ଆଜିର ରାଶିଫଳ

ଚାହୂଁଛନ୍ତିକି,କେଉଁଭଳିଜାଗାକିଣିବେ ଜାଣନ୍ତୁ?

ଅଗଷ୍ଟ ମାସ ୧୦ ତାରିଖ ୨୦୨୪ ମସିହା(ଶନିବାର)ଶ୍ରାବଣମାସ- ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ,ନକ୍ଷତ୍ର- ଚିତ୍ରା ,ଚନ୍ଦ୍ର-କନ୍ୟା ଦିବା ଘ ୦୪/୫୪
ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୪୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୨୪ ,ଯୋଗିନୀ ବାୟବ୍ୟେ ,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବୃଷ ,ସିଂହ ଓ କନ୍ୟା ରାଶି ର ଘାତବାର ,କାଳବେଳା -ଦିବା ଘ୦୭/୦୫ ମଧ୍ୟେ ଓ ଦିବା ଘ୦୪/୩୭ ଗତେ ଘ୦୬/୧୩ ମଧ୍ୟେ ,ବାରବେଳା – ଦିବା ଘ୦୧/୨୭ ଗତେ ଘ୦୩/୦୩ ମଧ୍ୟେ ,ମୃତେ ଏକପାଦ ପୁଷ୍କର ଦୋଷ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୩୦ ଗତେ ଘ୧୨/୪୦ ମଧ୍ୟେ ଓ ରାତ୍ରି ଘ୦୮/୩୭ଗତେ ଘ୧୧/୦୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ,ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ
ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:-ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:-ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:-ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା:-କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର:-ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

ଜାଗା କିଣିବାକୁ ଚାହୂଁଛନ୍ତିକି,କେଉଁଭଳିଜାଗାକିଣିବେ ଜାଣନ୍ତୁ?
ନଗର, ଗୃହ, ବଡ଼ବଡ଼ ପ୍ରସାଦ, ମନ୍ଦିର, ବ୍ୟବସାୟ ବାଣିଜ୍ୟସ୍ଥାନ ଆଦି! ସମସ୍ତ ନିର୍ମାଣ ବାସ୍ତୁବିଜ୍ଞାନର ଅନ୍ତର୍ଭୁକ୍ତ। ବାସ୍ତୁଶାସ୍ତ୍ର ପ୍ରାୟ ପାଞ୍ଚହଜାରବର୍ଷର ପ୍ରାଚିନଶାସ୍ତ୍ର। ସେତେବେଳେ ବାସ୍ତୁକୁ ବିଶେଷକରି ରାଜା,ମହାରାଜା ଆଦି ଉଚ୍ଚବର୍ଗର ଲୋକମାନେ ବ୍ୟବହାରକରୁଥିଲେ।କିନ୍ତୁ କାଳକ୍ରମେ ଏହା ଏବେ ସାଧାରଣବର୍ଗର ଲୋକମାନେ ମଧ୍ୟ ବ୍ୟବହାରକୁ ଆଣି ଅନେକ ଉପକୃତ ହେଉଛନ୍ତି।ଏହିଶାସ୍ତ୍ର ମୁଖ୍ୟତଃ ପଞ୍ଚତତ୍ତ୍ୱଉପରେ ଠିଆ ହୋଇଥିବାବେଳେ, ତାହା ସହିତ ପୃଥିବୀର ଚୁମ୍ବକୀୟ ପ୍ରଭାବ ଏବଂ ସୂର୍ଯ୍ୟରଶ୍ମିଉପରେ ମଧ୍ୟ ନିର୍ଭରକରେ।ବାସ୍ତୁଦୋଷରହିଲେ ମାନବଶରୀରର ଚୁମ୍ବକୀୟକ୍ଷେତ୍ର ସହିତ ପୃଥିବୀର ଚୁମ୍ବକୀୟକ୍ଷେତ୍ର ମଧ୍ୟରେ ସମନ୍ୱୟରକ୍ଷା ହୋଇପାରେନାହିଁ।ଫଳରେ ଶରୀରରେ ଅନେକପ୍ରକାର ରୋଗ ସୃଷ୍ଟି ହୋଇଥାଏ, ମାନସିକ ଅସ୍ଥିରତା ମଧ୍ୟ ଦେଖାଦେଇଥାଏ।ସେଥିପାଇଁ ଆମେ ଶୋଇଲାବେଳେ ମୁଣ୍ଡ ଦକ୍ଷିଣ ଦିଗକୁଦେବା ଶୁଭ ହୋଇଥାଏ। ତେବେ ଏକ ଉତ୍ତମବାସ୍ତୁର ଶୁଭପ୍ରଭାବ ପାଇବାପାଇଁ ଆମକୁ କେତେଗୁଡିଏ ମୁଖ୍ୟଦିଗ ପ୍ରତି ଧ୍ୟାନଦେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା...
ଭୂଖଣ୍ଡର ଆକାର ଏବଂ ଅବସ୍ଥିତି:-ଗୃହନିର୍ମାଣ ପାଇଁ ପ୍ରଥମେ ଭୂଖଣ୍ଡର ପରିବେଶପ୍ରତି ବିଶେଷଧ୍ୟାନ ଦେବା ଆବଶ୍ୟକ।ପରିବେଶ ଯେମିତି ବାସୋପଯୋଗୀ ହୋଇଥିବ ସେଥିପ୍ରତି ବିଶେଷ ଧ୍ୟାନଦେବା କଥା। ଯେମିତି ଏହା ଜନବସତିନିକଟରେ ହେବା ଭଲ।ଭୂମିପାର୍ଶ୍ୱରେ ଯେମିତି ମଶାଣି, ଦେବସ୍ଥାନ, ନଦୀନାଳ,କମାରଶାଳ,ବଢ଼େଇଶାଳ,କଳକାରଖାନାଅଞ୍ଚଳ ,କଂସେଇଶାଳ,କଂସାରିଶାଳ,ରାଜପଥ,ଅତ୍ୟଧିକ ପ୍ରଦୂଷଣ,ଡାକ୍ତରଖାନା ଆଦି ନଥିବା ଶୁଭ।
ଘରପାଖରେ ମଶାଣିଥିଲେ:-ଆଜିର ଜନବହୁଳତାସ୍ଥିତି ଯୋଗୁଁ ଏହି ସବୁସ୍ଥାନକୁ ଲାଗି ଗୃହନିର୍ମାଣ କରାଯାଉଛି, ଫଳସ୍ୱରୂପ ନାନାପ୍ରକାରରୋଗରେ ଗୃହବାସୀମାନେପିଡ଼ିତ ହେଉଛନ୍ତି।ବର୍ତ୍ତମାନ ସହରାଞ୍ଚଳରେ ମଶାଣିକୁ ଲାଗି ବଡ଼ବଡ଼ ଅଟ୍ଟାଳିକାମାନ ନିର୍ମାଣହେଉଛି ଏବଂ ସେଠି ଲୋକମାନେ ମଧ୍ୟ ରହୁଛନ୍ତି।ପ୍ରମାଣିକ ଭାବେ ଦେଖାଯାଇଛି ଯେ ଏହିପରିସ୍ଥାନରେ ରହୁଥିବାଲୋକମାନେ କେବେ ବି ଶାନ୍ତିରେ ନାହାନ୍ତି।
ଘରପାଖରେ ନଦୀଥିଲେ:-ଏନେଇ ଯଥାସମ୍ଭବ ଭୂମିକ୍ରୟ କଲାବେଳେ ମଶାଣି ଆଦି ସ୍ଥାନପାଖରେ କେବେବି ଭୂମିକ୍ରୟ କରନ୍ତୁନାହିଁ। ବାସସ୍ଥାନର ପରିବେଶର ମୁଖ୍ୟପ୍ରଭାବ ବାସ୍ତୁରେ ପଡ଼ିଥାଏ।ଆଜିକାଲି ବହୁତଲୋକ ନଦୀ ନିକଟରେ ମଧ୍ୟ ଗୃହନିର୍ମାଣ କରୁଛନ୍ତି।ତେବେ ଯେତେ ବାସ୍ତୁହିସାବରେ ଘରକରିଥିଲେ ମଧ୍ୟ ଯଦି ନଦୀ ଆସିଥାଏ ପ୍ରଥମେ ତ ନଦୀକୂଳରେ ଥିବା ଗୃହ ନଷ୍ଟହେବ। ଏଣୁ ଗୃହକରିବା ପାଇଁ ଯାଗାଟିଏ କିଣିଲାବେଳେ ପାଖ ପରିବେଶପ୍ରତି ଧ୍ୟାନଦେଲେ ଶୁଭଫଳ ମିଳିଥାଏ।
ଭୂଖଣ୍ଡର ଆକାରପ୍ରତି ଧ୍ୟାନ:-ଭୂଖଣ୍ଡର ଆକାରପ୍ରତି ମଧ୍ୟ ବିଶେଷଧ୍ୟାନଦେବା ଆବଶ୍ୟକ।ଭୂଖଣ୍ଡରଆକାର ସର୍ବପ୍ରଥମେ ବର୍ଗାକାରହେବା ଅତ୍ୟନ୍ତଶୁଭ।ଯଦି ଆୟତାକାରହୁଏ ତେବେ ଏହାରଲମ୍ବ ପ୍ରସ୍ଥଠାରୁ ଦୁଇଗୁଣରୁ ଅଧିକନହେବା କଥା ଯଦିଅଧିକ ଲମ୍ବାହୁଏ ତେବେ ଏହାରଏନର୍ଜି ଉପରେ ଖରାପ ପ୍ରଭାବ ପଡ଼ିଥାଏ।
ବର୍ଜନୀୟ ଭୂମି:-ଏହାବ୍ୟତୀତ ତ୍ରିଭୁଜାକାର, ଗୋଲାକାର, ବହୁକୋଣୀ ଭୂଖଣ୍ଡରେ ଗୃହନିର୍ମାଣ ସଦାସର୍ବଦା ବର୍ଜନୀୟ।ଭୂମି ସବୁବେଳେ ସମତଳଥିବା ଭଲ। ପଶ୍ଚିମ କିମ୍ବା ଦକ୍ଷòଣଭାଗ ଉଚ୍ଚଥିଲେ ଉତ୍ତମ। ଭୂମିକ୍ରୟବେଳେ ଯଦି ପଶ୍ଚିମ କିମ୍ବା ଦକ୍ଷିଣଦିଗ ନିଚ୍ଚା ହୋଇଥାଏ ତେବେ ଭୂମିକ୍ରୟ ପରେ ଏହାକୁ ତୁରନ୍ତ ସମତଳକରିଦେବା ଉଚିତ। ସମତଳକରାଇ କିଛିମାସପରେ ଭୂମିକୁ ଶୋଧନକରି ଗୃନିର୍ମାଣକରିବା ଶାସ୍ତ୍ରମତ।ଯଦି ଏହିସବୁ ବାସ୍ତୁନିୟମକୁ ମାନି ଗୃହନିର୍ମାଣ କରାଯାଏ ତେବେ ଶୁଭଫଳମିଳିବା ସମ୍ଭାବନା ଅଧିକ।(ବି.ଦ୍ର:-ଏହି ଲେଖାରେଥିବା ସମସ୍ତତଥ୍ୟ ଆମର ନିଜସ୍ୱମତ)

Comments (0)
Add Comment