ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୧୨ତାରିଖଶନିବାର।ସର୍ବସମ୍ମତ ପରମା ଏକାଦଶୀ, ପୁରୁଷୋତ୍ତମୀ ଏକାଦଶୀ।ବିବିଧ- ହଳ ନିଷେଧ। ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୯/୨୫ ,ସୂର୍ଯ୍ୟାସ୍ତ- ଘ୬/୧୪/୧ ,ଶ୍ରାବଣ ମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ଶୌରିବାସ ,ତିଥି- ଏକାଦଶୀ ମଳ ପ୍ରାତଃ ଘ୬/୨୨ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ପ୍ରାତଃ ଘ୬/୨୨ମି ପରେ ନୈର୍ଋତ କୋଣରେ। ଶନିବାର, ମଳତିଥି, ଅଗନ୍ତବ୍ୟ ତିଥିହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–କନ୍ୟା ରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତ ବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ଶିମ୍ବ, ପ୍ରାତଃଘ୬/୨୨ମିପରେ ପୋଇଶାଗ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ପ୍ରାତଃ ଘ୫/୩୦ମି ରୁ ଘ୭/୬ମି ମଧ୍ୟେ, ଦିବା ଘ୪/୩୭ମି ରୁ ଘ୬/୧୪ମି ପର୍ଯ୍ୟନ୍ତ।କାଳରାତ୍ରି ସୂର୍ଯ୍ୟାସ୍ତ ରୁ ଘ୬/୨୮ମି ମଧ୍ୟେ, ରାତ୍ରି ଘ୪/୬ମି ରୁ ନିଶାନ୍ତ ଘ୫/୩୦ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୯/୩୧ମି ରୁ ଘ୧୨/୪୩ମି ମଧ୍ୟେ, ରାତ୍ରି ଘ୮/୩୫ମି ରୁ ଘ୧୦/୫୯ମି ମଧ୍ୟେ,ଘ୧୨/୩୫ମି ରୁ ଘ୨/୧୧ମି ମଧ୍ୟେ, ଘ୨/୫୯ମି ରୁ ଘ୪/୩୫ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା- ନାହିଁ । ପୁଷ୍କରଦୋଷ – ମୃତ ବ୍ୟକ୍ତିର ୧ ପାଦ ବାର ପୁଷ୍କର ଦୋଷ । ଫଳଂ କୃଷିହାନି ଓ ଭୂମିଦାନ। ପ୍ରାତଃ ଘ୬/୨୨ମି ପରେ ୨ ପାଦ ବାର ଓ ତିଥି ପୁଷ୍କର ଦୋଷ। ଫଳଂ କୃଷି ଓ ଗୋ ପଶୁ ସମ୍ପଦର ବିନାଶ। ଭୂମି ଓ ଅନ୍ନବସ୍ତ୍ର ଦାନ ସହ ହୋମାଦି ଶାନ୍ତି ବିଧେୟ।ଶୁଭକର୍ମ:- ନାହିଁ ।
ମେଷ-ଆଜି ଦିନଟି ମଧ୍ୟମ ଧରଣର ରହିବ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ବାହ୍ୟ ଆଡମ୍ଵର ଦେଖାଇ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ ।
ବୃଷ-ଆଜି ଦିନଟିର ପ୍ରଥମ ଭାଗରେ ଶୁଭଫଳ ପ୍ରଦାନ କରିବ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜ କର୍ମରେ ଅଜେୟ ପ୍ରତିଦ୍ୱନ୍ଦୀ ଭାବରେ ପ୍ରତିଷ୍ଠିତ କରାଇବ । ଏପରିକି ସାମାଜିକ ଜୀବନରେ ଉଚ୍ଚ ପ୍ରତିଷ୍ଠାର ଅଧିକାରୀ ହୋଇପାରିବେ । ମଧ୍ୟାହ୍ନ ପରେ ପରିସ୍ଥିତି ଭିନ୍ନ ହୋଇପାରେ ।
ମିଥୁନ-ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ । ଆପଣ ନିଜର ଖର୍ଚ୍ଚର ସମୀକ୍ଷା କରନ୍ତୁ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜି ଦିନଟି ଶୁଭଦାୟକ। ସନ୍ଧ୍ୟାରେ କିଛି ଭଲ ଖବର ପାଇବେ ।
କର୍କଟ-ବାହାରକୁ ଯିବା କିମ୍ୱା ପିକ୍‌ନିକ୍‌ରେ ଯିବା ଆପଣଙ୍କ ପାଇଁ ଦିନ ଭଲ ଆଡକୁ ନେଇପାରେ । ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ପରିବର୍ତ୍ତନ ଆଣିବ । ଆପଣ ଅତି ଭାବପ୍ରବଣ ହୋଇ ପଡିବେ କିନ୍ତୁ ସେଥିରେ ବହୁ ଭାବରେ ପ୍ରଭାବିତ ହେବେ ନାହିଁ।
ସିଂହ-କୌଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ । କିଛି କହିବା ପୁର୍ବରୁ ଦୁଇଥର ଭାବନ୍ତୁ । କାହା ସହିତ ବିଶେଷ ଭାବରେ ସଂପର୍କୀୟ ଏବଂ ପଡୋଶୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ସାବଧାନ ରୁହନ୍ତୁ।
କନ୍ୟା-ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଭାବରେ ଆରାମଦାୟକ ହେବ । ଆପଣ ମାନସିକ ଏବଂ ଶାରିରୀକ ଭାବରେ ଶାନ୍ତ ରହିବେ । ବ୍ୟକ୍ତିଗତ ଏବଂ ପେଶାଗତ ଦୃଷ୍ଟିକୋଣରୁ ଅନୁକୂଳ ରହିବ । ତେବେ ଆପଣ କେତେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ତୁଳା-ଆପଣଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ସୁନ୍ଦର ଦିନ ଅପେକ୍ଷାରେ ରହିଛି । ଆପଣଙ୍କ ଘରକୁ ଅଧିକ ସୁନ୍ଦର, ଆକର୍ଷଣୀୟ କରିବା ପାଇଁ ଆପଣ ସକ୍ରିୟ ଭାବରେ ସଂପୃକ୍ତ ଅଛନ୍ତି । କାର୍ଯ୍ୟରେ ବରିଷ୍ଠ ଅଫିସର ଆପଣଙ୍କୁ ଆର୍ଥିକ ଲାଭ ଦେଇପାରନ୍ତି ।
ବିଛା-ଏହି ରାଶି ଆଜି ପାଇଁ ଭାଗ୍ୟଶାଳୀ ରହିବ । ଧର୍ମ ଯାତ୍ରା ଏବଂ ଆର୍ଥିକ ଲାଭ ଆପଣଙ୍କୁ ଦିନସାରା ପ୍ରାପ୍ତ ହେବ । ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଉପକାର ଆଣିବ।
ଧନୁ-ଆଜିର ସକାଳ ସବୁଦିନ ଭଳି ଆପଣଙ୍କ ପାଇଁ ଆନନ୍ଦମୟ ହେବ ନାହିଁ । ଆପଣଙ୍କର ଅସୁସ୍ଥତା ଏବଂ ସମ୍ବେଦନଶୀଳ ମନ ଆପଣଙ୍କୁ ହତାତର ଅନୁଭବ ଦେବ । ଗୀତ ଶୁଣି ମନ ଆନନ୍ଦ କରନ୍ତୁ । ସେହି ଖରାପ ଏବଂ ହତାସ ଭାବନା ଦୁରେଇ ଦେବା ପାଇଁ ଏହା ହେଉଛି ଏକ ଭଲ ପ୍ରତିକାର।
ମକର- ଦିନଟି ଶୁଭଙ୍କର। ଆଜି ଦିନ ଆପଣ ପରିବାର, ପ୍ରିୟଜନ କିମ୍ୱା ବନ୍ଧୁଙ୍କ ସହିତ ବାହାରକୁ ଯିବା ସହିତ ଆରମ୍ଭ କରିପାରନ୍ତି । ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ଆର୍ଥିକ ସମସ୍ୟା ରହିପାରେ ।
କୁମ୍ଭ-ଆଜିର ଦିନ ଆପଣଙ୍କପାଇଁ ସ୍ୱାସ୍ଥ୍ୟ, ସମ୍ପଦ ଏବଂ ଖୁସୀଆଣିଦେବ । ଆପଣ ଆଜି ଅନ୍ତ୍ୟନ୍ତ ସୁନ୍ଦର ଦେଖାଯିବାପାଇଁ ଚେଷ୍ଟା କରିପାରନ୍ତି ଏବଂ ଆପଣଙ୍କ ଇଚ୍ଛାରେ ପୋଷାକ ଏବଂ ଅନ୍ୟ ଆନୁସଙ୍ଗିକ ଜିନିଷ କ୍ରୟକରିବାରେ ଖର୍ଚ୍ଚ କରିପାରନ୍ତି ।
ମୀନ- ମୀନ ରାଶି ପାଇଁ ଏହି ଦିନ ମଧ୍ୟମ ଧରଣର ରହିବ । ବହୁ ସାଂସ୍କୃତିକ ଆକର୍ଷଣରୁ ଦୁରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଇଛି, ଯାହାକି ଆପଣଙ୍କ ମନକୁ ଟାଣିପାରେ । ବୌଦ୍ଧିକ ଆଲୋଚନାରୁ ଦୂରରେ ରହନ୍ତୁ ଯେହେତୁ ଏହା ଯୁକ୍ତିତର୍କରେ ପରିଣତ ହୋଇପାରେ ।

ନୀତିବାଣୀ-ସୁଖରେରହିବାର ଦୁଇଟିଉପାୟ।ପରିସ୍ଥିତିକୁ ବଦଳେଇ ଦିଅ,ନଚେତ୍ ପରିସ୍ଥିତିକୁଦେଖି ନିଜକୁ ବଦଳେଇ ଦିଅ।
ବାସ୍ତୁଟିପ୍ପଣୀ-ଘରେ ଅଯଥାଖର୍ଚ୍ଚ ହେଉଥିଲେ କଣକରିବେ..
୧ – ମଳିନ ପଡିଯାଇଥିବା ଆଇନା କିମ୍ବା ଭାଙ୍ଗିଯାଇଥିବା ଆଇନା ଘରେରଖିବା ଉଚିତନୁହେଁ ଏହାଦ୍ଵାରା ଅଶୁଭ ହୋଇଥାଏ ।
୨ – ଘର ଦିନବାରଟା ପୂର୍ବରୁ ପୋଛାମାରିବା ଉଚିତ ଏବଂ ଗୁରୁବାରଦିନ ଘର କେବେ ପୋଛାମାରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୩ – ଘରର ଐଶାନ୍ୟକୋଣରେ ଠାକୁରଘର କରିବା ଉଚିତ ଏବଂ ଏକ କାଚପାତ୍ରରେ ଗୋଟା ଅରୁଆଚାଉଳ ରଖିଲେ ଶୁଭ ହୋଇଥାଏ ।
୪ – ଘରେ ଯଦି କୌଣସି ପୂଜା ହୋଇଥାଏ ତେବେ ପୂଜା ସାରିବାପରେ ପୂଜାହୋଇଥିବା କଳସରପାଣିକୁ ଘରେ ଛିଞ୍ଚିଲେ ମଙ୍ଗଳ ହୋଇଥାଏ ।
୫ – ସନ୍ଧ୍ୟାବେଳେ ଦୀପଜାଳିଲା ବେଳେ ଦୁଇଟିଦୀପ ଲାଗିବା ଉଚିତ ଗୋଟିଏ ତେଲର ଦୀପ ଏବଂ ଆଉ ଗୋଟିଏ ଘିଅଦୀପ ଏହା ଶୁଭ ହୋଇଥାଏ ।
୬ – ଘରେ ଅଯଥା ଖର୍ଚ ହେଉଥିଲେ ଗୋଟିଏ ତମ୍ଭାପଇସା ଓ ହଳଦିଆରଙ୍ଗର କଉଡି ନେଇ ଲାଲ କପଡାରେ ବାନ୍ଧି ଠାକୁର ଘରେ ରଖିବାଉଚିତ ।
୭ – ଠାକୁରଘରେ ଦୀପ ଜାଳିଲାବେଳେ ଦୀପରୁ ଦୀପ ଲଗାଇବା ଉଚିତନୁହେଁ କି ଦୀପରୁ ଧୂପକାଠି ଜଳାଇବା ଉଚିତନୁହେଁ ଏହା ଅଶୁଭହୋଇଥାଏ ।
୮ – ସ୍ତ୍ରୀଲୋକ ଘରରଦୁଆର ମୁହଁକୁ ଲାଗିକରିଖାଇବା ଉଚିତନୁହେଁ କାରଣ ଏହା ଦରିଦ୍ରତାବୃଦ୍ଧି ହବାର କାରଣ ହୋଇଥାଏ ।
୯ – ଠାକୁରଘରେ କାଳୀ ,ଶନି, ଭୈରବ ଓ ନଟରାଜଙ୍କ ଫଟ ବା ମୂର୍ତି ରଖିବା ଉଚିତ ନୁହେଁ ।
୧୦ – ରୁଟି କରିସାରିବାପରେ ରୁଟିକେବେ ଗଣିବା ଉଚିତନୁହେଁ ଏବଂ ହଟକେସ କେବେ ଖାଲିରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୧୧ – ବିବାହିତ ସ୍ତ୍ରୀଲୋକମାନେ ନିଜରକାଜଲ , ବିନ୍ଦି , ସିନ୍ଦୁର , ପାଉଁଜି ଓ ମେହେନ୍ଦି ଅନ୍ୟକୁ ପିନ୍ଧାଇବା ଉଚିତ ନୁହେଁ, ଏହା ଅଶୁଭହୋଇଥାଏ ।
୧୨ – ତିନୋଟି ଗୁରୁବାରଦିନ ପାଞ୍ଚକିଲୋ ଅଟାରେ ଏକକିଲୋ ଗୁଡମିଶାଇ ରୁଟିତିଆରିକରି ଗାଇକୁ ଖୁଆଇଲେ ଦରିଦ୍ରତା ଦୂର ହୋଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ ।
୧୩ – ଶନିବାରଦିନ କଳାକୁକୁରକୁ ରୁଟିରେ ସୋରିଷତେଲ ମାରି ଖୁଆଇଲେ ଧନଲାଭରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଥାଏ ।
୧୪ – ପ୍ରତି ଗୁରୁବାରଦିନ ଓସ୍ତଗଛରେ ଜଳଦାନ କରିବାଦ୍ଵାରା ଏବଂ ମଥାରେ କେଶରତିଳକ ଲଗାଇବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ।
୧୫ – ଘରର ମୁଖ୍ୟଦ୍ଵାରରେ ରଙ୍ଗୋଲି କରିବାଦ୍ଵାରା ଏବଂ ଫୁଲରେ ସଜାଇବାଦ୍ଵାରା ସକାରାତ୍ମକଶକ୍ତି ବୃଦ୍ଧି ହୋଇଥାଏ ଓ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
୧୬ – ଘରରମୁଖ୍ୟଦ୍ଵାରରେ ସ୍ଵସ୍ତିକଚିହ୍ନ କିମ୍ବା ତ୍ରିଶୂଳଚିହ୍ନ ଲଗାଇବାଦ୍ଵାରା ବହୁତଶୁଭ ହୋଇଥାଏ ଏବଂ ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
୧୭ – ଘରର ମୁଖ୍ୟଦ୍ଵାରସାମ୍ନାରେ ଜୋତାଚପଲରଖିବା ଅନୁଚିତ ।ଏହାଦ୍ଵାରା ଅଶୁଭତ୍ଵ ଦେଖା ଦେଇଥାଏ ।
୧୮ – ଘର ପୋଛାଲଗାଇବା ସମୟରେ ପାଣିରେ ଅଳ୍ପଲୁଣ ପକାଇ ପୋଛାଲଗାଇବା ଦ୍ଵାରା ଶୁଭତ୍ଵ ବୃଦ୍ଧି ହୋଇଥାଏ ।
୧୯ – ଘରେ ବେକାରପଡିଥିବା ଜିନିଷ ରଖିବାଉଚିତ ନୁହେଁ କିମ୍ବା ବନ୍ଦହୋଇ ପଡିଥିବା ବିଦêýତ ଉପକରଣ ରଖିବାଦ୍ଵାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।
୨୦ – ଯଦି ଘରେ ଶୁକ୍ରବାରଦିନ ଶ୍ରୀସ୍ତୋତ୍ର କିମ୍ବା ଲକ୍ଷ୍ମୀସ୍ତୋତ୍ର ପାଠକରାଯାଏ ତେବେ ଗୃହରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ।
୨୧ – ବାସ୍ତୁଶାସ୍ତ୍ରଅନୁସାରେ ଶୁକ୍ରବାରଦିନ ସକାଳୁ ଧଳାବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କୁପଦ୍ମଫୁଲ ଅର୍ପଣକରିବାଦ୍ବାରା ଲକ୍ଷ୍ମୀଙ୍କ କୃପାଲାଭ ହୋଇଥାଏ ।
୨୨ – ଶୁକ୍ରବାରଦିନ ଗୋଟିଏ ପଦ୍ମଫୁଲ ଆଣି ଘରେ ପଇସାରଖୁଥିବା ସ୍ଥାନରେ ରଖିବାଉଚିତ ଏହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।
୨୩ – ଅଷ୍ଟମୀଦିନ ସନ୍ଧ୍ୟାସମୟରେ ଘରର ଐଶାନ୍ୟକୋଣରେ ଘିଅଦୀପରେ କେଶରପକାଇ ଜଳିବ ଦ୍ଵାରା ଧନପ୍ରାପ୍ତିର ଯୋଗସୃଷ୍ଟି ହୋଇଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment