ଆଜିର ରାଶିଫଳ

ବାସ୍ତୁଶାସ୍ତ୍ର ଅନୁଯାୟୀ କେମିତି ହେବା ଦରକାର ଠାକୁର ଘର

ଅଗଷ୍ଟମାସ ୨୧ତାରିଖ ୨୦୨୪ ମସିହା(ବୁଧବାର) ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୦୫/୨୬ଗତେ ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୨ /୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭ /୫୨,ଯୋଗିନୀ ଉତ୍ତରେ ଦିବାଘ୦୫/୨୭ଗତେ ଅଗ୍ନିକୋଣରେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟରାଶିର ଘାତବାର,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,କାଳବେଳା -ଦିବା ଘ୧୨/୦୦ ଗତେ ଘ୦୧/୩୫ ମଧ୍ୟେ,ବାରବେଳା -ଦିବା ଘ୧୧/୪୮ ଗତେ ଘ୦୧/୨୩ମଧ୍ୟେ,ଅଦ୍ୟ ମୃତେ ଦ୍ଵୀପାଦଦୋଷ ଓ ଦିବା ଘ ୦୫/୨୬ଗତେ ରାତ୍ରିଘ୦୧/୨୫ ମଧେ ଦ୍ଵୀପାଦ ପୁଷ୍କରଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୮ମଧ୍ୟେ ଓ ରାତ୍ରି ଘ୦୬/୫୨ଗତେ ଘ୦୯ /୧୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୫୬ ଗତେ ଘ୦୫/୩୩ମଧ୍ୟେ,ଅଦ୍ୟ ବୋଇତି କଖାରୁ ଦିବା ଘ୦୫/୨୭ଗତେ ପୋଟଳଭକ୍ଷଣ ନିଷେଧ।
ମେଷ👉ଆଜି ଦିନଟି ଶୁଭଫଳ ଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକ ରେ ଖର୍ଚ୍ଚ ହୋଇପାରେ।
ବୃଷ👉କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନଯାଆନ୍ତୁ, ଧ୍ୟାନରଖିବେ। କୋର୍ଟ -କଚେରୀ ବିଷୟରେ ନପଡ଼ିବାପାଇଁ ଉପଦେଶ।ପରିବାରରେ ସୁଖ-ଶାନ୍ତି ରହିବ।ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରିପାରିବେ।ଆକସ୍ମିକ ଧନଲାଭ ହେବ।
ମିଥୁନ👉ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।
କର୍କଟ👉ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀ ଗଣଙ୍କର କୃପାଦୃଷ୍ଟି ଆପଣଙ୍କପ୍ରଗତିର ମାର୍ଗ ଖୋଲିବ।ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି।ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ।ମଧ୍ୟାହ୍ନପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
ସିଂହ👉ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ।ଆର୍ଥିକଦୃଷ୍ଟିରୁ ଲାଭ ହେବ।
କନ୍ୟା👉ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ।ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ।ଈଷ୍ଟଦେବତା ଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।
ତୁଳା👉ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ।ସ୍ଵାସ୍ଥ୍ୟର ଧ୍ୟାନରଖିବେ।ଆକସ୍ମିକ ଖର୍ଚ୍ଚ ହୋଇପାରେ।
ବିଛା👉ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକକାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତକରିବେ।ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତିରହିବ।ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
ଧନୁ👉ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତାପ୍ରାପ୍ତ କରିପାରିବେ।ଘରର ବାତାବରଣରେ ସୁଖ-ଶାନ୍ତି ରହିବ।ବ୍ୟବସାୟରେ ସଫଳତାପ୍ରାପ୍ତ ହେବ।
ମକର👉ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ।ମଧ୍ୟାହ୍ନପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
କୁମ୍ଭ👉ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
ମୀନ👉ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।

ଠାକୁର ଘର….
ବାସ୍ତୁଶାସ୍ତ୍ର ଅନୁଯାୟୀ ଠାକୁର ଘର ଉତ୍ତର-ପୂର୍ବ ବା ଐଶାନ୍ୟ କୋଣରେ ହେବା ଶୁଭ ଅଟେ । ଏହାର କୌଣସି ବିକଳ୍ପ ନାହିଁ । ଯଦି ଏହି ଦିଗରେ ଠାକୁର ଘର କରିବାକୁ ବ୍ୟବସ୍ଥା ନାହିଁ ତେବେ ସାମାନ୍ୟ ଉତ୍ତର ବା ପୂର୍ବ ଦିଗକୁ କରି ହେବ । ଶୋଇବା ଘରେ ପୂଜା ଘର କରିବା ଉଚିତ ନୁହେଁ । ଯଦି ଠାକୁରଙ୍କୁ ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ମଣ୍ଡପ ବା ଆସ୍ଥାନ କରିବା ଉଚିତ ।
ପୂଜା ପରେ ଠାକୁରଙ୍କୁ ପରଦାରେ ଢାଙ୍କି ଦିଅନ୍ତୁ । ପୂଜା ଘରର କବାଟ ଉତ୍ତର-ପୂର୍ବ ଦିଗକୁ ରହିବା ଉଚିତ । କବର ଦୁଇ ଫାଳିଆ ହେବା ଉଚିତ । ପୂଜା ଘରର କବାଟ ଲୁହା, ଟିଣ, ଗ୍ରୀଲ ନ କରିବା ଉଚିତ । ସବୁବେଳେ କାଠର କବାଟ କରିବା ଉଚିତ । ପୂଜା ଘରର ବନ୍ଧା ୪ କାଠ ବିଶିଷ୍ଟ ହେବା ଆବଶ୍ୟକ । କାରଣ ଏହାକାଉ ଚଉକାଠ କୁହାଯାଏ ।
ଠାକୁର ଘରର କବାଟ ଆପେ ଆପେ ଖୋଲିବା ବା ବନ୍ଦ ହେବା କ୍ଷତିକାରକ ହୋଇଥାଏ । ଘରେ ମୂର୍ତ୍ତି ପୂଜାର ବ୍ୟବସ୍ଥା ନ କରି ଫୋଟୋ ପୂଜା କରିବା ଉଚିତ । ଯଦି ମୂର୍ତ୍ତି ପୂଜା କରାଯାଏ ତେବେ ୬ଆଙ୍ଗୁଳୀରୁ ଛୋଟହେବା ଉଚିତ ।ଘରେ ମାକାଳୀ,ମହାଦେବ, ନୃସିଙ୍ଘମୂର୍ତ୍ତି ନିଷେଧ କରାଯାଏ ।ଘରେ ବାହାରେ ଉତ୍ତର-ପୂର୍ବକୋଣରେ ମୂର୍ତ୍ତି ସ୍ଥାପନ କରାଯିବା ଉଚିତ ।
ଠାକୁରଙ୍କଫୋଟୋକୁ କାନ୍ଥକୁ ଲଗାଇବା ଅନୁଚିତ ।ପୂଜାଘରେ ଫୋଟୋ ବା ମୂର୍ତ୍ତି ଉତ୍ତର-ପୂର୍ବ କୋଣରେରଖିବା ଉଚିତ ।ପୂଜାଘରର କବତର ସାମନାରେ ଠାକୁରଫୋଟୋ ରଖିବା ଅନୁଚିତ ।ଠାକୁରଙ୍କ ବସିବାସ୍ଥାନକୁ ମାର୍ବଲ କରାଯିବା କିନ୍ତୁ ମେଜିଆ ମାର୍ବଲା କରିବା ଅନୁଚିତ । ଠାକୁରଙ୍କ ଫୋଟୋର ମୁହଁ ପଶ୍ଚିମାମୁହାଁ ହେବା ଉଚିତ ।
କେବଳ ମନ୍ଦିରରେ ଠାକୁରଙ୍କମୁହଁ ପୂର୍ବଦିଗକୁ ହେବା ଉଚିତ ।ଗୃହରେ ପୂଜାକରିବା ସମୟରେ ଡାହାଣପାଖରେ ଠାକୁରଙ୍କୁ ରଖିକି ବ୍ୟକ୍ତି ଉତ୍ତର ଦିଗକୁ ମୁହଁକରି ପୂଜା କରିବା ଉଚିତ ।ପୂଜାଘରେ ବ୍ୟାୟମ,ପ୍ରାଣାୟମ କରିବା ଅନୁଚିତ ।ହୋମକୁଣ୍ଡ ରଖିଲେ ସେହିଘରର ଦକ୍ଷିଣ-ପୂର୍ବ ଏହବା ଉଛି ।ପୂଜାଘରର ଛାତ ପିରାମିଡ ହେବା ଭଲ ।ପୂଜାଘରର ଆଲମାରି ଦକ୍ଷିଣ ବା ପଶ୍ଚିମକାନ୍ଥକୁ ଲଗାଇ ରଖିବା ଉଚିତ ।ଠାକୁରଘରେ ଟଙ୍କାପଇସା ରଖିବା ଅନୁଚିତ ।!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment