ଆଜିର ରାଶିଫଳ

ଡିସେମ୍ବରମାସ ୨୪ତାରିଖ ୨୦୨୩ମସିହା(ରବିବାର)ମାର୍ଗଶିରମାସ-ଶୁକ୍ଳପକ୍ଷ ,ତିଥି- ତ୍ରୟୋଦଶୀ ଦିବାଘ ୦୦୫/୩୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ-ପ୍ରାତଃଘ୦୬/୨୨/୨୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୧୧/୦୯ ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛାରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୨୫ ଗତେ ଘ୦୧/୦୮ ମଧ୍ୟେ ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୧୦ ଗତେ ଘ ୦୯/୩୫ ମଧ୍ୟେ ଓ ଘ୦୧/୦୯ଗତେ ଘ୦୩/୫୯ ମଧ୍ୟେ ଓ ରାତ୍ରି ଘ୦୭/୩୫ ଗତେ ଘ ୦୯/୧୧ ମଧ୍ୟେ ,ବିଶୁଦ୍ଧମ।ହେନ୍ଦ୍ରବେଳ।- ଦିବା ଘ୦୪/୩୬ ଗତେ ଘ ୦୫/୧୨ ମଧ୍ୟେ ,ବାଇଗଣଭକ୍ଷଣ ନିଷେଧ
ମେଷ-ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
ମିଥୁନ-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।
କର୍କଟ-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।
ସିଂହ-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
କନ୍ୟା-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ତୁଳା-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ବିଛା-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।
ଧନୁ-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ମକର-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
କୁମ୍ଭ-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ମୀନ-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।

ସୂର୍ଯ୍ୟପୁତ୍ର ଶନିଙ୍କ ବକ୍ରଦୃଷ୍ଟି ଯେଉଁବ୍ୟକ୍ତିଙ୍କ ଉପରେ ପଡିଥାଏ,ସେମାନଙ୍କଜୀବନ ସୁଖରେ ଭରିଯାଇଥାଏ । ଶନିଙ୍କ ଦେଢ଼୍ୟା ଓ ଶନିଙ୍କ ସାଡେସାତିରୁ ବଞ୍ଚିବା ବହୁତ ମୁସ୍କିଲ ହୋଇଥାଏ ।ହେଲେ ନ୍ୟାୟଦେବଶନିଙ୍କ ଦୃଷ୍ଟି ଲୋକଙ୍କୁ କେବେବି ଅସୁବିଧାରେ ପକାଇନଥାଏ । ଶନିଦେବ ଯଦି ଥରେ କାହାଉପରେ ଦୟାକରିବସନ୍ତି,ଖୁସି ଓ ସମ୍ପନ୍ନତା ଆପେଆପେ ତାଙ୍କ ଘରକୁ ଆସିଥାଏ ।ଆଜି ଜାଣିବା ଶନିଦେବ କେବେ ଓ କେଉଁ ଲୋକଙ୍କୁ ଅସୁବିଧାରେ ପକାଇ ନଥାନ୍ତି ।
ଏହି ୬ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଶନିଦେବ ଅସୁବିଧାରେ ପକାନ୍ତି ନାହିଁ :
ଦାନଧର୍ମ କାର୍ଯ୍ୟ-ଯେଉଁ ବ୍ୟକ୍ତି ଗରୀବ ଓ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଖରେ ଠିଆ ହୁଅନ୍ତି । ଦାନ ଧର୍ମ କାର୍ଯ୍ୟ କରିଥାନ୍ତି । ଶନିଦେବ ଏମିତି ଲୋକଙ୍କ ଉପରେ ସର୍ବଦା ନିଜ କୃପା ବନାଇ ରଖିଥାନ୍ତି । ବିଶେଷ କରି କଳା ଚଣା, ବିରି ଡାଲି, ତେଲ, କପଡା ଓ ଖାଇବା ସାମଗ୍ରୀ ଦାନ କରୁଥିବା ବ୍ୟକ୍ତିଙ୍କ ଉପରେ ଶନିଦେବ ବହୁତ ପ୍ରଶନ୍ନ ହୋଇଥାନ୍ତି ।
କୁକୁରସେବା-ଶନିଦେବ କୁକୁରର ସେବା କରୁଥିବା ବ୍ୟକ୍ତିଙ୍କ ଉପରେ କୃପା କରିଥାନ୍ତି । ବିଶେଷକରି କଳା କୁକୁରକୁ ରୁଟି କିମ୍ବା ଦୁଧ ଦେବା ଦ୍ୱାରା ଶନିଦେବ ବହୁତ ପ୍ରଶନ୍ନ ହୋଇଥାନ୍ତି । କୁକୁରକୁ ଶୋରିଷ ତେଲରେ ରୁଟି ବୁଡ଼ାଇ ଖୁଆଇବା ଦ୍ୱାରା ରାହୁ କେତୁ ଶାନ୍ତି ହୋଇଥାନ୍ତି ।
ନଖ ନବଢ଼ାଇବା- ନ୍ୟାୟ ପ୍ରିୟ ଶନିଦେବ ସଫା ସୁତୁରା ଉପରେ ଧ୍ୟାନ ଦେଇଥାନ୍ତି । ନଖ ବଢ଼ାଇବା ଦ୍ୱାରା ଶନିଦେବ ଅଶାନ୍ତି ହୋଇଥାନ୍ତି ।
ଶନିବାର ଉପବାସ-ଯେଉଁ ଲୋକ ଶନିବାର ଦିନ ଉପବାସ କରି ଦାନ ଧର୍ମ କରିଥାନ୍ତି, ତାଙ୍କ ଉପରେ ଶନି ସର୍ବଦା ଦୟା କରିଥାନ୍ତି । ଏମିତି ଲୋକଙ୍କ ଘରେ ଅନ୍ନ ଭଣ୍ଡାର କେବେ ସମାପ୍ତ ହୋଇନଥାଏ ।
ଓସ୍ତଗଛର ପୂଜା –ଯେଉଁ ଲୋକ ଓସ୍ତ ଗଛର ପୂଜା କରନ୍ତି ବା ରୋପଣ କରନ୍ତି, ତାଙ୍କ ଉପରେ ଶନି କୃପା ସର୍ବଦା ବଜାୟ ରହିଥାଏ । ଶନିବାର ଦିନ ଏହି ଗଛ ମୂଳରେ ଶୋରିଷ ତେଲର ଦୀପ ଜଳାନ୍ତୁ । ଏହି ଉପାୟ କରୁଥିବା ବ୍ୟକ୍ତିଙ୍କ ଘର କେବେ ଅନ୍ଧାର ରହିନଥାଏ ।
ପିତୃପୁରୁଷଙ୍କ ଶ୍ରାଦ୍ଧ-ଯେଉଁ ଲୋକ ଠିକ ସମୟରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ ଦିଅନ୍ତି, ଶନିଦେବ ପ୍ରସନ୍ନ ହୋଇକରି ତାଙ୍କର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଯଦି ଶନିବାର ଦିନ ଅମାବାସ୍ୟା ପଡୁଥାଏ,ତେବେ ଏହି ଦିନ ପୂଜା ପାଇଁ ବହୁତ ଶୁଭ ହୋଇଥାଏ । ଏହି ଦିନ ଶନିଦେବଙ୍କୁ ତେଲ ଚଢ଼ାନ୍ତୁ । ଓସ୍ତ ଗଛରେ ପାଣି ଦେବା ଓ ଗଛ ପରିକ୍ରମା କରିବା ବହୁତ ଶୁଭ ହୋଇଥାଏ,ଜୟ ଶନିଦେବ!!ଜୟଜଗନ୍ନାଥ, ଜୟସୋମନାଥ, ଜୟମାଯୋଗମାୟା!!

Comments (0)
Add Comment