୨୦୨୩ମସିହା ଅଗଷ୍ଟମାସ୯ତାରିଖ ବୁଧବାର।ସୁର୍ଯ୍ୟୋଦୟ- ପ୍ରାତଃଘ୫/୨୮/୨୯ ,ସୂର୍ଯ୍ୟାସ୍ତ- ଘ୬/୧୫/୪୯ ,ଶ୍ରାବଣମାସ.ଚାନ୍ଦ୍ରମଳକୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ନବମୀରାତ୍ରିଘ୪/୬ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରିଘ୪/୬ମି ପରେ ଉତ୍ତରଦିଗରେ। ରିକ୍ତାତିଥି ଦୋଷହେତୁ ରାତ୍ରିଘ୪/୬ମି ପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରା ଶୁଭ। ଉତ୍ତରଦିଗ, ବାୟୁକୋଣ, ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ମେଷରାଶିର ଦିବାଘ୮/୨୮ମିପରେ ବିଛାରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତ ବ୍ୟକ୍ତିଙ୍କରଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ଲାଉଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୮/୪୧ମି ରୁ ଘ୧୦/୧୬ମିପର୍ଯ୍ୟନ୍ତ। କାଳରାତ୍ରି ରାତ୍ରିଘ୨/୪୧ମି ରୁ ଘ୪/୫ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବାଘ୭/୬ମି ମଧ୍ୟେ, ଘ୧୧/୫୪ମି ରୁ ଘ୧/୩୦ମି ମଧ୍ୟେ, ରାତ୍ରି ଘ୭/୧ମି ରୁ ଘ୯/୨୫ମି ମଧ୍ୟେ, ଘ୨/୧୩ମି ରୁ ରାତ୍ରିଶେଷ ଘ୫/୨୯ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୩/୫୪ମି ରୁ ଘ୫/୩୦ମି ମଧ୍ୟେ, ରାତ୍ରି ଘ୯/୨୫ମି ରୁ ଘ୧୧/୧ମି ପର୍ଯ୍ୟନ୍ତ । ପୁଷ୍କରଦୋଷ – ମୃତବ୍ୟକ୍ତିର ରାତ୍ରି ଘ୩/୬ମି ମଧ୍ୟେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ। ଫଳଂ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ ଓ ତିଳସୁବର୍ଣ୍ଣଦାନ ସହ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୩/୬ମି ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ଦରିଦ୍ରା। ଘୃତପୂର୍ଣ୍ଣକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ସୁବର୍ଣ୍ଣ ଓ ତିଳ ତଣ୍ଡୁଳ, ଗୋଧୂମ, ଗୁଡ଼ଦାନ କରଣୀୟ। ରାତ୍ରି ଘ୪/୬ମି ପର୍ଯ୍ୟନ୍ତ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ), ରଜଶ୍ଚକ୍ରେଶ୍ରୀମତୀ। ଶୁଭକର୍ମ:- ହଳପ୍ରବାହ, ବୀଜବପନ, ଦୂରଯାତ୍ରା, ବୃକ୍ଷରୋପଣ, ଔଷଧକରଣ।
ମେଷ-ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ ।କର୍ମକ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବା କାରଣରୁ କାମଗୁଡିକ ଅଟକିବ ନାହିଁ । ସାମାଜିକ ସ୍ତରରେ ସାହିତ୍ୟ,କଳା,ସଙ୍ଗିତ କାର୍ଯ୍ୟରେ ଅଗ୍ରଗତି ଘଟିବ । ଶୁଭରଙ୍ଗ- ଧଳା । ଶୁଭ ଅଙ୍କ- ୩ ।
ବୃଷ-ଦରକାରୀକାଗଜପତ୍ର କୋଣସି ଅଲଗାସ୍ଥାନରେରଖି ଠିକ୍ ସମୟରେ ପାଇପାରିବେନାହିଁ ।କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣନିଷ୍ପତ୍ତି ନେବାକୁପଡିପାରେ । ଆନୁଷ୍ଠାନିକକ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରଗତି ମନ୍ଥରହେବ । ପରିବାରରେ ଭୁଲବୁଝାମଣାରୁ ମାନୋମାଳିନ୍ୟଘଟିପାରେ । ଶୁଭ ରଙ୍ଗ-ଲାଇଟ୍ ପିଙ୍କ୍ । ଶୁଭଅଙ୍କ- ୨ ।
ମିଥୁନ- ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଦେଶ ଯାତ୍ରାକୁ ମନ ବଳାଇବେ । ପରୋକ୍ଷ ଶତ୍ରୁତା ପ୍ରତି ସଜାଗ ରହି କାମ କରିବା ଭଲ ହେବ ।ଆଲୋଚନା ପରିସରରେ ସତର୍କତାର ସହ କଥାବାର୍ତ୍ତା ନ କଲେ ଅପଦସ୍ଥ ହୋଇପାରନ୍ତି । ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ- ଧଳା । ଶୁଭଅଙ୍କ- ୧ ।
କର୍କଟ- କର୍ମକ୍ଷେତ୍ରରେ ନିଜରଭୁଲ୍ ବୁଝାମଣାଜନିତ ବିଶୃଙ୍ଖଳା ମାନସିକସ୍ଥିତିକୁ କଳୁଷିତକରିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତହେବେ । ମଉଜିଆକଥାକହି ଅନ୍ୟକୁ ଆପଣାରକରିବେ, ଯାହାକି କାମହାସଲରେ ସାହାର୍ଯ୍ୟକରିବ । ଶୁଭରଙ୍ଗ- ନାରଙ୍ଗୀ । ଶୁଭଅଙ୍କ- ୪ ।
ସିଂହ-ଈର୍ଷା ଓ ଅସୂୟାମନୋଭାବ ଓ ପୋଷଣକରି ନିଜଲୋକମାନେ ଶତ୍ରୁତାଆଚରଣ କରିପାରନ୍ତି । ଅଧିକାଂଶସମୟ ଆର୍ଥିକଅନାଟନ, ରୋଗ,ଋଣ ଓ ପରୋକ୍ଷଶତ୍ରୁତାଯୋଗୁ ବ୍ୟସ୍ତରହିବେ । ପୁନଶ୍ଚ କର୍ମ କ୍ଷେତ୍ରରେ ଏକାଧିକକାମ ହାତକୁନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ଶୁଭରଙ୍ଗ- ଆକାଶୀ । ଶୁଭଅଙ୍କ- ୯ ।
କନ୍ୟା- ନିଜ ପରିସରରେ କୌଣସି ସ୍ପର୍ଶକତା କାଥାରେ ଚିହ୍ନା ପଡନ୍ତୁନାହିଁ । ଅଧିକାଂଶ ସମୟରେ ଅପୂରଣୀୟଆଶା ମନରେ ନିରାଶାଭାବ ସୃଷ୍ଟିକରିବ । ଅବଶ୍ୟ କେତେକକ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗରୁ ଉତ୍ସାହିତହେବେ । ଶୁଭରଙ୍ଗ- ଧଳା । ଶୁଭଅଙ୍କ- ୨ ।
ତୁଳା- ପରିବାରରେ ସାଧାରଣକଥାରେ ପାଟିତୁଣ୍ଡହୋଇ କଚେରିପର୍ଯ୍ୟନ୍ତ ଯାଇପାରନ୍ତି । ପାରିପାଶ୍ୱିର୍କପରିସ୍ଥିତି ଭଲଥିଲେ ମଧ୍ୟ ଦିନଗୋଟାଏପରେ ଏକପ୍ରକାର ସାମାଧାନରରାସ୍ତା ବାହାରକରିବାରେ ସମର୍ଥହେବେ । ପୂର୍ବରୁ କଳହଲାଗିଥିବା ବନ୍ଧୁଙ୍କପ୍ରତି ସତର୍କରୁହନ୍ତୁ । ଶୁଭରଙ୍ଗ- ନାରଙ୍ଗୀ । ଶୁଭଅଙ୍କ- ୧ ।
ବିଛା- ଆତ୍ମୀୟଙ୍କସହାୟତାରେ ବହୁକଷ୍ଟ ସ୍ୱୀକାରକରି ଟଙ୍କା ଯୋଗାଡ କରିବାରେ ସକ୍ଷମ ହେବେ । ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟା ବିଷୟ ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ନୀଚ ସଂସର୍ଗରୁ ଦୂରେଇରହିବାଭଲ, ଅନ୍ୟଥାକଳହର ସମ୍ଭାବନାରହିଛି ।ଶୁଭରଙ୍ଗ- ଧୂଷର । ଶୁଭଅଙ୍କ- ୮ ।
ଧନୁ- ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ, ନତୁବା ଅସୁବିଧାରେ ପଡିପାରନ୍ତି । ଆଜି ଦିନଟି ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇବ । ସଭାସମିତି, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଶୁଭରଙ୍ଗ- କ୍ରୀମ୍ । ଶୁଭଅଙ୍କ- ୧ ।
ମକର-ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ରହିଥିବା ବନ୍ଧୁଟି କ୍ରମଶଃ ଦୂରେଇ ଯିବ । ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରି ଉପକୃତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଶୁଭରଙ୍ଗ- କ୍ରୀମ୍ । ଶୁଭଅଙ୍କ- ୩ ।
କୁମ୍ଭ- ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇଯାଇପାରେ । ଲକ୍ଷ୍ୟ ଭ୍ରଷ୍ଟ ହୋ ମରୀଚିକା ପଛରେ ଦୌଡି ପାରନ୍ତି । ଆତ୍ମୀୟମାନଙ୍କ ସହ ଯୋଗରେ ସହଜ ଓ ସୁବିଧାରେ ଆଜିର କାମଗୁଡିକ ସମ୍ପନ୍ନ ହୋଇଯିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ସୁବିଧା ହେବ ନାହିଁ । ଶୁଭରଙ୍ଗ- ଧଳା । ଶୁଭଅଙ୍କ- ୧ ।
ମୀନ- କୌଣସି ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତିରେ ସବୁ ଦୁଃଖ ଭୁକିଯିବେ, ଯାହାକି ପରିକ୍ଷଣରେ ପାରିବାରିକ ଜୀବନରେ ପ୍ରତିକୂଳ ପ୍ରଭାବ ପକାଇବ । ଈର୍ଷାପରାୟଣ ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ନିର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ ଓ ଜମା ଧନ ବୃଦ୍ଧି ପାଇବ । ଶୁଭରଙ୍ଗ- ନାରଙ୍ଗୀ । ଶୁଭଅଙ୍କ- ୪ ।
ନିତିବାଣୀ-ଦୁନିଆରେ ସବୁଠାରୁ ଭୟଙ୍କରଦୃଶ୍ୟ ହେଉଛି ଚିହ୍ନାମଣିଷର ଅଚିହ୍ନାରୂପ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!