ଆଜିର ରାଶିଫଳ

୨୦୨୩ ମସିହା ଜୁନ୍ ମାସ ୧୫ ତାରିଖ ଗୁରୁବାର।ଶ୍ରୀମନ୍ଦିରରେ ଓ ସର୍ଵତ୍ର ମିଥୁନ (ରଜ) ସଂକ୍ରାନ୍ତି, ଅଣସର ଦ୍ଵାଦଶୀ, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ।ଋତୁ- ଗ୍ରୀଷ୍ମ (ଦ୍ବିତୀୟ ମାସ)ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୧/୯ ,ସୂର୍ଯ୍ୟାସ୍ତ-ଘ୬/୨୨/୯ ,ଆଷାଢ଼ ମାସ ,କୃଷ୍ଣପକ୍ଷ ,ବୃହସ୍ପତି ବାସ ,ତିଥି- ଦ୍ବାଦଶୀ ଦିବା ଘ୮/୪୫ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ଘାତଚନ୍ଦ୍ର–ମେଷରାଶିର ଏବଂ ରାତ୍ରି ଘ୯/୧୩ମି ପରେ ବିଛା ରାଶିର ଘାତଚନ୍ଦ୍ର ।ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ, ଦିବା ଘ୮/୪୫ମି ପରେ ବାଇଗଣ ଭକ୍ଷଣ ନିଷେଧ।ଅଶୁଭ ବେଳା- କାଳରାତ୍ରି-ରାତ୍ରି ଘ୧୧/୪୯ମି ରୁ ଘ୧/୧୧ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୨/୪୪ମି ରୁ ଘ୫/୮ମି ମଧ୍ୟେ, ରାତ୍ରି ଘ୭/୧୧ମି ରୁ ଘ୯/୩୫ମି ମଧ୍ୟେ, ଘ୧୨/୪୭ମି ରୁ ଘ୩/୧୧ମି ମଧ୍ୟେ, ଘ୪/୪୭ମି ରୁ ରାତ୍ରିଶେଷ ଘ୫/୧୧ମିପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା:-ସୂର୍ଯ୍ୟୋଦୟରୁ ପ୍ରାତଃ ଘ୫/୫୯ମି ମଧ୍ୟେ, ଘ୯/୧୧ମି ରୁ ଘ୧୦/୪୭ମି ମଧ୍ୟେ।
ମେଷ-ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।
ବୃଷ-ବହୁଦିନ ଧରି ଥିବା ସମସ୍ୟାର ସମାଧାନ ଓ ଅଚାନକ ଅର୍ଥଲାଭ ପାଇଁ ଆପଣ ଖୁସି ରହିବେ । ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।
ମିଥୁନ-ଆପଣଙ୍କୁ ଯେଉଁକାର୍ଯ୍ୟ କରିବାକୁ କୁହାଯାଇଛି ସେ କାର୍ଯ୍ୟପୂରା ମନଯୋଗ ଦେଇ କରନ୍ତୁ । କାରଣ ଆପଣଙ୍କ ପରିବାର ଏହା ବଦଳରେ ଆପଣଙ୍କୁ ସବୁଦିନ ସାହାଯ୍ୟ କରିବ ଏହି ସମୟରେ ହୁଏତ ଆପଣଙ୍କ ପରିବାର ଆପଣଙ୍କ ପାଖରୁ କିଛି ଆଶା କରୁଛି ।
କର୍କଟ-ଆପଣଙ୍କ ବୁଦ୍ଧି ଆଜି ଅଧିକ ବେଗରେ ସାହାଯ୍ୟ କରିବ । ଏହାର ଉପଯୋଗ ଆପଣ ଭବିଷ୍ୟତ ଯୋଜନା କରିବାରେ ବିନିଯୋଗ କରନ୍ତୁ । ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ, ତେବେ ବାକି ସମସ୍ତ କାର୍ଯ୍ୟ ସ୍ୱତଃ ଠିକ୍ ହୋଇଯିବ ।
ସିଂହ-ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ ।କର୍ମକ୍ଷେତ୍ର ରେ ଉନ୍ନତି ଓ ପଦମର୍ଯ୍ୟାଦା ବୃଦ୍ଧି ଯୋଗରହିଛି।
କନ୍ୟା-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ହଠାତ ଦେବପୂଜା ଓଦର୍ଶନ କରିବାର ସୁଯୋଗ ପାଇବେ।
ତୁଳା-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ବିଛା-ଆଜି ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ।ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।ଶତୃମାନେ ପଛଘୁଞ୍ଚା ଦେବେ ।
ଧନୁ-ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟିଳେ ମଧ୍ୟ ସାମୟିକ ଦେହପୀଡା ହୋଇପାରେ ।ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି । ପରିବାର ସଦସ୍ୟ ଏହି ଭ୍ରମଣକୁ ଉପଭୋଗ କରିବେ ଏବଂ ଆପଣଙ୍କ ସମ୍ପର୍କକୁ ସଧୁମୟ କରିବେ ।
ମକର-ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କରକାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।
କୁମ୍ଭ-ଆଜି ମନ ଅଶାନ୍ତ ରହିବ।ଆପଣ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ପାଇଁ ସାହାଯ୍ୟ ଚାହିଁବେ । ଆପଣ ନିଜ ଜୀବନର ଦ୍ୱିଧା ବା ଅସୁବିଧା ପରିସ୍ଥିତିରୁ ବାହାରି ଆସିବା ପାଈଁ ବାଟ ବାହାର କରିବାରେ ବିଫଳ ହୋଇପାରନ୍ତି ।
ମୀନ-ଯଦି ଛୁଟିଦିନ ଦେଖି ଆତ୍ମିୟସୋଜନ ମାନଙ୍କ ସହ ବୁଲିବାକୁ ଯାଆନ୍ତି ଏହି ସମୟଟି ପ୍ରକୃଷ୍ଟ ଅଟେ ।ସେଥିପାଇଁ ବିଧିବୋଧ ଯୋଜନା କରନ୍ତୁ ।ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment