ଆଜିର ରାଶିଫଳ

୨୦୨୩ ମସିହା ଜୁନ୍ ମାସ ୭ ତାରିଖ ବୁଧବାର।ଶରଣପଞ୍ଚକାରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୦/୩୯ ,ସୂର୍ଯ୍ୟାସ୍ତ- ଘ୬/୧୯/୫୧ ,ଆଷାଢ଼ମାସ ,କୃଷ୍ଣପକ୍ଷ ,ପଣ୍ଡିତ ବାସ ,ତିଥି- ଚତୁର୍ଥୀ ରାତ୍ରି ଘ୯/୫୫ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ। ରାତ୍ରି ଘ୯/୫୫ମି ପରେ ଦକ୍ଷିଣ ଦିଗରେ।ରିକ୍ତାତିଥି, ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାନିଷେଧ ।ଚନ୍ଦ୍ରଶୁଦ୍ଧି–ମିଥୁନ, କର୍କଟ, କନ୍ୟା, ଧନୁ, ମକର ଓ ମୀନ ଏହି ରାଶିମାନଙ୍କର ଏବଂ ପ୍ରାତଃ ଘ୫/୧୩ମି ପରେ ମେଷ, କର୍କଟ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ତୁଳା ଓ କୁମ୍ଭ ରାଶିର ଏବଂ ପ୍ରାତଃ ଘ୫/୧୩ମି ପରେ ସିଂହ ରାଶିର ଘାତଚନ୍ଦ୍ର ।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ରାତ୍ରି ଘ୯/୫୫ମି ପରେ ବେଲଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୮/୨୮ମି ରୁ ଘ୧୦/୭ମି ମଧ୍ୟେ। କାଳରାତ୍ରି ରାତ୍ରି ଘ୮/୨୮ମି ରୁ ଘ୩/୫୦ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୭/୩୫ମି ରୁ ଘ୧୦/୪୭ମି ମଧ୍ୟେ, ଘ୧/୧୧ମି ରୁ ଘ୪/୨୩ମି ମଧ୍ୟେ, ସୂର୍ଯ୍ୟାସ୍ତରୁ ରାତ୍ରି ଘ୧୦/୨୧ମି ମଧ୍ୟେ, ଘ୧୨/୪୫ମି ରୁ ଘ୨/୨୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା:- ନାହିଁ । ଶୁଭକର୍ମ:- ପ୍ରାତଃ ଘ୫/୧୩ମି ପରେ ରାତ୍ରି ଘ୯/୪୧ମି ମଧ୍ୟେ ୨୧ ନକ୍ଷତ୍ରେ, ରାତ୍ରି ଘ୯/୪୧ମି ପରେ ରାତ୍ରି ଶେଷ ପର୍ଯ୍ୟନ୍ତ ୨୨ ନକ୍ଷତ୍ରେ ପାରସ୍କର ମତେ ବିବାହ ଓ (ପାଣିଗ୍ରହଣ), ନବବସ୍ତ୍ରାଳଙ୍କାରଧାରଣ, ନବଦୋଳାଦ୍ୟାରୋହଣ, କ୍ରୟବାଣିଜ୍ୟକରଣ, ନାଟ୍ୟାରମ୍ଭ, ନବଶଯ୍ୟାସନାଦ୍ବୁପଭୋଗ, ନବବଧୂ ଯାତ୍ରା, ଗୃହାରମ୍ଭ, ଗୃହପ୍ରବେଶ, ଦୂରଯାତ୍ରା, ବୃକ୍ଷରୋପଣ ।
ମେଷ- ପୂଜାପାଠରେ ସମୟ ବିତିବ। ଆପଣ ଜୀବନସାଥୀଙ୍କ ସହିତ ବ୍ୟବସାୟ ସମ୍ବନ୍ଧରେ କଥା ହେବେ। ଡାକ୍ତର ଛାତ୍ର ବଡ଼ ମାନଙ୍କର ସାହାଯ୍ୟ ପାଇବେ।
ବୃଷ-ଶାରୀରିକ ଦୃଷ୍ଟିରୁ ଆପଣ ହୃଷ୍ଟପୁଷ୍ଟ ଅନୁଭବ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ବନ୍ଧୁ ଓ ପରିଜନଙ୍କ ସହିତ ସମ୍ବନ୍ଧରେ ଉନ୍ନତି ହେବ।
ମିଥୁନ-ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ଠାରୁ ଭଲ ଖବର ଶୁଣିବେ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
କର୍କଟ- ଆପଣ ଭଲ କାମରେ ସହଯୋଗ କରିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ହେବ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।
ସିଂହ-ଜମିରେ ନିବେଶ ପାଇଁ ଚିନ୍ତା କରିବେ। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମିକଙ୍କ ଠାରୁ ଉପହାର ପାଇବେ।
କନ୍ୟା-ପିତା ଆପଣଙ୍କୁ ନେଇ ଗର୍ବ କରିବେ। ବଡ଼ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଘରକୁ ବନ୍ଧୁ ଆସିପାରନ୍ତି।
ତୁଳା- ଘରେ ଧାର୍ମିକ ଆୟୋଜନ ପାଇଁ ଭାବିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। କେହି ନିଜର ପିଲା ପାଇଁ ଆପଣଙ୍କ ପାଖରୁ ପରାମର୍ଶ ନେବେ।
ବିଛା- ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଆର୍କିଟେକ୍ଟଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଜୀବନସାଥୀଙ୍କୁ କିଛି ଭଲ କଥା କହିବେ।
ଧନୁ-ଆପଣ ନିଜର କାର୍ଯ୍ୟକୁଶଳତା ବୃଦ୍ଧି କରିବା ଦରକାର। ଟିକେ ଚିଡ଼ିଚିଡ଼ା ଅନୁଭବ କରିପାରନ୍ତି। କାର୍ଯ୍ୟରେ ଜୀବନସାଥୀଙ୍କର ସହଯୋଗ ମିଳିବ।
ମକର-ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ସନ୍ତାନଙ୍କ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି।
କୁମ୍ଭ-ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣ କାହାରିକୁ ମନର କଥା କହିପାରନ୍ତି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।
ମୀନ-ଆପଣ ନିଜ କାମରେ ସର୍ତକତା ଅବଲମ୍ବନ କରନ୍ତୁ। କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ହସଖୁସିର ସମୟ ବିତିବ।
!!ଜୟଜଗନ୍ନାଥ,ଜୟସୋମନାଥ, ଜୟ ମାଯୋଗମାୟା!!

 

Comments (0)
Add Comment