ଆଜିର ରାଶିଫଳ

୨୦୨୩ମସିହା ମାର୍ଚ୍ଚମାସ ୨୫ତାରିଖ ଶୁକ୍ରବାର ,ଚୈତ୍ରମାସ-କୃଷ୍ଣପକ୍ଷ ,ତିଥି-ଚତୁର୍ଥୀ ଦି୪/୧୨ ଗତେ ପଞ୍ଚମୀ ,ସୁର୍ୟୋଦୟ-ପ୍ରାତଃଘ୦୫/୫୦/୪୨ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୫/୨୪ ,ମେଷରାଶିର ଘାତଚନ୍ଦ୍ର ,ବୃଷ, ସିଂହ, କନ୍ୟାରାଶିର ଘାତବାର ,ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅମୃତ ବେଳା- ଘ୯/୪୯ ଗତେ ଘ୧/୧ ମଧ୍ୟେ , ରାତ୍ରି ଘ୮/୧୯ ଗତେ ଘ୧୦/୪୩ ମଧ୍ୟେ ,ରାତ୍ରି ଘ୧୨/୧୯ ଗତେ ଘ୧/୫୫ ମଧ୍ୟେ , ରାତ୍ରି ଘ୨/୪୩ ଗତେ ଘ୪/୧୯ ମଧ୍ୟେ ,ମାହେନ୍ଦ୍ରବେଳା-ନାସ୍ତି ,ମୂଳା ଦି୪/୧୨ ଗତେ ନଡ଼ିଆ ଭକ୍ଷଣ ନିଷେଧ 
ମେଷ-ଚାକିରିକ୍ଷେତ୍ରରେ ଶୃଙ୍ଖଳା ଦେଖାଦେବ। ସୁସମ୍ବାଦ ପାଇବେ। ଅଯଥା ବିବାଦରୁ ଦୂରେଇରହନ୍ତୁ। ଜୀବନସାଥୀ ସହ ସମୟ ଅତିବାହିତ କରିବାର ସୁଯୋଗ ପାଇବେ।
ବୃଷ-ଘରେ ଖୁସିର ପରିବେଶ ରହିବ। ଔଷଧ ବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌େବ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ସ୍କୁଲ୍‌ ଜୀବନର ସାଙ୍ଗ ସହିତ ବାର୍ତ୍ତାଳାପ ହେବ।
ମିଥୁନ-କିଛି ବିଶେଷକାର୍ଯ୍ୟ କରିବାଲାଗି ଦିନଟି ଭଲ। ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ସମାଜରେ ସୁନାମ ଆସିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ଜୀବନ ମଧୁର ରହିବ।
କର୍କଟ-ଆପଣଙ୍କୁ ଯାହାଆବଶ୍ୟକ ଥିଲା ତାହା ପାଖଲୋକଙ୍କମାଧ୍ୟମରେ ପାଇଯିବେ। ଉପରିସ୍ଥ କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଆଶାରଖିବେ। ଶାରୀରିକଦୃଷ୍ଟିରୁ ସୁସ୍ଥରହିବେ।
ସିଂହ-ସକାରାତ୍ମକଭାବନା ବଜାୟରଖନ୍ତୁ। ବିବାଦରୁ ଦୂରରେରହନ୍ତୁ। ପରିଶ୍ରମରଫଳ ନିଶ୍ଚୟ ପାଇବେ। ଘରୋଇ କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
କନ୍ୟା-ଆପଣଙ୍କୁ କୌଣସି ବଡ଼ସଫଳତା ମିଳିବ। ଲୁଗାବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌ବ। ଜୀବନସାଥୀ ସହିତ ଭଲ ସମ୍ବନ୍ଧ ରହିବ। ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।
ତୁଳା-ଯୋଜନାତିଆରି ଏବଂ କାର୍ଯ୍ୟକାରୀ କରିବାପାଇଁ ଚେଷ୍ଟାକରିବେ। କମ୍ ପରିଶ୍ରମରେ ଉପରସ୍ତରକୁ ଉଠି ପାରିବେ। ଆର୍ଥିକସ୍ଥିତି ସୁଦୃଢ଼ରହିବ। ଯେଉଁମାନେ ପ୍ରେମକରୁଛନ୍ତି ତାଙ୍କଲାଗି ଦିନଟି ଭଲରହିବ।
ବିଛା-ଦୀର୍ଘଦିନର ସ୍ଥଗିତକାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କ ସଫଳତାମାର୍ଗରେ କାହାକୁଆସିବାକୁ ଦିଅନ୍ତୁ ନାହିଁ। ଆର୍ଥିକମାମଲାରେ ସଫଳ ହୋଇପାରନ୍ତି। ଘରକୁ ବନ୍ଧୁ ଆସିବେ।
ଧନୁ-ଆର୍ଥିକଲାଭର ସମ୍ଭାବନା ରହିଛି। ପୂର୍ବଅପେକ୍ଷା ସ୍ବାସ୍ଥ୍ୟ ଭଲରହିବ। ଆପଣଙ୍କ ନେତୃତ୍ବନେବାର ଭୂମିକା ନିର୍ବାହ କରିପାରନ୍ତି। ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନହୋଇଯିବ।
ମକର-ଘରେ ବଡ଼ମାନଙ୍କଠାରୁ ସହଯୋଗପାଇବେ। ବ୍ୟବସାୟରେ ଉନ୍ନତି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜସାଥୀର ମନପସନ୍ଦଜିନିଷ ତିଆରିକରି ଖୁଆନ୍ତୁ।
କୁମ୍ଭ-ଓକିଲଙ୍କର ସମାଜରେ ଖ୍ୟାତିବଢ଼ିବ। କୌଣସି ବନ୍ଧୁମାଧ୍ୟମରେ ଧନଲାଭ ହେବ। ଜମିରେ ପୁଞ୍ଜିନିବେଶ ଲାଗି ଦିନଟି ଭଲ। ଅଫିସ୍‌ରେ ଆପଣଙ୍କ କାମଦେଖି ସମସ୍ତେ ଖୁସିହେବେ।
ମୀନ-ଅଧୁରାକାମ ସ˚ପୂର୍ଣ୍ଣ ହୋଇଯିବ। ସାଙ୍ଗମାନଙ୍କସହିତ ନୂଆକାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନାକରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
ନୀତିବାଣୀ-କୌଣସିବ୍ୟକ୍ତି ଆମର ବନ୍ଧୁ କିମ୍ବା ଶତ୍ରୁହୋଇ ଦୁନିଆକୁ ଆସି ନଥାନ୍ତି,ଆମର ବ୍ୟବହାର ଏବଂ କଥା କହିବାଶବ୍ଦ ହିଁ ଲୋକଙ୍କୁ ବନ୍ଧୁ ଏବଂ ଶତ୍ରୁ କରାଇ ଥାଏ।

ମନ୍ଦାରଫୁଲ କାହାକୁ  ଅର୍ପଣ କାଲେ ହୋଇଥାଏ ଶୁଭ ଓ ଅଶୁଭ ?
ମନ୍ଦାରଫୁଲ ସବୁଦେବାଦେବୀଙ୍କୁ ଅର୍ପଣ କରାଯାଇନଥାଏ । ବ୍ରାହ୍ମଣ ଓ ପୁରୋହିତମାନଙ୍କ ମତକୁ ୯୦ପ୍ରତିଶତ ଲୋକମାନିଥାନ୍ତି । ଯେଉଁମାନେ ଜାଣିନାହାନ୍ତି ସେମାନେ ମନ୍ଦାରଫୁଲକୁ ସବୁଠାକୁରଙ୍କୁ ଅର୍ପଣକରିଥାନ୍ତି । ଆସନ୍ତୁ ଏହିବିଷୟରେ ବିସ୍ତାରରୂପରେ ଜାଣିବା ।
୧- ଆମ ହିନ୍ଦୁଧର୍ମରେ ଭଗବାନବିଷ୍ଣୁଙ୍କର ବହୁତଅବତାର ଅଛନ୍ତି।ବିଷ୍ଣୁଭଗବାନଙ୍କ ପୂଜା ଯେଉଁଭକ୍ତମାନେ କରିଥାନ୍ତି, ସେହିଭକ୍ତମାନଙ୍କୁ ବୈଷ୍ଣବବୋଲି କୁହାଯାଏ । ବୈଷ୍ଣବଭକ୍ତମାନେ ବୈଷ୍ଣବୀୟ ପଦ୍ଧତିରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିଥାନ୍ତି ।ବୈଷ୍ଣବୀୟ ପୂଜାପଦ୍ଧତି ଅନୁସାରେ କେବେବି ମନ୍ଦାରଫୁଲ ଭଗବାନ ବିଷ୍ଣୁଙ୍କର କୌଣସି ଅବତାରଙ୍କୁ ଅର୍ପଣ କରାଯାଇନଥାଏ ।
୨- ହିନ୍ଦୁଧର୍ମରେ ମୁଖ୍ୟଦେବତାଙ୍କ ଭିତରେ ଭଗବାନବିଷ୍ଣୁ, ଦେବଦେବମହାଦେବ, ଓ ମାପାର୍ବତୀ ଆସିଥାନ୍ତି । ତେଣୁ ଦେବଦେବମହାଦେବଙ୍କର ଯେଉଁମାନେଭକ୍ତ ସେହିମାନଙ୍କୁ ଶୈବବୋଲି କୁହାଯାଇଥାଏ । ଶିବଙ୍କ ଭକ୍ତମାନେ ଯେଉଁପଦ୍ଧତିରେ ଭଗବାନଶିବଙ୍କୁ ପୂଜାକରିଥାନ୍ତି ସେହିପଦ୍ଧତିକୁ ଶୈବପୂଜା ପଦ୍ଧତି ବୋଲି କୁହାଯାଇଥାଏ । ସେହି ଶୈବପୂଜା ପଦ୍ଧତିରେ ଆପଣ ଶିବଙ୍କୁ ମନ୍ଦାରଫୁଲ ଅର୍ପଣକରିପାରିବେ । କିନ୍ତୁ ଲାଲ ରଙ୍ଗରମନ୍ଦାର ଶିବଙ୍କୁ ଅର୍ପଣ କରାଯାଏନାହିଁ । ପ୍ରଭୁଙ୍କର ପ୍ରିୟହେଉଛି ଶ୍ୱେତରଙ୍ଗର ମନ୍ଦାର ବା ଧଳାରଙ୍ଗର ମନ୍ଦାର । ଆପଣ ଏହାକୁ ଅର୍ପଣ କରିପାରିବେ ।
୩- ସୂର୍ଯ୍ୟଭଗବାନଙ୍କୁ ଲାଲମନ୍ଦାର ଆପଣ ଅର୍ପଣ କରିପାରିବେ । କିନ୍ତୁ ଧଳା କିମ୍ବା ଅନ୍ୟ କୌଣସିରଙ୍ଗର ମନ୍ଦାରକୁ ସୂର୍ଯ୍ୟଦେବତାଙ୍କୁ ଅର୍ପଣ କରନ୍ତୁନାହିଁ ।
୪- ମାଲକ୍ଷ୍ମୀଙ୍କୁ ମଧ୍ୟ ମନ୍ଦାରଫୁଲ ଅର୍ପଣ କରାଯାଏନାହିଁ । କାରଣ ହେଉଛି ମା’ଲକ୍ଷ୍ମୀଙ୍କୁ ସର୍ବଦା ପ୍ରଭୁନାରାୟଣ ଙ୍କ ସାଙ୍ଗରେ ଏକାଠିବସାଇ ପୂଜାକରାଯାଏ । ପ୍ରଭୁଙ୍କଦେହକୁ ମା’ଲକ୍ଷ୍ମୀ ଲାଗିକି ରହିଥାନ୍ତି । ସେଥିପାଇଁ ଭୁଲରେ ବି ଆପଣ ମନ୍ଦାରଫୁଲ ମାଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁନାହିଁ । ତେଣୁ ମାଣବସା ହେଉ କିମ୍ବା ସୁଦଶାବ୍ରତ ଓ ଅନ୍ୟ ସମୟରେ ମଧ୍ୟ ଆପଣ ମାଙ୍କୁ ପୂଜାକଲାବେଳେ କେବେବି ମନ୍ଦାରଫୁଲ ଅର୍ପଣ କରିବେନାହିଁ ।
୫- ମାଶକ୍ତିଙ୍କୁ ପୂଜା କଲାବେଳେ ପ୍ରଥମେ ମନ୍ଦାରଫୁଲର ଆବଶ୍ୟକ ହୋଇଥାଏ । ଏହାଛଡା ମାଚଣ୍ଡୀ ହୁଅନ୍ତୁ କିମ୍ବା ମାମଙ୍ଗଳା ଏବଂ ମାସମଲେଶ୍ଵରୀଙ୍କୁ ମଧ୍ୟ ମନ୍ଦାର ଅର୍ପଣ କରାଯାଇଥାଏ । ଏହି ମାମାନଙ୍କୁ ଯେକୌଣସି ରଙ୍ଗରମନ୍ଦାର ଆପଣ ଅର୍ପଣ କରିପାରିବେ । କିନ୍ତୁ ଲାଲମନ୍ଦାର ମାଙ୍କର ଅତିପ୍ରିୟ ହୋଇଥାଏ । ମାଦୁର୍ଗା ଏବଂ ମାକାଳୀଙ୍କୁ ମଧ୍ୟ ଆପଣ ମନ୍ଦାର ଅର୍ପଣ କରିପାରିବେ ।
୬- ମାବୃନ୍ଦାବତୀ ହେଉଛନ୍ତି ମାଲକ୍ଷ୍ମୀଙ୍କ ଅଂଶ । ମାଲକ୍ଷ୍ମୀଙ୍କ ଅଂଶରୁ ବୃନ୍ଦାବତୀ ଜନ୍ମ ନେଇଥିଲେ । ଯେହେତୁ ମାଲକ୍ଷ୍ମୀଙ୍କ ଅଂଶ ମା ହେଉଛନ୍ତିବୈଷ୍ଣବୀ । ବୃନ୍ଦାବତୀ ମାଙ୍କୁ ମଧ୍ୟ ମନ୍ଦାର ଅର୍ପଣ କରାଯାଏନାହିଁ । ଆମ ଓଡ଼ିଆ ଘରର ଗୃହିଣୀ ନିଶ୍ଚିତରୂପେ ଏହି ସବୁ ବିଷୟର ଜାଣିବା ଦରକାର….!

‼”ମାକୁଷ୍ମାଣ୍ଡା’‼
ମାଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଚତୁର୍ଥଦିବସ। ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ ।ଧରାବତରଣ କରିସାରିଛନ୍ତି ମାଦୁର୍ଗତିନାଶିନୀଦୁର୍ଗା।ପୃଥିବୀର ସବୁଶକ୍ତିଅପେକ୍ଷା ମାତୃଶକ୍ତିଶ୍ରେଷ୍ଠ । ମାଦୁର୍ଗା ଏହି ମାତୃଶକ୍ତିରପ୍ରତୀକ ।ଜଗତଜନନୀ ମାଆଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି ।ବିଶ୍ୱର କଲ୍ୟାଣମୟୀସେ ।ଜଗତଜନନୀ, ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା,ତୃଷ୍ଣା,ଶ୍ରଦ୍ଧା,ଲକ୍ଷ୍ମୀ,ଦୟା, ଭ୍ରାନ୍ତିରୂପରେ ସେ ସଂସ୍ଥିତା। ଆଜି ହେଉଛି ମହାମାୟୀଙ୍କ ନବଦିନାତ୍ମକ ପୂଜାର ଚତୁର୍ଥ ଦିନ। କୁଷ୍ମାଣ୍ଡା ରୂପରେମାଆ ଆଜି ଆରାଧିତା ହେବେ ।କୁଷ୍ମାଣ୍ଡା:-ପୌରାଣିକମତେ ଦେବୀଙ୍କହସରୁ ବ୍ରହ୍ମାଣ୍ଡସୃଷ୍ଟି। ଭକ୍ତ ନିଜମନକୁ ଅନାହତଚକ୍ରରେ ଅବସ୍ଥାପିତକରି ଆରାଧନାକରିଥାନ୍ତି। ଏହିରୂପରେ ଦେବୀଅଷ୍ଟଭୂଜା ଓ ହାତରେକମଣ୍ଡଳୁ, ଧନୁ, କମଳ, ଅମୃତକଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି।ଏହି ୯ଦିନରେ ପ୍ରଥମଦିନଶୈଳପୁତ୍ରୀପୂଜା, ଦ୍ଵିତୀୟଦିନବ୍ରହ୍ମଚାରିଣୀପୂଜା, ତୃତୀୟଦିନ ଚଣ୍ଡଘଣ୍ଟାଙ୍କପୂଜା, ଚତୁର୍ଥଦିନକୁଷ୍ମାଣ୍ଡାଦେବୀ, ପଞ୍ଚମଦିନସ୍କନ୍ଧମାତା, ଷଷ୍ଠଦିନକାତ୍ୟାୟନିପୂଜା, ସପ୍ତମୀଦିବସରେକାଳରାତ୍ରି, ଅଷ୍ଟମଦିବସରେମହାଗୌରୀ ଓ ନବମଦିବସରେସିଦ୍ଧିଦାତ୍ରୀପୂଜା ଅନୁଷ୍ଠିତ ହେବାର ବିଧିରହିଛି ।“ଜୟମାଦୁର୍ଗା’

 

Comments (0)
Add Comment