ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୪ତାରିଖ ଗୁରୁବାର। ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୨/୪୨ ,ସୂର୍ଯ୍ୟାସ୍ତ-ଘ୬/୫/୩୮ ,ଶ୍ରାବଣମାସ ,ଶୁଦ୍ଧଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି-ଅଷ୍ଟମୀ ରାତ୍ରି ଘ୩/୧ମି ପର୍ଯ୍ୟନ୍ତ ତଦନ୍ତେ ନବମୀ। ନକ୍ଷତ୍ର- ବିଶାଖା ନକ୍ଷତ୍ର ଦିବା ଘ୯/୩୫ମି ପର୍ଯ୍ୟନ୍ତ ତଦନ୍ତେ ଅନୁରାଧାନକ୍ଷତ୍ର।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀରଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ନଡ଼ିଆଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା ଦିବାଘ୨/୪୬ମି ରୁ ସୂର୍ଯ୍ୟାସ୍ତଘ୬/୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୧୧/୪୭ମି ରୁ ଘ୧/୧୪ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ରାତ୍ରିଘ୧/୧୪ମି ରୁ ଘ୩/୩୮ମିପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ସୂର୍ଯ୍ୟୋଦୟରୁ ଦିବାଘ୭/୧୨ମି ମଧ୍ୟେ, ଘ୧୦/୧୪ମି ରୁ ଘ୧୨/୩୮ମି ପର୍ଯ୍ୟନ୍ତ। ପୁଷ୍କରଦୋଷ – ମୃତବ୍ୟକ୍ତିର ଦିବା‌ଘ୯/୩୫ମି ମଧ୍ୟେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ। ଫଳଂଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ ଓ ତିଳସୁବର୍ଣ୍ଣଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମରଜୋଦର୍ଶନେ-ରଜଶ୍ଚକ୍ରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା) ଦିବା ଘ୯/୩୫ମିପରେ ପୁତ୍ରିଣୀ। ରାତ୍ରି ଘ୩/୧ମିଗତେ ତିଥିଦୋଷହେତୁ (ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ)।ଶୁଭକର୍ମ:- ଦିବା ଘ୩/୧୨ମି ପରେ ୧୭ନକ୍ଷତ୍ରେ ଉଗ୍ରଦେବତାପ୍ରତିଷ୍ଠା, ନବଦୋଳାଦ୍ୟାରୋହଣ, ନବାନ୍ନ, ନାମକରଣ, ନିଷ୍କ୍ରାମଣ, ବାଣିଜ୍ୟ କରଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ନବବସ୍ତ୍ର ପରିଧାନ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ଦେବତାଗଠନ।
ମେଷ-ଆଜି ଆପଣଙ୍କ ଆର୍ଥିକଦୃଷ୍ଟିକୋଣରେ ଦିନ ମଧ୍ୟମଫଳଦାୟୀ ଅଟେ। ଖର୍ଚ୍ଚରଚିନ୍ତାରେ ମନଅଶାନ୍ତି ରହିପାରେ କିନ୍ତୁ ସବୁ ଠିକହୋଇଯିବ। ବାଣୀଉପରେ ନିୟନ୍ତ୍ରଣରଖିବେ, ଅନ୍ୟଥାକ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
ବୃଷ-ଆଜି ନିଜର ଉତ୍ସାହଗୁଣ ଯେକୌଣସିକାର୍ଯ୍ୟକୁ ଭଲଭାବରେ ସଂପନ୍ନକରିବାରେ ସହାଯକହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ରହେବା ସରଳରହିବ। ଧନଲାଭର ସମ୍ଭାବନାଅଛି।ଶାରୀରିକ ଏବଂ ମାନସିକରୂପରେ ସ୍ଵାସ୍ଥ୍ୟ ଭଲରହିବ।
ମିଥୁନ-ଆଜି ଆୟଅପେକ୍ଷା ଖର୍ଚ୍ଚଅଧିକ ହୋଇପାରେ। ଆପଣଙ୍କଦିନ ଶାରୀରିକ ଏବଂ ମାନସିକଅସୁସ୍ଥତା ସହିତକଟିବ। ଈଷ୍ଟ ଦେବତାଙ୍କରଧ୍ୟାନରେ ସମସ୍ୟାରନିବାରଣ ହେବ। ଉଚ୍ଚଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁନାହିଁ। ନକାରାତ୍ମକ ବିଚାରରୁ ଦୂରରେରୁହନ୍ତୁ।
କର୍କଟ-ଆଜି ବ୍ୟାପାରରେ ଲାଭହେବ ଏବଂ ଆୟରସ୍ରୋତରେ ବୃଦ୍ଧିହୋଇପାରେ। ମିତ୍ରମାନଙ୍କଠାରୁ ଲାଭହେବ ଏବଂ ତାଙ୍କ ସହିତସାକ୍ଷାତକରି ଆନନ୍ଦଲାଭକରିବେ। ବିବାହୋତ୍ସୁକମାନଙ୍କପାଇଁ ବିବାହରଯୋଗ  ଅଛି। ଶାରୀରିକ ଏବଂ ମାନସିକସ୍ୱାସ୍ଥ୍ୟ ଭଲ ରହିବ।
ସିଂହ-ଆଜି ବ୍ୟବସାୟକ୍ଷେତ୍ରରେ ଆପଣଙ୍କପ୍ରତିଭା ବଢ଼ିପାରେ। ଚାକିରିରେପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କସହିତ ଧନରବ୍ୟବହାର ସଫଳରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
କନ୍ୟା-ଆଜିରଦିନ ବହୁତ ଶୁଭଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କସହିତ ହୋଇଥିବା ସାକ୍ଷାତରକାରଣରୁ ଆନନ୍ଦମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ତୁଳା-ଆଜି ଧାର୍ମିକକାର୍ଯ୍ୟ ଏବଂ ଯାତ୍ରାପାଇଁ ସମୟ ଅନୁକୂଳଅଟେ।ବାଣୀଉପରେ ନିୟନ୍ତ୍ରଣରଖିବାକୁ ଉପଦେଶ। ସରକାର ବିରୋଧୀପ୍ରବୃତ୍ତି ଏବଂ କ୍ରୋଧରୁ ଦୂରରୁହନ୍ତୁ। ନୂଆସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
ବିଛା-ଆଜି ଆପଣମିତ୍ର ତଥା ସ୍ଵଜନମାନଙ୍କସହିତ କୌଣସି ମନୋରଞ୍ଜନସ୍ଥଳ କିମ୍ବା ପର୍ଯ୍ୟଟନସ୍ଥଳକୁ ଯାତ୍ରାକରି ମନପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକକାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ିରହିପାରନ୍ତି।
ଧନୁ-ପରିବାରରେ ଆନନ୍ଦରବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
ମକର-ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବାପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାରଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚଅଧିକାରୀମାନଙ୍କର ଅସନ୍ତୋଷରସାମନା କରିବାକୁ ପଡ଼ିପାରେ।
କୁମ୍ଭ-ଆଜି ଆପଣଙ୍କମନ ବହୁତ ସମ୍ବେଦନଶୀଳରହିବ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଭଲଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
ମୀନ-ଆବଶ୍ୟକ ନିର୍ଣ୍ଣୟଗୁଡ଼ିକପାଇଁ ଆଜିରଦିନ ଅତି ଉତ୍ତମଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟସଫଳତାରେ ସରଳତାହେବ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

Comments (0)
Add Comment