ଆଜିର ରାଶିଫଳ

 

୨୦୨୨ ମସିହା ସେପ୍ଟେମ୍ବର ମାସ ୧୮ ତାରିଖ (ରବିବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ଅଷ୍ଟମୀ ଦିବା ଘ୩/୫୯ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୮/୩୫ ,ସୂର୍ଯ୍ୟାସ୍ତସନ୍ଧ୍ୟା ଘ୦୫/୪୪/୦୪ ,ମେଷ ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ଅଷ୍ଟମୀର ସାମ୍ଭତ୍ସରିକଶ୍ରାଦ୍ଧ ମହାଳୟା ବିଧିରେ ହେବ ,ନଡ଼ିଆ ଦିବା ଘ୩/୫୯ ଗତେ ଲାଉ ଭକ୍ଷଣ ନିଷେଧ ।
ମେଷ-ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ। କୋର୍ଟ-କଚେରୀ ଧନ୍ଦା ମଧ୍ୟରେ ଆଶ୍ଵସ୍ତି ବଢିବ ଓ ସମୟ ଗଡି ଚାଲିବ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ।
ବୃଷ-ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନକରିବେ। ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟପ୍ରାପ୍ତି ହେବ। ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ ।
ମିଥୁନ-ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। କର୍ମ କ୍ଷେତ୍ରରେ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ।
କର୍କଟ-ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ହ୍ରାସ ହେବ। ବ୍ୟବସାୟ ବଢାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ।
ସିଂହ-ବ୍ୟବସାୟୀମାନେ କଠିନପରିଶ୍ରମ ଫଳରେ ନୈରାଶ୍ୟର ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବେ। କର୍ମ କ୍ଷେତ୍ରରେ ନାନା ପ୍ରକାର ସଂଘର୍ଷ ମଧ୍ୟରେ ବାଟ ଚାଲିବେ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ।
ତୁଳା-ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ଉଚ୍ଚ ସମ୍ଭବନାର ଆଶାଓ ଆଶ୍ଵାସନା ଲାଭକରି ମାନସିକଶାନ୍ତି ଅନୁଭବ କରିବେ।
ବିଛା-ସୁଖ ମ୍ପଦ ପ୍ରାପ୍ତି ହେବ। ନୂତନକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟପ୍ରାପ୍ତି ହେବ। ଦୂର ଯାତ୍ରାରେ ବିବାଦମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ ।
ଧନୁ-ଅଧ୍ୟୟନକ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥପରିବାର ସମ୍ପର୍କୀୟ କୌଣସିଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହିବେ। ଶ୍ଵଶୁରଘର କିମ୍ବା ଜମିବାଡି ନେଇ କେତେକ ସମସ୍ୟା ଦେଖାଦେଇପାରେ।
ମକର-ଉଚ୍ଚକର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତିହେବ। ଆକସ୍ମିକ ଧନପ୍ରାପ୍ତି ହେବ। ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହିବ ଓ ବନ୍ଧୁତ୍ଵ ବୃଦ୍ଧି ପାଇବ। ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ।
କୁମ୍ଭ-ଆର୍ଥିକପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ। ପାରିବାରିକ ସମସ୍ୟା ଗୁଡିକୁ ସୁଧାରୀ ନେଇସମ୍ମାନ ଓ ପ୍ରଶଂସା ପାଇବେ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ଉତ୍ତୀର୍ଣ୍ଣ ହେବେ। ନୂତନ ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ।
ମୀନ-ଉଦ୍ୟମବଳରେ ସିଦ୍ଧିପ୍ରାପ୍ତି ଓ ଉଚ୍ଚସ୍ଥାନ ସଂପୃକ୍ତି ଭଳି ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧି ଆଶାକରି ହେବ। ପରିବାରରେ ମନୋମାଳିନ୍ୟ ମେଣ୍ଟିଯିବ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟହେବ। ଅତ୍ୟଧିକପରିଶ୍ରମ ଓ ଅନିଦ୍ରା ଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍।
ନିତୀବାଣୀ-ଜଣେ ସାଧୁଙ୍କୁ ପଚରାଗଲା ..ରାଗ କ’ଣ? ସେ ବହୁତ ସୁନ୍ଦର ଭାବରେ ଉତ୍ତର ଦେଲେ , ଏହା ହେଉଛି ଏକ ଦଣ୍ଡ ଯାହା ଅନ୍ୟର ଭୁଲ୍ ପାଇଁ ଆମେ ନିଜକୁ ଦେଇ ଥାଉ…
ବାସ୍ତୁଟିପ୍ପଣୀ-ବାସ୍ତୁଶାସ୍ତ୍ରରେ ଟ୍ୟାପରୁ ଲଗାତାର ବାହାରୁଥିବା ପାଣି ହୋଇଥାଏ, ଯଦି ଆପଣଙ୍କଘରେ ଏମିତିକା ଟ୍ୟାପଅଛି ଯାହା ବୋହୁଛି ତେବେ ଏହି କାରଣପାଇଁ ଆପଣଙ୍କ ଧନହାନି ହବ, ଏବଂ ପରିଶ୍ରମଟଙ୍କା ବ୍ୟର୍ଥ ଖର୍ଚ ହୋଇଯିବ, ନିଜଘରେ ଉତ୍ତପୂର୍ବ କଣରେ କୌଣସି ପ୍ରକାର କଚଡା ବା ଡଷ୍ଟବିନ ରଖନ୍ତୁ ନାହିଁ ଏହାଦ୍ଵାରା ଆପଣଙ୍କ ଭାଗ୍ୟ ଖରାପ ହୋଇଥାଏ ।
ଯଦି ସ୍ଵାମୀସ୍ତ୍ରୀ ରୁମରେ ଅଇନା ଅଛି ତେବେ ଏହି କଥା ପାଇଁ ସବୁବେଳେ ବାଦ ବିବାଦ ସୃଷ୍ଟିହୋଇଥାଏ, ଏହା ଦ୍ଵାରା ସ୍ଵାମୀସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧ୍ୟ ଖରାପ ହୋଇଥାଏ ।
ଯଦି ଆପଣ ଅତିଥିଘର ତିଆରି କରୁଛନ୍ତି ତେବେ ଦକ୍ଷିଣପୂର୍ବ ଦିଶାରେ କରନ୍ତୁ ନାହିଁ କାହିଁକିନା ଏହା ଧନ ଆଗମନ ଦିଶା ଅଟେ ଏଥିରେ କିଛି କଲେ ଧନଲାଭ ହୋଇନଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment