ଆଜିର ରାଶିଫଳ

୨୦-୬-୨୦୨୩(ମଙ୍ଗଳବାର)ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା, ଦିବା ଘ୪।୨୯ ଗତେ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ବୃଷ ମିଥୁନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମକର ରାଶିର ଘାତବାର । ଘ୧।୨୫ ଗତେ ଘ୩।୪ ମଧ୍ୟେ କାଳବେଳା । ରାତ୍ରି ଘ୭।୪୪ ଗତେ ଘ୯।୫ ମଧ୍ୟେ କାଳରାତ୍ରି । ମୃତେ ତ୍ରିପାଦ ଦୋଷ । ଫଳଂ କୃଷି ସନ୍ତାନ ହାନି । ଭୂମି ଓ ତିଳ କାଞ୍ଚନ ଦାନ ।ରାତ୍ରି ଘ୧୧।୮ ଗତେ ପାଦ ଦୋଷ । ଫଳଂ କୃଷିହାନି ଓ ଭୂମିଦାନ ।ଦ୍ଵିତୀୟାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ବୃହତୀ ଦିବା ଘ୧୨।୫୫ ଗତେ ପୋଟଳ ଭକ୍ଷଣ ନିଷେଧ ।ଅମୃତ –ଦିବା ଘ୭।୩୫ ମଧ୍ୟ ଘ୯।୧୧ ଗତେ ଘ୧୧।୩୫ ମଧ୍ୟେ ଘ୨।୪୭ ଗତେ ଘ୩।୩୫ ମଧ୍ୟେ ରାତ୍ରି ଘ୭।୧୧ ମଧ୍ୟେ ଘ୨।୪୭ ଗତେ ଘ୩।୩୬ ମଧ୍ୟେ ।ମାହେନ୍ଦ୍ର– ଦିବା ଘ୨।୦ ଗତେ ଘ୨।୪୮ ମଧ୍ୟେ ଘ୩।୩୬ ଗତେ ଘ୪।୨୪ ମଧ୍ୟେ ରାତ୍ରି ଘ୮।୪୮ ଗତେ ଘ୧୦।୨୪ ମଧ୍ୟେ ।
ମେଷ:-ଇଚ୍ଛାଶକ୍ତି କମ୍ ହେତୁ ଆପଣଙ୍କୁ ମାନସିକ ଅଶାନ୍ତି ଘାରିପାରେ। ଆପଣଙ୍କର ତର୍କ ଶକ୍ତିକୁ ମଜଭୁତ କରି ରଖନ୍ତୁ। ପାରିବାରିକ ଜୀବନ ସୁଖକର ହେବ।
ବୃଷ:-ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସନ୍ତାନଙ୍କ ସଫଳତା ପାଇଁ ଆପଣଙ୍କୁ ଖୁସି ମିଳିବ। ଛାତ୍ରଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ।
ମିଥୁନ:-ଜରୁରୀ କାମର ଅଧିକ ପରିଶ୍ରମ କଲେ ସଂପୂର୍ଣ୍ଣ ହୋଇଯିବ। ଡାକ୍ତରଙ୍କର ଖ୍ୟାତି ସୁଦୂର ପ୍ରସାରୀ ହେବ। ସମ୍ବନ୍ଧ ରେ ନୂତନତ୍ବ ଆସିବ।
କର୍କଟ:-ଦିନଟି ଆପଣଙ୍କ ଲାଗି ଆନନ୍ଦ ଉଲ୍ଲାସଭରା ରହିବ। ଅଧିକ ସଫଳତା ପାଇବା ପାଇଁ ପ୍ରୟାସ ଜାରି ରଖନ୍ତୁ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ।
ସିଂହ:-କୌଣସି କଥାନେଇ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଆଗକୁ ବଢ଼ିବାରେ ବାଧା ଆସିବ। ବ୍ୟର୍ଥ କଥାଠୁଁ ନିଜକୁ ଦୂରରେ ରଖନ୍ତୁ।
କନ୍ୟା:-ସମୟ ରଚାନାତ୍ମକ କାର୍ଯ୍ୟରେ ଲଗାଇ ପାରନ୍ତି। ଜୀବନସାଥୀ ସହିତ ଅଧିକ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ତୁଳା:-କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଉତ୍ତମ ଅବସର ମିଳିବ। ଶତ୍ରୁ ଓ ବିରୋଧୀମାନେ କ୍ଷତି କରିପାରନ୍ତି। ଜୀବନ ସାଥୀଙ୍କ ସହ ଲାଗିରହିଥିବା ମନୋମାଳିନ୍ୟ ଦୂର ହୋଇଯିବ।
ବିଛା:-ସକାରାତ୍ମକ ଭାବନାର ସହାୟତା ନିଅନ୍ତୁ। ଲୋକ ମାନଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ଧନୁ:-ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ। ବେକାର ଙ୍କ ଲାଗି ରୋଜଗାରର ସୁଯୋଗ ରହିଛି। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବହୁତ ଭଲ ରହିବ।
ମକର:-ପୁଞ୍ଜି ବଜାରରେ ଆପଣଙ୍କୁ ଲାଭ ମିଳିବ। ନିଜ କାମରେ ଯାତ୍ରା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
କୁମ୍ଭ:-ସାହସ ଓ ବିଚାର କ୍ଷମତା ଆପଣଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଅନୁଭବ କରାଇବ। କାର୍ଯ୍ୟ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ।
ମୀନ:-ଅନ୍ୟମାନଙ୍କ ସହ ଆପଣଙ୍କର ଭଲ ତାଳମେଳ ରହିବ। ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ଛାତ୍ରଙ୍କୁ କିଛି ନୂଆ ଶିଖିବାର ସୁଯୋଗ¥ ମିଳିବ।!!ଜୟ ଜଗନ୍ନାଥ, ଜୟସୋମନାଥ, ଜୟ ମାଯୋଗମାୟା!!

Comments (0)
Add Comment