଞ୍ଚୟ କରିବେ ।
ମିଥୁନ👉କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି।କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହ୍ୟା ଓ ସହୋଗ ପାଇବେ ।
କର୍କଟ👉ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ।ମହିଳା ମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।
ସିଂହ👉 ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ।କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତରହିବ।ବିନା କାରଣରେ ଆଜି ବହୁତ ବ୍ୟସ୍ତରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କନ୍ୟା👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ।ମହିଳା ସହକର୍ମୀ ସହୋଗ କରିବେ ।ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ।ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ।ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।
ତୁଳା 👉କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସାପାଇବେ।ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟହେବ।ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ରହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ଧାର୍ମିକକାର୍ଯ୍ୟରେ ଆଗ୍ରହୀ ହେବେ
ବିଛା👉ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି।ପୁତ୍ର, କନ୍ୟା ଅବଜ୍ଞାକରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ।ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁନେଇ ଚିନ୍ତିତ ହେବେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
ଧନୁ👉 ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ।କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ ।ଯାନବାହନରେ କ୍ଷତି ଓ ମୂଲ୍ୟବାନପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ।ମହିଳାମାନେ ଉଦର ଯନ୍ତ୍ରଣା ପାଇବେ।
ମକର👉ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଭଲହେବ।କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ।ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।
କୁମ୍ଭ👉 ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ ।ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ।ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ।ମହିଳାମାନେ ବଦଖର୍ଚ୍ଚି ହେବେ
ମୀନ👉 ଆଜି ଆପଣଙ୍କୁ ସୁଖାଦ୍ୟ,ସୁବସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧିଘଟିବ।ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ।ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ,ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।
ଖାଲି ପେଟରେ ସକାଳୁ

ସାଧାରଣତଃ ଲୋକମାନେ ସକାଳୁ ଉଠିବା ମାତ୍ରେ ଦାନ୍ତ ଘଷି ଥାଆନ୍ତି । ଦାନ୍ତ ଘଷିବା ପରେ ଖାଦ୍ୟ ଖାଆନ୍ତି ଏବଂ ପାଣି ପିଇ ଥାଆନ୍ତି । କିନ୍ତୁ ସକାଳର ଅଭ୍ୟାସ ସ୍ବାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଏ । ଭଲ ସ୍ବାସ୍ଥ୍ୟ ପାଇଁ କିଛି ଅଭ୍ୟାସକୁ ସକାଳୁ ଆପଣାଇବା ନିହାତି ଜରୁରୀ । ସୁସ୍ଥ ଶରୀର ବଜାୟ ରଖିବା ପାଇଁ ପାଣିର ଆବଶ୍ୟକତା ବହୁତ ରହିଛି ।ସକାଳୁ ଖାଲି ପେଟରେ ପାଣି ପିଇବା ଗୁରୁତ୍ବପୂର୍ଣ୍ଣ ହୋଇଥାଏ ବୋଲି ବିବେଚନା କରାଯାଏ । ବାସି ଲାଳ ଉପରେ ସକାଳୁ ଖାଲି ପେଟରେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ମୁହଁରେ ଲାଳ ଥିବାବେଳେ ପାଣି ପିଇବା ଦ୍ବାରା ପେଟରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାଏ । ତେବେ ଆସନ୍ତୁ ଖାଲି ପେଟରେ ପାଣି ପିଇବାର ଲାଭ ସମ୍ପର୍କରେ ଆସନ୍ତୁ ଜାଣିବା ।
ଶରୀର ଜଳୀୟ ଅଂଶ ପାଇଥାଏ:- ଅନେକ ଲୋକ ଉଠିବା ମାତ୍ରେ ଜଳୀୟ ଅଂଶର ଅଭାବ ଦେଖା ଦେଇଥାଏ । ତେଣୁ ସକାଳୁ ଉଠି ପାଣି ପିଇବା ଦ୍ବାରା ଶରୀରକୁ ତୁରନ୍ତ ଜଳୀୟ ଅଂଶ ମିଳିଥାଏ । ଯଦି ଆପଣ ଖାଲି ପେଟରେ ପାଣି ପିଅନ୍ତି ତେବେ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ । ଖାଲି ପେଟରେ ପାଣି ପିଇବା ଫଳରେ ବ୍ୟାକ୍ଟେରିଆ ଏବଂ ପେଟରୁ ଜମା ହୋଇଥିବା ମଇଳା ଉଭୟ ଦୂର ହୋଇଯାଏ ।
ରୋଗ ପ୍ରତିରୋଧକ ଶକ୍ତି ବଢାଏ:- ଶରୀରର ରୋଗ ପ୍ରତିରୋଧକ ଶକ୍ତି ରୋଗକୁ ଦୂର କରେ।ଖାଲି ପେଟରେ ପାଣି ପିଇଲେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢାଏ ।
ଚର୍ମ ପାଇଁ ଲାଭଦାୟକ :-ଖାଲି ପେଟରେ ପାଣି ପିଇଲେ ଶରୀରକୁ ଅନେକ ଲାଭ ମିଳେ ବରଂ ଚର୍ମ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ।ପେଟ ଖରାପ ହେଲେ ଚର୍ମ ଉପରେ କୁପ୍ରଭାବ ପଡିଥାଏ ।ତେଣୁ ଖାଲି ପେଟରେ ପିଇବା ଦ୍ବାରା ପେଟ ଭଲ ରଖେ ଏବଂ ଚର୍ମରେ ଏକ ଚମକ ଆଣେ ।
ଏସିଡିଟିରୁ ମୁକ୍ତି କରେ :-ଅଧିକାଂଶ ସମୟରେ ଆମର ଖାଦ୍ୟ ହଜମ ହୋଇନଥାଏ।ଫଳରେ ଆମକୁ ଅନେକ କଷ୍ଟ ଅନୁଭବ ହୋଇଥାଏ । ତେଣୁ ଏହି ସମସ୍ୟା ଦୂରକରିବାକୁ ଚାହୁଁଥିଲେ ସକାଳୁ ଖାଲି ପେଟରେ ପାଣି ପିଅନ୍ତୁ । ଏଥିସହିତ କିଡନୀଜନିତ ସମସ୍ୟାକୁ ମଧ୍ୟ ରୋକିଥାଏ।ଖାଲିପେଟରେ ସକାଳୁ ପିଇବାଦ୍ବାରା ବିଷାକ୍ତ ପଦାର୍ଥ ବାହାର କରି ଦେଇଥାଏ।ଯାହାଦ୍ବାରା ସଂକ୍ରମଣକୁ ଦୂର କରାଯାଇପାରିବ । ବାସିଲାଳ ମେଟାବୋଲେଜିୟମକୁ ବୃଦ୍ଧି କରେ ।
ଓଜନ ହ୍ରାସ କରେ :-ସକାଳେ ଖାଲି ପେଟରେ ପାଣିପିଇଲେ ପାଚନ କ୍ରିୟାକୁ ଠିକ୍ ରଖିଥାଏ।ଯାହା ଓଜନ ହ୍ରାସର ଯାତ୍ରାକୁ ସହଜ କରିଥାଏ ।
କେଶ ପାଇଁ ଲାଭଦାୟକ :-ପାଣି ଆମ ଜୀବନର ମୁଖ୍ୟ ଅଂଶ।ଖାଲିପେଟରେ ପାଣି ପିଇଲେ ସ୍ବାସ୍ଥ୍ୟ ଠିକ୍ ରହିବା ସହ କେଶ ମଧ୍ୟ ଭଲରହିଥାଏ । କେଶକୁ ମଜବୁତ ଏବଂ ଘନ କରିଥାଏ।ଏତିକି ନୁହେଁ ତ୍ବଚାର ଦାଗ ଦୂରକରି ମୁହଁରେ ଚମକ ଆଣେ।ତେଣୁ ସକାଳୁ ଉଠି ଖାଲି ପେଟରେ ପାଣି ପିଇବାର ଅଭ୍ୟାସ କରନ୍ତୁ ।ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ଲାଭ ପ୍ରଦାନ କରିବ।। ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମାଯୋଗମାୟା।।

Comments (0)
Add Comment