୨୦୨୪ମସିହା ଫେବୃଆରୀମାସ ୧୨ତାରିଖ ସୋମବାର।ଶରଣଶେଷ, ମାସାନ୍ତ।ଗଣପତି ରାତ୍ରି ଗଣେଶଆବିର୍ଭାବ,ରାତ୍ରି ଘ୧୨/୦ମି ସମୟେ ମାସାନ୍ତ ପ୍ରବେଶ।ସୁର୍ଯ୍ୟୋଦୟ- ଘ୬/୨୧/୩୨ ,ସୂର୍ଯ୍ୟାସ୍ତ- ଘ୫/୪୦/୩୨ ,ମାଘମାସ ,ଶୁକ୍ଳପକ୍ଷ ,ତିଥି- ତୃତୀୟା ସନ୍ଧ୍ୟା ଘ୬/୧୧ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ସନ୍ଧ୍ୟା ଘ୬/୧୧ମି ପରେ ନୈର୍ଋତ କୋଣରେ। ରିକ୍ତାତିଥି ,ବିଷ୍ଟିକରଣ,ଶନିଯୁକ୍ତ, ମାସାନ୍ତ ଦୋଷ ହେତୁ ଦିବା ଘ୧୦/୩୬ମି ପରେ ସନ୍ଧ୍ୟା ଘ୬/୧୧ମି ମଧ୍ୟେ ଯାତ୍ରା ଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ମିଥୁନ ଓ ମୀନରାଶିର ଏବଂ ଦିବାଘ୧୦/୩୬ମି ପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ, ସନ୍ଧ୍ୟା ଘ୬/୧୧ମିପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୭/୪୪ମି ରୁ ଘ୯/୯ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୨/୫୨ମି ରୁ ଘ୪/୧୭ମି ପର୍ଯ୍ୟନ୍ତ।କାଳରାତ୍ରି ଘ୧୦/୨୬ମି ରୁ ଘ୧୨/୦ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୫୫ମି ମଧ୍ୟେ, ଘ୧୧/୭ମି ରୁ ଘ୧/୩୧ମି ମଧ୍ୟେ, ସନ୍ଧ୍ୟା ଘ୬/୩୦ମି ରୁ ରାତ୍ରି ଘ୮/୫୪ମି ମଧ୍ୟେ, ଘ୧୧/୧୮ମି ରୁ ଘ୨/୩୦ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୩/୧୮ମି ରୁ ଘ୪/୫୪ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ଘ୩/୫୫ମିମଧ୍ୟେ ୧ପାଦ ନକ୍ଷତ୍ରପୁଷ୍କର ଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ।ତିଳ ସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦିବା ଘ୩/୫୫ମି ମଧ୍ୟେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ସ୍ବର୍ଣ୍ଣ ଓ ପୀତବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳ ଦାନ କରଣୀୟ। ରଜଶ୍ଚକ୍ରେ ସର୍ବସମ୍ପନ୍ନା। ସନ୍ଧ୍ୟା ଘ୬/୧୧ମି ଗତେ ତିଥିଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ। ଶୁଭକର୍ମ-ଦିବା ଘ୩/୫୫ମି ପରେ ରାତ୍ରି ଘ୧୨/୦ମି ମଧ୍ୟେ, ୨୬ ନକ୍ଷତ୍ରେ ବିବାହ (ପାଣିଗ୍ରହଣ)। ଦିବା ଘ୧୦/୩୬ମି ପରେ ଘ୩/୫୫ମି ମଧ୍ୟେ ୨୫ ନକ୍ଷତ୍ରେ ଋଗ୍ ବେଦୀ ବ୍ରତ (ଉପନୟନ), ଦିବା ଘ୧୦/୩୬ମି ପରେ ଘ୩/୫୫ମି ମଧ୍ୟେ ୨୫ ନକ୍ଷତ୍ରେ ନୌକାଚାଳନ ଓ ଯାତ୍ରା, ଦିବା ଘ୧୦/୩୬ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ୨୫ ଓ ୨୬ ନକ୍ଷତ୍ରେ ଦେବତା ପ୍ରତିଷ୍ଠା, ଜଳାଶୟ ପ୍ରତିଷ୍ଠା, ବାଣିଜ୍ୟ କରଣ, ଦିବା ଘ୩/୫୫ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ୨୬ ନକ୍ଷତ୍ରେ ଗୃହପ୍ରବେଶ (ପ୍ରତିଷ୍ଠା), ଜଳାଶୟ ପ୍ରତିଷ୍ଠା, ତରୁ ଓ ରୁଦ୍ର ପ୍ରତିଷ୍ଠା, ନବଦୋଳାଦ୍ୟାରୋହଣ, ବୃକ୍ଷରୋପଣ, କର୍ଣ୍ଣବେଧ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ଦୀକ୍ଷା ଗ୍ରହଣ, ଗ୍ରହଯୋଗ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ଅଳଙ୍କାର ଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ।
ମେଷ-ଲାଗିଥିବା ବିବାଦର ଆପଣ କାରଣ ହୋଇପାରନ୍ତି। ଧନ ପ୍ରାପ୍ତିର ସୂଚନା ମିଳୁଛି। ବିଳମ୍ବ ହେଉ ପଛେ; କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଘରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ମନ ପ୍ରସନ୍ନ ରହିବ।
ବୃଷ-ଆଶା ଫଳବତୀ ହେବ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ବ୍ୟବସାୟ ଲାଭଜନକ ହେବ।
ମିଥୁନ-ଉନ୍ନତି ପଥରେ ଆଗେଇ ଯାଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଲୋକପ୍ରିୟତା ଅର୍ଜନ କରିବେ। ସନ୍ମାର୍ଗୀ ହୋଇପାରନ୍ତି। ସୁକର୍ମରେ ଲିପ୍ତରହି ଖ୍ୟାତି ଅର୍ଜନ କରିବେ।
କର୍କଟ-ମାନସିକସ୍ତରରେ ଦୃଢ଼ ରହିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁକୁ ପରାସ୍ତ କରି ଆଶ୍ୱସ୍ତ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସମ୍ମାନିତ ହେବେ। ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହେବା ଆଶା କରାଯାଏ।
ସିଂହ-ସାମାନ୍ୟ କାରଣରୁ ଉପୁଜି ଥିବା ଦ୍ୱନ୍ଦ୍ୱ ବନ୍ଧୁଙ୍କ ଦ୍ୱାରା ସମାଧାନ ହେବ। ପ୍ରିୟତା ଅର୍ଜନ କରିପାରନ୍ତି। କଳ-କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହେବ।
କନ୍ୟା-ଅର୍ଜନ କରିଥିବା ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ଅପୂର୍ବ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ଗୃହରେ ଶାନ୍ତିର ବାତାବରଣ ପ୍ରାବାହିତ ହୋଇପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ।
ତୁଳା- ସ୍ୱାଧୀନ ଚିନ୍ତାଧାରା ନେଇ କିିଛି କରିବା ସମ୍ଭବପର ନୁହେଁ। ଏଥିପାଇଁ ବୈଷୟିକ ପରାମର୍ଶର ଆବଶ୍ୟକତା ରହିଛି। ସମୟଟି ସଂଘର୍ଷ ପୂର୍ଣ୍ଣ। ସୁଖୀ ହେବେ। ବହୁଧନର ଅଧିକାରୀ ହୋଇପାରନ୍ତି। ଶତ୍ରୁ ବିନାଶ କରିବେ।
ବିଛା-ମନବାଞ୍ଛା ପୂରଣ ହେବ। ଧନଲାଭର ସୂଚନା ମିଳୁଛି। ପ୍ରଭୂତ ବିଦ୍ୟା, ବୁଦ୍ଧିର ଅଧିକାରୀ ହୋଇପାରନ୍ତି। ଯଶସ୍ୱୀ ହେବେ। ବିଳାସ ବ୍ୟସନ ଦ୍ୱାରା ଦିନ ବିତାଇବେ। ନିର୍ଭୀକ ଭାବେ କାର୍ଯ୍ୟ କରିପାରନ୍ତି। ସାମାଜିକ ସ୍ୱୀକୃତି ଲାଭ କରିବେ।
ଧନୁ-ଧୀରେ ସୁସ୍ଥେ କାର୍ଯ୍ୟ ସାଧନ ହେବ। ଉଚ୍ଚ ସମ୍ମାନ ଲାଭ କରିବେ। ସ୍ନେହ ଶ୍ରଦ୍ଧାଭାବ ପ୍ରଦର୍ଶନ କରି କାର୍ଯ୍ୟ ହାସଲ କରିବେ। ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ। କନ୍ୟା, ପୁତ୍ର, ପୌତ୍ର ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆଶ୍ୱସନା ମିଳିବ।
ମକର-ବିଳାସ ବ୍ୟସନ ପାଇଁ ନାନା ଦ୍ରବ୍ୟ ସଂଗ୍ରହ କରିବେ। ଆଳସ୍ୟ ପରାୟଣ ହୋଇପାରନ୍ତି। କଟୁବାକ୍ୟ ପ୍ରୟୋଗ କଲେ ମାର୍ଗ କ୍ଳେଶକର ହୋଇପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ-ସୁସମ୍ବାଦ ପାଇ ଖୁସି ହେବେ। ଶ୍ରୀବୃଦ୍ଧି ଘଟିପାରେ। ସନ୍ତାନ ସୁଖ ମିଳିବ। ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଉତ୍ତମ ଭୋଜନ ମିଳିବ। ପାରିବାରିକ ସୁଖ ସମୃଦ୍ଧି ଆଶାକରାଯାଏ। ସତ୍ୟ ରତ ହେବେ।
ମୀନ-ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପରଧନରେ ଧନୀ ହେବେ। ରସିକ ଓ ବାଚାଳ ହୋଇପାରନ୍ତି। ସ୍ୱାସ୍ଥୃ ହାନିର ଆଶଙ୍କା ଅଛି। ସୁଭାଷୀ ଓ ସୁବିଦ୍ୟାବାନ ହେବେ। ଭୋଗୀ ହେବେ। ତେଜୀୟାନ ହେବେ। ଚଞ୍ଚଳତାଯୁକ୍ତ ହେବେ!!ଜୟଜଗନ୍ନାଥ, ଜୟସୋମନାଥ.ଜୟମାଯୋଗମାୟା!!
-ରାମ ନାମର ମାହାତ୍ମ୍ୟ-
ଜଣେବ୍ୟକ୍ତି ଆଉଜଣକ ସହିତ ମିଶିଲାପରେ ରାମ….ରାମ ଦୁଇ ଥର କାହିଁକି କହିଥାନ୍ତି. , ଅଥଚ ଥରେ କିମ୍ବା ତିନିଥର କାହିଁକି କହିନଥାନ୍ତି ? ଏହିଦୁଇଥର ରାମ…ରାମ. କହିବାପଛରେ କି ରହସ୍ୟ ଲୁଚି ରହିଛି. ଏବଂ ଏହା କେଉଁ ଆଦିମକାଳରୁ ଚାଲିଆସିଛି।ଏହାରରହସ୍ୟ ହେଲା, ବର୍ଣ୍ଣମାଳାରେ “ର ‘=ଶବ୍ଦଟି ୨୭ ନମ୍ବରରେ ଥାଏ।
‘ଆ ‘=୨ନମ୍ବରରେ ଥାଏ ଏବଂ ‘ମ ‘=ଶବ୍ଦଟି ୨୫ନମ୍ବରରେ ଥାଏ ।ଏବେ ଏହି ତିନି ଅଙ୍କକୁ ଯୋଗ କରନ୍ତୁ ୨୭+୨+୨୫=୫୪
ଏହାରଅର୍ଥ ହେଲା, ଏହି ରାମନାମ ଯଦି ୫୪ ହେଲା ତେବେ ଦୁଇଥର ରାମ ନାମ ମିଶେଇଲେ ୧୦୮ ହେବ । ଆମେ ଯଦି କେଉଁ ମନ୍ତ୍ରକୁ ମନରେ ଜପ କରିଥାଉ, ତ ୧୦୮ ଥର ଜପ କଲେ ଏକ ମାଳାଜପ ପୂର୍ଣ୍ଣାଙ୍ଗ ହୋଇଥାଏ ।ସେହିପରି ଆମେ ଯଦି କାହାକୁ ଦୁଇଥର ରାମ.. ରାମ କହିଥାଉ , ତେବେ ନିଃସନ୍ଦେହରେ ଏକ ରାମ ନାମ ମାଳାଜପ ପୂର୍ଣ୍ଣ ହୋଇଥାଏ।ଜୟ ସୀତାରାମ