୨୦୨୬ମସିହା,ଅଗଷ୍ଟମାସ,୭ତାରିଖ,ଶୁକ୍ରବାର,ସ୍ବାମୀ ଶିବାନନ୍ଦଙ୍କର ମହାସମାଧି ଦିବସ,ବୀର-ରାମଚନ୍ଦ୍ରପୁରରେ ବିଜୟ ନବମୀଯାତ୍ରା।ଋତୁ-ବର୍ଷାଋତୁର (ପ୍ରଥମ ମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୭/୫୬🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୬/୫୨ଶ୍ରାବଣମାସ,କୃଷ୍ଣପକ୍ଷ,ଭୃଗୁବାସ,ତିଥି-ନବମୀ ଦିବା ଘ୪/ ୫୪ମି ପର୍ଯ୍ୟନ୍ତ ତଦନ୍ତେଦଶମୀ,ନକ୍ଷତ୍ର-କୃତ୍ତିକା ନକ୍ଷତ୍ର ରାତ୍ରି ଘ୭/୩୭ମି ପର୍ଯ୍ୟନ୍ତ ତଦନ୍ତେ ରୋହିଣୀନକ୍ଷତ୍ର, ବୃଦ୍ଧିଯୋଗ ଦିବାଘ୧/୩୪ମି ପର୍ଯ୍ୟନ୍ତ ତଦନ୍ତେ ଧ୍ରୁବଯୋଗ,କରଣ-ତୈଳକରଣ ପ୍ରାତଃଘ୫/୫୬ମି ପର୍ଯ୍ୟନ୍ତ ତଦନ୍ତେ ଗରକରଣ ଦିବା ଘ୪/୫୪ମିପର୍ଯ୍ୟନ୍ତ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପୂର୍ବ ଦିଗରେ,ଦିବା ଘ୪/୫୪ମିପରେ ଉତ୍ତରଦିଗରେ,ରିକ୍ତାତିଥି, ବିଷ୍ଟିକରଣ ଦୋଷହେତୁ ଦିବା ଘ୪/୫୪ମିପରେ ରାତ୍ରି ଘ୩/୪୨ମିମଧ୍ୟେ ଯାତ୍ରାଶୁଭ । ଉତ୍ତରଦିଗ,ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରା କରାଯିବ ।ଚନ୍ଦ୍ରଶୁଦ୍ଧି-ବୃଷ,ମିଥୁନ,କର୍କଟ,ସିଂହ,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର-ବିଛାରାଶିର ଘାତଚନ୍ଦ୍ର,ଘାତବାର-ବିଛା,ଧନୁ ଓ ମୀନ ରାଶିର ଘାତବାର।ତାରାଶୁଦ୍ଧି-୨।୪।୫।୬।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୭/୩୭ମି ପରେ ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧଖାଦ୍ୟ-ଅଲାବୁ(ଲାଉ)ଦିବାଘ୪/୫ ୪ମିପରେ କଳମ୍ବୀ(କଳମଶାଗ)ଭକ୍ଷଣ ନିଷେଧ ।ଅଶୁଭବେଳା-(ବାର ଓ କାଳବେଳା)ଦିବା ଘ୮/୪୦ମି ରୁ ଘ୧୧/୫୧ମିପର୍ଯ୍ୟନ୍ତ ।(କାଳରାତ୍ରି)ରାତ୍ରି ଘ୮/୫୩ମିରୁ ଘ୧୦/୨୧ମି ପର୍ଯ୍ୟନ୍ତ।ଶୁଭବେଳା- (ଅମୃତବେଳା)ସୂର୍ଯ୍ୟୋଦୟରୁ ଦିବା ଘ୭/୫ମିମଧ୍ୟେ,ଘ୭/୫୪ମିରୁ ଘ୧୦/୧୮ମି ମଧ୍ୟେ, ଘ୧୨/୪୨ମିରୁ ଘ୨/୧୮ମିମଧ୍ୟେ, ଘ୩/୫୪ମି ରୁ ଘ୫/୩୦ମି ମଧ୍ୟେ, ରାତ୍ରି ଘ୭/୪୮ମିରୁ ଘ୯/୨୪ମି ମଧ୍ୟେ, ଘ୩/୪୮ମିରୁ ଘ୪/୩୬ମି ପର୍ଯ୍ୟନ୍ତ (ମାହେନ୍ଦ୍ରବେଳା) ରାତ୍ରି ଘ୧୧/୦ମି ରୁ ଘ୧୧/୪୮ମି ମଧ୍ୟେ, ଘ୪/୩୫ମି ରୁ ରାତ୍ରିଶେଷ ଘ୫/୨୮ମି ପର୍ଯ୍ୟନ୍ତ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ରାତ୍ରି ଘ୭/୩୭ମି ମଧ୍ୟେ ୧ପାଦନକ୍ଷତ୍ର ପୁଷ୍କରଦୋଷ,ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ,ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ,ପ୍ରଥମ ରଜୋଶ୍ଚକ୍ରେ-କନ୍ୟାର ରାତ୍ରି ଘ୭/୩୭ମିମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ, ଫଳଂ ସ୍ତ୍ରୀବିଧବା ଓ ଦରିଦ୍ରା,ଶାନ୍ତି କରଣୀୟ,ଘୃତକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ,ଗୋଧୂମ,ତଣ୍ଡୁଳଦାନ କରଣୀୟ,ରଜଶ୍ଚକ୍ରେ ଶ୍ରୀମତୀ । ଦିବା ଘ୪/୫୪ମି ମଧ୍ୟେ ତିଥିଦୋଷ ହେତୁ ଦୁର୍ଗାଙ୍କୁ (ଲାଲରଙ୍ଗର ପୁଷ୍ପ ଅର୍ପଣ) ଶୁଭକର୍ମ-ଦିବା ଘ୪/୫୪ମିପରେ ସୂର୍ଯ୍ୟାସ୍ତମଧ୍ୟେ ୩ନକ୍ଷତ୍ରେ ନୌକା ଗଠନ,ଔଷଧକରଣ ଓ ସେବନ,ବାଣିଜ୍ୟକରଣ (ରାଧାରମଣ)ରାତ୍ରି ଘ୭/୩୭ମିଗତେ ରୋହିଣୀ ନକ୍ଷତ୍ରେ ରାଜଦର୍ଶନ,କ୍ରୟବାଣିଜ୍ୟକରଣ, ନୌକାଗଠନ ଓ ଯାତ୍ରା,ଦେବତାଗଠନ, ନାଟ୍ୟାରମ୍ଭ,ନବଦୋଳାଦ୍ୟା ରୋହଣ, ନୂତନ ଯାନାରୋହଣ,ନବଶଯ୍ୟାସ ନାଦ୍ୟୁପଭୋଗ, ଔଷଧକରଣ ଓ ସେବନ,ତୈଳରନ୍ଧନ (ଅରୁଣୋଦୟ)
🐐ମେଷ👉ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ।ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖା ଦେଇପାରେ।ଶନି ପ୍ରଭାବରୁ ବିଭିନ୍ନଝାମେଲା ମଧ୍ୟରେ ଅଶାନ୍ତ ରହିବେ।ବାଣିଜ୍ୟ,ପରିବହନ ଓ ବ୍ୟବସାୟକ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇବେ।
🐂ବୃଷ👉ସ୍ନେହ,ଶ୍ରଦ୍ଧା,ସହାନୁଭୂତି ଓ ସୈାହାର୍ଦ୍ଦ୍ୟମଧ୍ୟରେ ଆଜିର ପାରି ବାରିକକ୍ଷେତ୍ରଟି ସନ୍ତୋଷଜନକ ରହିବ।ଗୃହ,ଯାନାବାହନ,ମୂଲ୍ୟବାନ୍ ଦ୍ରବ୍ୟ, କ୍ରୟ କରିବା ସକାଶେ ମନବଳାଇପାରନ୍ତି,ସଭାସମିତି,ଆନୁଷ୍ଠାନିକ ,ସଂଗଠନ,ରାଜନୀତିକ୍ଷେତ୍ରରେ ଫଳପ୍ରଦ ଆଲୋଚନା କରିବେ।ଶିକ୍ଷା,ସନ୍ତାନ, ଆଲୋଚନାଦିପାଇଁ ମଧ୍ୟ ଦିନଟି ମନ୍ଦ ହେବନି।
👩❤️👨 ମିଥୁନ👉ବନ୍ଧୁମାନଙ୍କ ସାହାଯ୍ୟ,ସହଯୋଗନେଇ ଚେଷ୍ଟା କରୁଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିବେ। ସାହିତ୍ୟ,ସଙ୍ଗୀତ,ସାମ୍ବାଦିକତା ଓ କ୍ରୀଡାକ୍ଷେତ୍ର ପ୍ରୀତିପ୍ରଦ ହେବ।ସରକାରୀସ୍ତରରେ ଅଟକିଥିବା କାମ ଓ ଆନୁଷ୍ଠାନିକକ୍ଷେତ୍ରରେ ସଫଳତା ପାଇବେ।ପାରିବାରିକକ୍ଷେତ୍ରରେ ସବୁଜାଣିଥିଲେ ମଧ୍ୟ ଚୁପ୍ ରହିବାକୁ ବାଧ୍ୟ ହେବେ।
🦀କର୍କଟ👉ପୂର୍ବରୁ ସମସ୍ତ ପ୍ରସ୍ତୁତିଶେଷ ହୋଇଥିଲେ ମଧ୍ୟ ଶେଷସମୟରେ ଯାତ୍ରା ବାତିଲ୍ ହୋଇଯିବ। ଅତୀତ ଘଟଣାଗୁଡିକ ମାନସିକସ୍ତରରେ ଆଲୋଡନ ସୃଷ୍ଟିକରିପାରନ୍ତି।କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ।ଋଣ ସୂତ୍ରରେ ଅର୍ଥଲାଭ କରିବାସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
🦁 ସିଂହ👉ପରିସ୍ଥିତିର ଜଟିଳତାମନକୁ ବିଷାଦିତ କରି ରଖିଥିଲେ ମଧ୍ୟ ବନ୍ଧୁଙ୍କ ଆଶ୍ୱାସନାରୁ ମନକୁ ବୁଝାଇ ନେଇ ପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା, ଯାତ୍ରାସକାଶେ କିମ୍ବା ବାଣିଜ୍ୟରେ ଅର୍ଥବିନିଯୋଗ ଦିଗରେ ଅର୍ଥସଂକଟ ଦେଖାଦେବ।ପରିବାରରେ ଅଶାନ୍ତି ରହିଥିଲେମଧ୍ୟ କର୍ମକ୍ଷେତ୍ରରେ ରହିଥବା ସମସ୍ୟା ସମାଧାନ ହୋଇଯିବ।
🧕କନ୍ୟା👉ପୂର୍ବନିଷ୍ପତ୍ତି ପ୍ରକାରେ ଯାହା ପାଇବା କଥା ତାହା କୈାଣସି ପ୍ରତିବନ୍ଧକ ମଧ୍ୟରେ ଅଟକି ରହିଯାଇ ପାରେ।ପରୋକ୍ଷ ଶତ୍ରୁତାର ପରିଣାମ ସ୍ବରୂପ ପାରିବାରିକ ପରିସ୍ଥିତି ଗମ୍ଭୀର ରହିବ।ଅଫିସରେ ଭାବପ୍ରବଣତା ବଶତଃ କୈାଣସି ମନ୍ତବ୍ୟ ଦେଇ ବିବାଦୀୟ ହୋଇପାରନ୍ତି।ବ୍ୟବସାୟ, ପରିବହନ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ବଢିପାରେ।
⚖️ତୁଳା👉ଆଜି ଯାହା କରନ୍ତୁନା କାହିଁକି କୌଣସିକାମ ଶୀଘ୍ର କିମ୍ବା ସହଜରେ ହେବା କଷ୍ଟକର ହେବ। କିନ୍ତୁ ଆପଣ ପ୍ରତ୍ୟେକପ୍ରକାରର ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ଓ ପ୍ରଶଂସା ଲାଭ କରିବେ।ବନ୍ଧୁମାନଙ୍କ ଜରିଆରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।ସରକାରୀକାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବ।
🦂ବିଛା👉ଆପଣଙ୍କ ନୂତନକର୍ମ,ଚିନ୍ତା,ଯୋଜନାପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଉପରେ ଅଯଥାରାଗ କିମ୍ବା ଅଭିମାନକରି ଚୁପ୍ ରହିଲେ ଲାଭ ବଦଳରେ କ୍ଷତିରେ ପଡିବେ।ସବୁ ସମୟରେ ଅଯଥାକଥା ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁନାହିଁ। ଅନ୍ୟମାନଙ୍କ କଥା ଓ କାମମନକୁ ନପାଇଲେ ମଧ୍ୟ କିଛି କରି ପାରିବେ ନାହିଁ।
🏹ଧନୁ👉ସାଧାରଣ କଥାରେ ଉତ୍କ୍ଷିପ୍ତ ହୋଇ ସାଙ୍ଗସାଥୀମାନଙ୍କ ସହ ତର୍କକରିବା ଠିକ୍ ହେବନାହିଁ।ପଡୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂରହେବା ସଙ୍ଗକୁ ମନରବଳ ଖୁବ୍ ଟାଣରହିବ। ଅବହେଳିତକାର୍ଯ୍ୟ ସକାଶେ ଅନୁତାପ କରିବାକୁପଡିପାରେ। ଭାତୃସମ୍ପର୍କ କିମ୍ବା ଆର୍ଥିକଦିଗରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।
🐊ମକର👉ଗମ୍ଭୀର ପରିବେଶକୁ ସରଳ,ସୁନ୍ଦର କରିବାରେ ଆପଣଙ୍କ ମିଠାକଥା ଓ କିଛି ମନଲୋଭାପ୍ରତି ଶୃତି କାମକୁ ଆସିବ।ଯାତ୍ରାସମୟରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ,ନତୁବା ଅଦଳବଦଳ ହୋଇଯାଇପାରେ। ଆନୁଷ୍ଟାନିକ କାମରୁ ଖୁସିରହିବେ ଏବଂ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ଘରକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରନ୍ତି।
🏺କୁମ୍ଭ👉ବିବାଦୀୟ ଘଟଣା,ଅର୍ଥପ୍ରାପ୍ତିର ଦିଗ,ବିରୋଧ କରୁଥିବା ବନ୍ଧୁ ଙ୍କ ସମ୍ପର୍କରେ ଆଲୋଚନା କରିପାରନ୍ତି।ଆଜି ଆପଣ ଯେଉଁ କାମରେ ବାହାରିଛନ୍ତି ସେଥିରେ କୈାଣସି ପ୍ରକାରର ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ସମସ୍ୟା ବୃଦ୍ଧି କାରଣରୁ ପାରିବାରିକ ଭାବପ୍ରବଣତା ଆପଣଙ୍କୁ କେତେମାତ୍ରାରେ ବିବ୍ରତ କରିବ।
🐟ମୀନ👉ଆଜି ମାପିଚୁପି କହିବା ଓ ପ୍ରସଙ୍ଗ ବହିର୍ଭୁତ କଥା ନକହିବାହିଁ ସବୁଠାରୁ ଭଲ ହେବ। ଦିନଟିରେ ଅର୍ଥ ଓ ସମ୍ମାନ ପାଇବାରେ ନିଜ ଲୋକ ମାନଙ୍କ ସାହଯ୍ୟ ଅବିସ୍ମରଣୀୟ ରହିବ।ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଦୂରଯାତ୍ରାର ସୁଯୋଗପାଇବେ। ଅଫିସ୍କାମରେ ବ୍ୟସ୍ତ ରହି ଅପ୍ରିୟ ସତକଥାକହି ବିରୋଧି ହୋଇ ପାରନ୍ତି।
🕉️ନୀତିବାଣୀ🕉️
ଶତ ଚେଷ୍ଟାକରି ଭାବିଥରେ ଦେଖ
ଅଟେ ଆମେ ଅଭ୍ରଭେଦୀ
ଦୁନିଆ ଦାଣ୍ଡରେ ହଜିବାନି କେବେ
ପାରିବେନି କେହି ଖେଦି….
ନା ଅସ୍ତ୍ର ଦ୍ୱାରା ମିଳିଥାଏ ନା ଅଧିକାର ଦ୍ୱାରା ମିଳିଥାଏ, ହୃଦୟରେ ସ୍ଥାନ କେବଳ ଆପଣଙ୍କ ବ୍ୟବହାରଦ୍ୱାରା ମିଳିଥାଏ ।
ଯେଉଁକଥା ହୃଦୟରେ ଅଛି ତାକୁ କହିବାପାଇଁ ସହଜକର ଏବଂ ଯେଉଁକଥା ଅନ୍ୟ ହୃଦୟରେଅଛି ତାକୁ ବୁଝିବାପାଇଁ ପ୍ରୟାସ କର।
ସବୁ ହସୁଥିବା ଚେହେରା କେବଳ ଖୁସି Timeରେ ହସିନଥାଏ ,ବେଳେ ବେଳେ ନିଜର ଅକୁହାଦୁଃଖକୁ ଲୁଚାଇବାକୁଯାଇ ଦୁନିଆଁଆଗରେ ହସିବାର Actingକରିବାକୁ ପଡ଼ିଥାଏ।