ଆଜିର ରାଶିଫଳ

ନିଜ ଜନ୍ମଦିନରେ ଭୁଲରେ ବି କରିବା କଥା ନୁହେଁ ଏହି କାମ

ଅଗଷ୍ଟମାସ ୦୮ତାରିଖ ୨୦୨୪ ମସିହା(ଗୁରୁବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ ୧୨/୩୦ ଗତେ ପଞ୍ଚମୀ,ନକ୍ଷତ୍ର- ଉତ୍ତରା ଫା ରାତ୍ରି ଘ୧୨/୧୪ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/ ୩୪,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,
ବୃଷରାଶିର ଘାତାଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,
,ମୃତେ ରାତ୍ରି ଘ୧୨/୧୪ ଗତେ ଏକପାଦପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୧/୨୫ ଗତେ ଘ୦୩/୧୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୦୫ ମଧ୍ୟେ ଓ ଘ୧୦/୧୭ଗତେ ଘ୧୨/୪୧ ମଧ୍ୟେ।ମେଷ👉 ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।
ବୃଷ👉ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ 👉ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ👉 ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ👉ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା👉 ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା👉 ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା👉 ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
ଧନୁ👉 ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର👉 ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।
କୁମ୍ଭ👉 ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
ମୀନ👉 ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ନିଜ ଜନ୍ମଦିନରେ ଭୁଲରେ ବି କରିବା କଥା ନୁହେଁ ଏହି କାମ – ନହେଲେ ଶନିଦେବଙ୍କ କୋପଦୃଷ୍ଟି ପଡିବ….
ସମସ୍ତବ୍ୟକ୍ତିର ବର୍ଷକୁଥରେ ଜନ୍ମଦିନ ଆସେ। ସମସ୍ତେ ଏହାକୁ ଧୂମଧାମରେ ପାଳନକରିଥାନ୍ତି।କେତେଲୋକ ଏଇ ଜନ୍ମଦିନକୁ ଭିନ୍ନଭିନ୍ନ ଆକାରରେ ପାଳନକରନ୍ତି। ଆଉକେତେ ଲୋକ ଜନ୍ମଦିନ ବହୁତଭଲରେ ପାଳନକରିବାକୁ ଯାଇ କିଛି ଭୁଲ୍ କାମ କରିବସନ୍ତି। ଯାହାର ପରିଣାମ ତାଙ୍କୁ ବର୍ଷଯାକ ଭୋଗିବାକୁପଡିଥାଏ।ସେଥିପାଇଁ କିଛିକଥା ପ୍ରତି ଧ୍ୟାନରଖିଲେ ଆପଣଙ୍କୁ ଏଇସବୁ ଅସୁବିଧାର ସମୁଖୀନହେବାକୁ ପଡିବ ନାହିଁ।ଜ୍ୟୋତିଷଶାସ୍ତ୍ର ଅନୁସାରେ ଜନ୍ମଦିନଠାରୁ ବ୍ୟକ୍ତିର ପୁରାବର୍ଷରକୁଣ୍ଡଳୀ ପ୍ରଭାବିତ ହୋଇଥାଏ।ତେବେ ଆସନ୍ତୁଜାଣିବା କଣ ଜନ୍ମଦିନରେ କଣ କରିବା ଉଚିତ ବା ଅନୁଚିତ ।
ପୁରାବର୍ଷରଫଳ ଖରାପମିଳେ-ଯେଉଁବ୍ୟକ୍ତି ଏହି ଜନ୍ମଦିନ ଭଲରେ ପାଳନକରେ ସେ ବର୍ଷସାରା ଖୁସିରେରୁହେ।କେତେଲୋକ ଏମିତିକିଛି ଭୁଲ କାମକରିଦିଅନ୍ତିଯେ, ତାଙ୍କର ଗ୍ରହ ଅନୁକୂଳ ହୁଏନାହିଁ, ଯାହା ବର୍ଷସାରା ସମୟ ଖରାପହୋଇଯାଏ।ଏଥିପାଇଁ କିଛି ଏମିତିକାମ ବିଷୟରେ କୁହାଯାଇଛିଯେ, ଯିଏ ନିଜର ଜନ୍ମଦିନରେ ଭୁଲରେ ଏହିକାମ କରିବନାହିଁ। ଏମିତିକରିଲେ ଶନିଦେବ ତାଙ୍କଉପରେ ରୁଷ୍ଟ ହୋଇଥାନ୍ତି।
ଜନ୍ମଦିନରେ ଏହିକର୍ମ କରିବନାହିଁ-ଜନ୍ମଦିନରେ କିଛିଲୋକ ପାର୍ଟିରେ ମଦପିଇଥାନ୍ତି। ବୋଧହୁଏ ସେମାନେ ଜାଣିନଥାନ୍ତିଯେ, ଏମିତିକରିଲେ ଶନିଦେବ ପ୍ରସନ୍ନ ହୁଅନ୍ତିନାହିଁ। ଶାସ୍ତ୍ରରେ କୁହାଯାଇଛିଯେ, ଏହି ଜନ୍ମଦିନରେ ମଦ ପିଅନ୍ତିନାହିଁ ସେମାନଙ୍କଉପରେ ଶନି ସାଢେସାତର ପ୍ରଭାବ ପଡେନାହିଁ। ଏହାର ବିପରୀତ ଯେଉମାନେ ମଦପିଅନ୍ତି ସେମାନଙ୍କୁ ବହୁତ ଚିନ୍ତା ଓ ଦୁଃଖକଷ୍ଟର ସାମ୍ନା କରିବାକୁ ପଡିଥାଏ।
ଜନ୍ମଦିନରେ କେବେମଧ୍ୟ ନଖ ଓ ଚୁଟି କାଟିବନାହିଁ। କୁହାଯାଇଛିଯେ ,ଏଥିରେ ଅଶୁଭ ହୋଇଥାଏ।ଜନ୍ମଦିନ ଏକ ଶୁଭଦିନ ଅଟେ।ଏହିଦିନ ଜୀବ ହତ୍ୟାଠାରୁ ଦୂରେଇରୁହନ୍ତୁ।ମାଂସଭୋଜନ କରନ୍ତୁନାହିଁ।ଏମିତିକରିଲେ ଆଶୀର୍ବାଦବଦଳରେ ଅଭିଶାପମିଳିଥାଏ ଓ ଜୀବନ କଷ୍ଟଦାୟକ ହୋଇଥାଏ।ଜନ୍ମଦିନରେ ଯଦି ସାଧୁ ବା ଭିକାରିଆସନ୍ତି ତେବେତାଙ୍କୁ କେବେମଧ୍ୟ ଖାଲିହାତରେ ଫେରାଇବନାହିଁ।ତାଙ୍କୁ ଦାନଦକ୍ଷିଣା ଓ ଭୋଜନ ଦେବ। ଏମିତିକରିଲେ ନିଜର ଆୟୁ ବୃଦ୍ଧିହୁଏ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲରୁହେ।ଯଦି କାହାସହିତ ଶତୃଭାବଥାଏ ତେବେ ସେହି ପୁରୁଣାଶତ୍ରୁତାକୁ ଭୁଲିଯାଇ ତାକୁ ଶ୍ରଦ୍ଧାରସହିତ ଆପଣାରକରନ୍ତୁ।ଏହି ଜନ୍ମଦିନରେ କଳିଝଗଡା କରିଲେ ବର୍ଷଯାକ କଳିଝଗଡାରେ ଲିପ୍ତରହିବାକୁ ହେବ।ଶାସ୍ତ୍ରରେକୁହାଯାଇଛିଯେ , ଜନ୍ମଦିନରେ ସକାଳୁଉଠି ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନକରିଲେ ଶୁଭହୁଏ। ଏହିଦିନ ଗରମପାଣିରେ ସ୍ନାନ କରିବ ନାହିଁ।ନିଜର ଜନ୍ମଦିନରେ ଘରର ସମସ୍ତ ବଡ ଗୁରୁଗୁରୁଜନ ଓ ମାତାପିତାଙ୍କୁ ପ୍ରଣାମକରି ଆଶୀର୍ବାଦ ନେବ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment