ଆଜିର ରାଶିଫଳ

୨୦୨୩ମସିହା ଡିସେମ୍ବରମାସ ୨୬ତାରିଖ ମଙ୍ଗଳବାର।ପଣ୍ଡୁଓଷା, ଦତ୍ତାତ୍ରେୟଜୟନ୍ତୀ, ମାର୍ଗଶିର ପୂର୍ଣ୍ଣିମା, ମଙ୍ଗଳ ପୂର୍ଣ୍ଣିମାବ୍ରତ,ପୂର୍ଣ୍ଣିମାର ଚ଼ନ୍ଦ୍ରୋପବାସପୂଜା ଓ ଅର୍ଘ୍ୟଦାନ।ବିବିଧ -ସ୍ତ୍ରୀତୈଳ ବର୍ଜନ।ସୁର୍ଯ୍ୟୋଦୟ- ଘ୬/୨୨/୫୩ ,ସୂର୍ଯ୍ୟାସ୍ତ- ଘ୫/୧୧/୫୩ ,ମାର୍ଗଶିରମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ପୂର୍ଣ୍ଣିମା ନିଶାନ୍ତ ଘ୫/୪୨ମିପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ନିଶାନ୍ତ ଘ୫/୪୨ମିପରେ ପୂର୍ବଦିଗରେ।ପକ୍ଷାନ୍ତଦୋଷ, ମଙ୍ଗଳବାର, ବିଷ୍ଟିକରଣ ଓ ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ବିଛାରାଶିର ଏବଂ ଦିବାଘ ୧୦/ ୨୯ମିପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ଆମିଷ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା-ଦିବା ଘ୭/୪୬ମି ରୁ ଘ୯/୭ମି ପର୍ଯ୍ୟନ୍ତ।କାଳବେଳା- ଦିବା ଘ୧୧/୧୧ମି ରୁ ଘ୨/୩୨ମିପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୬/୫୩ମି ରୁ ଘ୮/୩୨ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ସୂର୍ଯ୍ୟୋଦୟରୁ ଦିବା ଘ୭/୧୩ମି ମଧ୍ୟେ, ଘ୮/୧ମି ରୁ ଘ୧୨/୧ମି ମଧ୍ୟେ, ରାତ୍ରି ଘ୭/୩୮ମି ରୁ ଘ୮/୨୬ମି ମଧ୍ୟେ, ଘ୯/୧୪ମି ରୁ ଘ୧୧/୩୮ମି ମଧ୍ୟେ, ଘ୧/୧୪ମି ରୁ ଘ୨/୫୦ମି ମଧ୍ୟେ, ଘ୪/୨୬ମି ରୁ ନିଶାନ୍ତ ଘ୫/୧୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ସୂର୍ଯ୍ୟାସ୍ତରୁ ରାତ୍ରି ଘ୭/୩୮ମିପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦ ବାର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଶ୍ରୀମତୀ ।କନ୍ୟାର ରାତ୍ରିଘ୧୦/୪୭ମିପରେ ପାଞ୍ଚମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା। ଘୃତତାମ୍ରପାତ୍ର ରକ୍ତବସ୍ତ୍ର ତିଳସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ।ବାରଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ।ଶୁଭକର୍ମ- ନାହିଁ।
ମେଷ- ଆଜି ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ ।ପିଲାମାନେ ଆଜି ଆପଣଙ୍କ ଘରୋଇକାର୍ଯ୍ୟ ସାରିବାରେ ସହଯୋଗଦେବେ ।ସମ୍ଭାଳିକି ବନ୍ଧୁମାନଙ୍କ ସହିତ କଥାହୁଅନ୍ତୁ,କାରଣ ଆଜିଦିନରେ ବନ୍ଧୁତା ହଜେଇ ବସିବାର ସମ୍ଭାବନା ଅଛି । ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ ।ଆପଣଙ୍କୁ ନିଜର ଜୀବନ-ସାଥୀଙ୍କର ଶକ୍ତ ଓ କଡ଼ା ରୂପ ଦେଖିବାକୁ ମିଳିବ, ଯାହା କାରଣରୁ ଆପଣ ଅସହଜତା ଅନୁଭବ କରିବେ।
ବୃଷ-ବନ୍ଧୁବାନ୍ଧବ ମାନଙ୍କଠୁ ସହଯୋଗ ମିଳିବ ଓ ମନରବୋଝ ହାଲୁକାହେବ ।ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠିକାଟିଲେ ବୁଝିବା ଶକ୍ତି ବଢିବ ।ଆଜି ଆପଣଙ୍କର କୌଣସିବନ୍ଧୁ ଆପଣଙ୍କଘରକୁ ଆସି ଆପଣଙ୍କସହିତ ସମୟକାଟିପାରେ ।ଜୀବନସାଥୀ ସହିତ ଆଜିଦିନ ଅନ୍ୟ ଦିନଅପେକ୍ଷା ଭଲ ରହିବ ।ଆଜି ଆପଣଙ୍କୁ ଆପଣଙ୍କପ୍ରେମୀ ଦୁରେଇ ଗଲାପରି ଲାଗିପାରେ ।
ମିଥୁନ-ନିଜର ନକରାତ୍ମକଚିନ୍ତାଧାରା ଯୋଗୁଁ ଆପଣ ପ୍ରଗତିକରି ପାରୁନାହାନ୍ତି । ଏହି କଥାକୁ ବୁଝିବାପାଇଁ ଏହା ଉତ୍ତମସମୟ କି ଆପଣଙ୍କର ଚିନ୍ତାକରିବାର ଅଭ୍ୟାସ ଆପଣଙ୍କଭାବନା ଶକ୍ତିର ଅନ୍ତକରି ଦେଇଛି ।ବିଦେଶରେ ରହୁଥିବା କୌଣସି ବନ୍ଧୁବାନ୍ଧବ ଠୁ ମିଳିଥିବା ଉପହାର ଆପଣଙ୍କୁ ଖୁସି ଦେଇପାରେ । ଆପଣଙ୍କର ଚୁମ୍ବକୀୟବ୍ୟକ୍ତିତ୍ୱ ବହୁତ ଲୋକଙ୍କହୃଦୟ ଜିତିନବ ।
କର୍କଟ- ପାଠପଢାଜାଗାରେ ଘରୁ ଅତିଡ଼େରିଯାଏଁ ବାହାରେ ରହିବାକାରଣରୁ ଆପଣଙ୍କମାତାପିତା ଆପଣଙ୍କଉପରେ କ୍ରୋଧିତ ହୋଇପାରନ୍ତି ।କ୍ୟାରିୟର ପାଇଁ ଯୋଜନାବନେଇବା ସେତିକି ହିଆବଶ୍ୟକ ,ଯେତିକି ଖେଳଖୁଦ,ସେଥିପାଇଁ ମାତାପିତାଙ୍କୁ ଖୁସିରଖିବା ପାଇଁ ଦୁଇଟାରେ ହିଁ ସନ୍ତୁଳନରଖିବା ଆବଶ୍ୟକ ।ଆପଣଙ୍କରପ୍ରେମିକପ୍ରେମିକା ଆଜି ଆପଣଙ୍କଉପରେ ତାଙ୍କର ପାରିବାରିକସମସ୍ୟାର କ୍ରୋଧ ସୁଝାଇପାରନ୍ତି |ତେଣୁ ତାଙ୍କସହିତବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ।
ସିଂହ-ଆପଣ କୌଣସି ଦାନଧର୍ମକାର୍ଯ୍ୟରେ ସହଭାଗିତା କରିପାରନ୍ତି,ଯାହାଦ୍ୱାରା ଆପଣଙ୍କୁ ମାନସିକସନ୍ତୋଷ ମିଳିବ ।ଅନ୍ୟର ସହଯୋଗବିନା ମଧ୍ୟ ଆପଣ ଧନଅର୍ଜନ କରିବାରେ ସକ୍ଷମ । କେବେ ନିଜଉପରେ ବିଶ୍ୱାସରଖିବା ଆବଶ୍ୟକ ।ବିଦେଶରେରହୁଥିବା କୌଣସି ବନ୍ଧୁବାନ୍ଧବଠୁ ମିଳିଥିବା ଉପହାର ଆପଣଙ୍କୁ ଖୁସି ଦେଇପାରେ ।ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧକୁ ଗୁରୁତ୍ୱ ଦିଅନ୍ତୁନାହିଁ ।
କନ୍ୟା-ଶାରୀରିକରୋଗର ଠିକହେବାର ଅନେକ ସମ୍ଭାବନାଅଛି ।ଏହିଁ କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗନେଇ ପାରିବେ, ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନସାଥୀ ବହୁତ ଚେଷ୍ଟା କରିବେ।ଆପଣଙ୍କ ଦେଶବିଷୟରେ କିଛି ନୂଆତଥ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ।
ତୁଳା-ଆଜି ଆପଣଙ୍କର ବହୁତକାମ ରହିବ ଓ ଆପଣ କୌଣସିପ୍ରକାରେ ସବୁ ସମ୍ଭାଳିନେବେ । ଆଜିଦିନଟି ଆପଣଙ୍କ ଅନେକକାର୍ଯ୍ୟବ୍ୟସ୍ତତାରେ ଯିବ ବିଶେଷକରି ସେଥିରେ ଚିଠିଲେଖିବା ଓ ପୁରୁଣାଲୋକଙ୍କ ସହ ଯୋଗାଯୋଗକରିବା ଅନ୍ତର୍ଭୁକ୍ତରହିବ ।ଏକ ଭଲଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ । ଆହୁରିମଧ୍ୟ କାର୍ଯ୍ୟସ୍ଥଳରେ ଘଟଣା ଆୟୋଜନକରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।
ବିଛା- ଆପଣଙ୍କ ସହଜଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟରଚାପକୁ ପଛରେପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟରଚାପ ଅଧିକ ଥିବାବେଳେ ଭଲଗୀତ ଶୁଣି ମନକୁ ଆରାମଦିଅନ୍ତୁ ।
ଧନୁ-ଆଜି ଆପଣ ପରିଶ୍ରମରୁ କିଛିଟାମୁକ୍ତ ରହିବେ । ଆଜି ଆପଣଙ୍କଜୀବନସାଥୀଙ୍କ ସହ ଫିଲ୍ମଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ସେ ଯାହା ବି ହେଉ, ଧିରେଧିରେ ଆପଣଙ୍କ ପକେଟ ହାଲୁକା ହେବ ।
ମକର- ଆପଣ ଅନ୍ୟମାନଙ୍କଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକରଜୀବନଶୈଳୀ ଅନୁସରଣକରନ୍ତି ଓ ଆଜି ମଧ୍ୟ ଆପଣଙ୍କପାଇଁ ସ୍ଵାସ୍ଥ୍ୟସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । ଦୂରଯାତ୍ରାପାଇଁ ଯନ୍ତ୍ରଣା ଅନୁଭବକରିପାରନ୍ତି । ଜୀବନସାଥି ସନ୍ଧାନରେଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣହେବ ।
କୁମ୍ଭ-ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ।ଦୃଢବିଶ୍ୱାସ ଓ ଠିକସିଦ୍ଧାନ୍ତ ଆପଣଙ୍କୁ ସବୁକାର୍ଯ୍ୟ ସୁଚାରୁରୁପେ ସମ୍ପାଦନକରିବାକୁ ପ୍ରେରଣା ଯୋଗାଇବ ।ଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣକରିବାର ପ୍ରୟାସ ଜାରିରଖିବେ ।ଘରପାଇଁ କିଛିଦରକାରୀ ଆବଶ୍ୟକୀୟ ଜିନିଷକିଣିପାରନ୍ତି ।ଆପଣଚାହିଁଲେ ଗୋଟିଏ ନୂଆଗାଡି କିଣିପାରିବେ ।
ମୀନ-ଗ୍ରହଙ୍କ ଶୁଭଦୃଷ୍ଟିଯୋଗୁଁ ଶାରୀରିକ ତଥା ମାନସିକଶାନ୍ତି ଅବ୍ୟାହତ ରହିବ ।ସୁସ୍ଥ ପାରିବାରିକ ଓ କର୍ମମୟଜୀବନରେ ତୃପ୍ତିଲାଭ କରିବେ ।କୌଣସି ସମସ୍ୟାର ସମାଧାନ କରିବାକୁପଡିଲେ କ୍ରୋଧପ୍ରକାଶ ନକରି କୋମଳକଥାରେ ଅନାୟସରେ ସାମାଧାନକରିବା ଶ୍ରେୟସ୍କର ।ମାଆଙ୍କଠାରୁ ବହୁଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment