ଆଜିର ରାଶିଫଳ

[ଦେବସ୍ନାନ ପୂର୍ଣ୍ଣିମା ଓ ଅନବସର ଆରମ୍ଭ]୨୯-୬-୨୦୨୬(ସୋମବାର)ଅଦ୍ଯ ମିଥୁନ ଦି୧୫ନ, ଜ୍ୟେଷ୍ଠ ଶୁକ୍ଳ,ପୂର୍ଣ୍ଣିମା ଦ୬୦ ନିଶାନ୍ତ,ମୂଳା ଦ୫୯।୨୧ ରାଘ୪।୫୮,ଧନୁ ଚନ୍ଦ୍ର ଦ୬୦।ଯୋଗିନୀ ବାୟବ୍ୟେ । ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର ।ରାତ୍ରି ଘ୪।୫୮ ଗତେ ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ୱାତୀ ଅନୁରାଧା ମୂଳା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ଦିବା ଘ୬ ।୫୨ ଗତେ ଘ୮ ।୩୧ ମଧ୍ୟେ କାଳବେଳା ଘ୩।୬ ଗତେ ଘ୪।୪୫ ମଧ୍ୟେ ବାରବେଳା । ରାତ୍ରି ଘ୧୦ ।୨୮ ଗତେ,ଘ୧୧।୪୯ ମଧ୍ୟେ କାଳରାତ୍ରି । ରଜଶ୍ଚକ୍ରେ ପୁତ୍ରିଣୀ । ପୂର୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ, ତୈଳବର୍ଜନ । ମତ୍ସ୍ୟ, ମାଂସ ଭକ୍ଷଣ ନିଷେଧ।ଅଦ୍ଯ ଦେବସ୍ନାନ ପୂର୍ଣ୍ଣିମା । ପୂର୍ଣ୍ଣିମାର ଚନ୍ଦ୍ରପୂଜା, ବନ୍ଦାପନା ଓ ଅର୍ଘ୍ୟଦାନ।ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କର ସ୍ନାନଯାତ୍ରା । ସ୍ନାନମଣ୍ଡପେ ମହାପ୍ରଭୁଙ୍କର ଗଜାନନବେଶ । ଦର୍ଶନେ ଅନନ୍ତ ଫଳ ପ୍ରାପ୍ତି । ଶ୍ରୀଜୀଉଙ୍କର ଅନବସର ଆରମ୍ଭ ।ଅମୃତ- ଦିବା ଘ୮।୨୫ ଗତେ ଘ୧୦।୧ ମଧ୍ୟେ ରାତ୍ରି ଘ୯।୩୭ ଗତେ ଘ୧୨।୪୯ ମଧ୍ୟେ ଘ୨।୨୫ ଗତେ ଘ୪‌।୧ ମଧ୍ୟେ (ମାହେନ୍ଦ୍ର)- ରାତ୍ରି ଘ୪।୧ ଗତେ ଘ୪।୪୯ ମଧ୍ୟେ ।
ମେଷ: ନିଜ କାମରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀଙ୍କ ଖୁସି ଲାଗି ନୂଆ ଅବସର ଆସିବ।
ବୃଷ: ଅତୀତ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ। ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ଉନ୍ନତି ହେବ।
ମିଥୁନ: ଆଧ୍ୟାତ୍ମିକ ଦିଗରେ ଆପଣଙ୍କର ଅଧିକ ଧ୍ୟାନ ରହିବ। ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହେବେ। ପୁରୁଣା ଜମି ବିବାଦ ସମାପ୍ତ ହୋଇଯିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ।
କର୍କଟ: ସାରାଦିନ କାମରେ ବ୍ୟସ୍ତ ରହିବେ। ଆପଣଙ୍କର ଉଦାର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ନୂଆ କାରବାରରେ ପୁଞ୍ଜି ନିବେଶ ପୂର୍ବରୁ ପରିବାରରେ ବଡ଼ଲୋକଙ୍କ ପରାମର୍ଶ ନିଅନ୍ତୁ।
ସିଂହ: ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ। ଅଫିସ‌୍ରେ ସହକର୍ମୀଙ୍କ ଉପରେ ବିରକ୍ତି ହୁଅନ୍ତୁ ନାହିଁ। ବିବାହିତା ମହିଳା ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।
କନ୍ୟା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ବହୁଦିନ ପରେ ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଫୋନ୍‌ରେ କଥା ହେବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିପାରେ।
ତୁଳା: ବ୍ୟବସାୟୀମାନଙ୍କ ଲାଗି ଦିନଟି ଭଲ ରହିବ। ବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ମିଳିପାରେ। ଆପଣଙ୍କ ଉତ୍ତମ ବ୍ୟବହାରରେ ଅଫିସ୍‌ର କର୍ମଚାରୀମାନେ ପ୍ରଭାବିତ ହେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।
ବିଛା: ଆପଣ ନିଜ କାମ ସଂପୂର୍ଣ୍ଣ କରିପାରିବେ। ଆର୍ଥିକ ସୁଧାର ଆସିପାରେ। ପୁଅଝିଅ ଆପଣଙ୍କୁ ଭଲ ଖବର ଶୁଣାଇବେ। ଜୀବନସାଥୀଙ୍କ ସ୍ନେହ ଓ ଆଦର ପାଇବା ହେତୁ ଆନନ୍ଦିତ ହେବେ।
ଧନୁ: ଆପଣଙ୍କ ବିଚାର ସକାରାତ୍ମକ ରଖନ୍ତୁ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଯାନବାହନ କିଣିବା ଲାଗି ଦିନଟି ଶୁଭ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁର ସଂପର୍କ ବଜାୟ ରହିବ।
ମକର: ଶାନ୍ତି ଓ ଧୈର୍ଯ୍ୟ ଧରି କାମ କଲେ ସଫଳତାର ପାହଚ ଚଢ଼ିବେ। ନୂଆ ଯାନବାହନ କିଣିବାର ଆଶା ପୂରଣ ହୋଇପାରେ। ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀ ସହ ସମୟ ଅତିବାହିତ କରିବେ।
କୁମ୍ଭ: ଅଫିସ୍‌ରେ କାମ କରିବାରେ ବାଧା ଆସିପାରେ। ହେଲେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ କାମ ସଂପନ୍ନ ହେବ। ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ। ଜମି ବେପାରୀଙ୍କ ଲାଗି ଦିନଟି ଶୁଭ।
ମୀନ: ଚାକିରି ବୃତ୍ତିରେ ଅଧୁରା ସ୍ବପ୍ନ ପୂର୍ଣ୍ଣ ହୋଇପାରେ। ଧନଲାଭର ନୂଆ ମାର୍ଗ ଖୋଲିବ। ମନୋରଂଜନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ।।
ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।

Comments (0)
Add Comment