ମଇମାସ ୧୫ତାରିଖ ୨୦୨୫ମସିହା (ଗୁରୁବାର)ଜ୍ୟେଷ୍ଠ ମାସ- କୃଷ୍ଣପକ୍ଷ,ତିଥି- ତୃତିୟା ରାତ୍ରି ଘ୦୪/୧୨ ଗତେ ଚତୁର୍ଥୀ,ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ୦୨/୫୪ ଗତେ ମୂଳା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୩୯,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୪/୧୨ ଗତେ ନୈରୁତେ,ତୁଳା ଓ କୁମ୍ଭ ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,
କାଳବେଳା ଓ ବାରବେଳା- ଦିବା ଘ୦୨/୫୬ ଗତେ ଘ୦୬/୧୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ରାତ୍ରି ଘ୦୬/୫୫ ଗତେ ଘ୦୯/୦୯ ମଧ୍ୟେ ଓ ଘ୧୨/୦୪ ଗତେ ଘ୦୨/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୦୫ ମଧ୍ୟେ ଓ ଘ୦୯/୧୪ ଗତେ ଘ୧୨/୦୪ମଧ୍ୟେ, ପୋଟଳ ଭକ୍ଷଣ ନିଷେଧ।
ମେଷ:- ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ।କଳ୍ପନାବିଳାସୀ ହୋଇ ପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
ବୃଷ:- କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:- ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:- ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:- ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:- କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:- ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:- ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:- ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।
ହନୁମାନଙ୍କ ପଞ୍ଚମୁଖରୂପ ଧାରଣ କରିବାପଛରେ ଏକ ଦୀର୍ଘକଥା ଅଛି,ଲଙ୍କାଯୁଦ୍ଧ ସମୟରେ ରାବଣ ତାଙ୍କଭାଇ ମହିରାବଣଙ୍କୁ ଆହ୍ୱାନ କରିଥିଲେ,ଯିଏ ରାମ ଏବଂ ଲକ୍ଷ୍ମଣଙ୍କୁ ଚୋରିକରି ପାତାଳ ଲୋକକୁ ନେଇଯାଇଥିଲେ।
ମହିରାବଣ ରାମ ଏବଂ ଲକ୍ଷ୍ମଣଙ୍କୁ ବଳିଦେବା ପାଇଁ ପ୍ରସ୍ତୁତି କରୁ ଥିଲେ।ଏହି ବିପଦରୁ ରକ୍ଷା କରିବା ପାଇଁ ହନୁମାନ ନିଂକୁଭଲା ନଗରୀ ରେ ପହଞ୍ଚିଲେ।ବିଭୀଷଣଙ୍କ ଉପଦେଶରେ ହନୁମାନ ଜାଣିଲେ ଯେ,ଅହିରାବଣ ଏବଂ ମହିରାବଣଙ୍କ ବିନାଶପାଇଁ ପାଞ୍ଚଟିଦୀପକୁ ଏକା ସଙ୍ଗେରେ ଲଗାଇବା ଦରକାର।
ଏହି ପାଞ୍ଚଟିଦୀପକୁ ଏକାସଙ୍ଗରେ ଲିଭାଇବା ଦୁଃସାଧ୍ୟ ଥିଲା,ତେଣୁ ହନୁମାନ ପଞ୍ଚମୁଖରୂପ ଧାରଣ କରିଥିଲେ।ଏହି ମୁଖଗୁଡ଼ିକ ହେଉଛି-ହନୁମାନ,ବରାହ, ନରସିଂହ,ଗରୁଡ ଓ ହୟଗ୍ରୀବ।ଏହି ରୂପ ଧାରଣକରି ସେ ପାଞ୍ଚଟି ଦୀପକୁ ଏକାସଙ୍ଗେ ଲିଭାଇବାରେ ସକ୍ଷମହୋଇ ରାମଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ।
ସାରାଂଶ:-ହନୁମାନଙ୍କ ପଞ୍ଚମୁଖ ଧାରଣ କରିବାର ମୂଳଉଦ୍ଦେଶ୍ୟ ଥିଲା ରାମ ଏବଂ ଲକ୍ଷ୍ମଣଙ୍କୁ ଅହିରାବଣ ଏବଂ ମହିରାବଣଙ୍କ ବଳିରୁ ବଞ୍ଚାଇବା, ଯାହାପାଇଁ ସେ ପଞ୍ଚମୁଖ ଧାରଣ କରି ପାଞ୍ଚଟିଦୀପକୁ ଏକାସଙ୍ଗରେ ନିଭାଇଥିଲେ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!