ଆଜିର ରାଶିଫଳ

ମଳକଣ୍ଟକ କଣ ଓ କାହିଁକି ହୁଏ ?

ସେପ୍ଟେମ୍ବରମାସ ୧୮ତାରିଖ ୨୦୨୪ମସିହା(ବୁଧବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣିମା ଦିବା ଘ୦୮/୨୨ ଗତେ ପ୍ରତିପଦ ,ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ୧୧/୫୧ଗତେ ଉତ୍ତରଭାଦ୍ର ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୩୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୪୦ ,ଯୋଗିନୀ ବାୟବ୍ୟେ ଦିବା ଘ୦୮/୨୨ ଗତେ ପୂର୍ବେ ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଅଦ୍ୟ ମୃତେ ଘ୧୧/୫୦ମଧ୍ୟେ ଏକପାଦ ଓ ରାତ୍ରି ଘ୦୨/୪୭ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୮/୪୧ ଗତେ ଘ୧୦/୧୨ମଧ୍ୟେ ,ବାରବେଳା – ଦିବା ଘ୧୧/୪୩ ଗତେ ଘ୦୧/୧୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୨୭ମଧ୍ୟେ ଓ ଘ୦୭/୧୫ଗତେ ଘ୦୮/୦୪ମଧ୍ୟେ ଓ ଘ୧୦/୨୭ଗତେ ଘ୧୧/୩୪ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଘ୦୬/୨୭ଗତେ ଘ୦୭/୧୪ମଧ୍ୟେ ଓ ଘ୦୧/୪୦ଗତେ ଘ୦୪/୦୪ ମଧ୍ୟେ ,ଅଦ୍ୟ ପାଣିକଖାରୁଭକ୍ଷଣ ନିଷେଧ ।
ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ।
ବୃଷ-ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି।
ମିଥୁନ-ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଅପ୍ରିୟସତ୍ୟ କହି ତିକ୍ତତା ସୃଷ୍ଟି କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ । ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ-ଆଜି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହୋଇପାରେ । ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦିତ ହୋଇପାରନ୍ତି। ମାଲିମକଦ୍ଦମା ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଉପୁଜିପାରେ। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସିଂହ-ବିଭିନ୍ନ ପ୍ରକାରର ଯୋଜନା କରିବା ସକାଶେ ଚିନ୍ତାକଲେ ମଧ୍ୟ ପ୍ରତିକୂଳ ପାରିପାର୍ଶ୍ୱିକ ସ୍ଥିତି ତାହା କରାଇଦେଇ ନ ପାରେ। ପୂର୍ବରୁ ରହିଥିବା ଋଣ ଭାରରେ ଅତିଷ୍ଠ ହେବେ ମାତ୍ର ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ। ସମସ୍ୟା ସରଳ ସମାଧାନ କରିବାରେ ସଫଳ ହେବେ।
କନ୍ୟା-ଆଜି ଦିନଟିରେ ଯାହା କିଛି ପାଇବାର ଆଶା କରିବେ ତାହା ପୂରଣ ହୋଇପାରିବ। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟିର କଥା ମନକୁ ବାଧିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।ଆଜି ଭ୍ରାତୃବିବାଦ କିମ୍ବା ଜମିଜମା ବିବାଦ ଦେଖାଦେଇପାରେ।
ତୁଳା-ସାମାନ୍ୟ ପ୍ରତିବନ୍ଧକ ମଧ୍ୟରେ ବନ୍ଧୁଙ୍କ ନିକଟରୁ ଆସାକରିଥିବା ଅର୍ଥପ୍ରାପ୍ତି ହେବ। ବିଭିନ୍ନ ପ୍ରକାରର ଚିନ୍ତା ଓ କଳ୍ପନା କରି କେବଳ ଭାବି ଭାବି ସମୟ କଟାଇବେ। ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନି। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବେ।
ବିଛା-ଆଜି ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। ନିଜ ପରିବାରର ସଦସ୍ୟମାନଙ୍କ ଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ପଡୋଶୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ଧନୁ-କୌଣସି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।ଅଫିସରେ ସହକର୍ମୀ ମାନଙ୍କ ସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସିରେ କଟିଯିବ। ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱର ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
ମକର-ଆଜି ଅସାବଧାନତା ହେତୁ ଦ୍ରବ୍ୟ ଓ ଧନ ହାନି ଘଟିପାରେ।ପ୍ରିୟ ବନ୍ଧୁଟିର ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଅହେତୁକ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ ।
କୁମ୍ଭ-ଆଜି ଧନହାନି, ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂତ୍ରପାତ ଘଟିପାରେ। ସାହିତ୍ୟ, ସାମ୍ବାଦିକତା,ଚଳଚ୍ଚିତ୍ର ଓ ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ନିଜଲୋକ ମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ମନକୁ ବେଶି ବାଧିବ।
ମୀନ-ଆଜି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରିବେ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ମଳକଣ୍ଟକ କଣ ଓ କାହିଁକି ହୁଏ ? କେମିତି ଭଲ ହେବ ……?
ଆଜିର ଲୋକମାନେ ନିଜର ବ୍ୟସ୍ତବିବ୍ରତ କର୍ମମୟ ଜୀବନଚର୍ଯ୍ୟା କାରଣରୁ ନିଜଶରୀରର ଠିକ୍ ଭାବେ ଯତ୍ନ ନେଇ ପାରୁନାହାନ୍ତି । ସେମାନଙ୍କ ଠାରେ ସମୟର ଘୋରଅଭାବ ପରିଲକ୍ଷିତହେଉଛି ।ଯଦ୍ୱାରା ନିଜର ଖାଦ୍ୟପେୟର ଠିକସମୟ ରହୁନାହିଁ ।ଫଳରେ ଆଧୁନିକମଣିଷମାନେ ବିଭିନ୍ନପ୍ରକାର ସ୍ୱାସ୍ଥ୍ୟଗତସମସ୍ୟା ଦେଇ ଗତିକରୁଛନ୍ତି ।ଏତଦ୍ବ୍ୟତୀତ ଅନେକସମୟରେ କିଛି ଛୋଟସମସ୍ୟା ଉପୁଜିଥିଲେ ସମସ୍ତେ ଏହାକୁ ଅଣଦେଖା କରନ୍ତି ।ଯାହା ପରବର୍ତ୍ତୀସମୟରେ ଏକ ବଡ଼ସମସ୍ୟା ରୂପେ ମୁଣ୍ଡଟେକିଥାଏ । ମନୁଷ୍ୟ ଏହାଦ୍ୱାରା ଅଧିକ କଷ୍ଟ ପାଇଥାଏ । ତେଣୁ ରୋଗ ଛୋଟହେଉ କି ବଡ଼ ନିଶ୍ଚିତଭାବରେ ଡାକ୍ତରଙ୍କସହ ପରାମର୍ଶ କରିବା ଉଚିତ । ମଳକଣ୍ଟକ ବା ଅର୍ଶରୋଗ ଏମିତି ଏକ ସମସ୍ୟା ଯାହା ଅନ୍ୟ କାହାକୁ ମଧ୍ୟ କହି ହୁଏନାହିଁ କିମ୍ଭା ନିଜେମଧ୍ୟ ସହ୍ୟକରି ହୁଏନାହିଁ ।
ଏହିରୋଗ ଏମିତି ଏକ ରୋଗ ଯାହାକୁ ଲୁଚାଇବା ଠିକ୍ ନୁହେଁ । ତେବେ ଅର୍ଶ ଓ ମଳକଣ୍ଟକ ହେଉଛି ମଳାଶୟ ଓ ମଳଦ୍ଵାରଗତ ରୋଗ । ମଳତ୍ୟାଗ ସମୟରେ ବା ପରେ ମଳଦ୍ଵାରରୁ ରକ୍ତ ନିର୍ଗତ ହୋଇଥାଏ ଏବଂ ମଳତ୍ୟାଗ ସମୟରେ ପ୍ରବଳକଷ୍ଟ ମଧ୍ୟ ହୁଏ । ତେବେ ମଳକଣ୍ଟକ ହେଉଛି ଏକ ପ୍ରକାରଘା’ ।ମଳକଣ୍ଟକ ହେଲେ ମଳତ୍ୟାଗ ବେଳେ କଷ୍ଟ ଅନୁଭବ ହୁଏ ଓ ରକ୍ତ ବି ପଡ଼ିଥାଏ । ଅର୍ଶ ହେଉଛି ମଳତ୍ୟାଗ ବେଳେ କୌଣସି କଷ୍ଟ ଅନୁଭବ ହୁଏନାହିଁ କିନ୍ତୁ ଅଧିକ ପରିମାଣରେରକ୍ତ ନିର୍ଗତ ହୋଇଥାଏ ।ମଳକଣ୍ଟକ ଦୁଇପ୍ରକାର । କିଛିଦିନ ଧରି ହୋଇଥିବା ଘା’ ଓ ଅନେକଦିନରୁ ଶୁଖିଯାଇଥିବା ଘା’ । ତେବେ ମଳକଣ୍ଟକ ହେବାର ପ୍ରଥମକାରଣ ହେଉଛି ପାଣି ନପିଇବା ।
ଅନେକଲୋକ ଅଛନ୍ତି ଦିନଯାକ ପାଣି ପିଅନ୍ତିନାହିଁ । ମଳକଣ୍ଟର ଆଉଏକ କାରଣ ହେଉଛି ମାଂସ, ମସଲାଜାତୀୟଖାଦ୍ୟ ଅଧିକ ଖାଇବା ଦ୍ୱାରା ମଳଦ୍ୱାର ସଙ୍କୁଚିତହୋଇ ମଳଦ୍ୱାରରେ ଘା’ ସୃଷ୍ଟିହୁଏ । ମଳଦ୍ୱାରରେ କଠିନଝାଡ଼ା ହେଲେ ଆଘାତହୋଇ ସେଠାରେ ଘାସୃଷ୍ଟି ହୋଇଥାଏ । ଘା ହେଉଛି ମଳକଣ୍ଟକର ଆରମ୍ଭ । ମଳକଣ୍ଟକଯୋଗୁଁ ଅର୍ଶ ହୋଇଥାଏ ।ତେବେ ମଳତ୍ୟାଗସମୟରେ କିମ୍ବା ପରେ କଷ୍ଟହେବା, ମଳରେ ରକ୍ତ ପଡିବା, ମଳ ତ୍ୟାଗ ପାଇଁ ଅଧିକ କୁନ୍ଥାଇବାକୁ ପଡିବା ଆଦି ଏହି ସବୁ ରୋଗର ଲକ୍ଷଣ ଅଟେ ।ତେବେ ମଳକଣ୍ଟକକୁ ଯଦି ଆରମ୍ଭରୁ ଚିକିତ୍ସା ନକରାଯାଏ ତେବେ ଏହା ସମୟ ସହିତ ବଢେ ଓ ଅର୍ଶ କିମ୍ବା ଭଗନ୍ଦରରେ ପରିଣତ ହୋଇଯାଏ । ଏହାକୁ ଅନେକବର୍ଷ ଧରି ଚିକିତ୍ସା ନକରି ଛାଡିଦେବା ଦ୍ଵାରା ଏହା କ୍ୟାନ୍ସରରେ ପରିଣତହେବାର ସମ୍ଭାବନା ମଧ୍ୟ ରହିଥାଏ ।ସେଥିପାଇଁ ଆରମ୍ଭରୁ ହିଁ ଡାକ୍ତରଙ୍କ ପରାମର୍ଶ କରି ଆବଶýକୀୟ ଔଷଧ ଖାଇବା ବା ଚିକିତ୍ସା କରିବା ଜରୁରୀ ଅଟେ ।
ଆଉ ଯଦି ଏହା ଅର୍ଶ କିମ୍ବା ଭଗନ୍ଦର ହୋଇଛି ତେବେ ଡାକ୍ତରଙ୍କ ପରାମର୍ଶରେ ତୁରନ୍ତ ସର୍ଜରୀ କରିବା ଆବଶ୍ୟକ ରହିଛ । ଏହାକୁ ଚିକିତ୍ସା ନକରି ଛାଡିଦେବା ଖୁବ ଯନ୍ତ୍ରଣା ଦାୟକ ଅଟେ । ସେଥିପାଇଁ ସର୍ଜରୀ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ନିହାତି ଆବଶ୍ୟକ ଅଟେ । ଏହାର ନିରାକରଣ ପାଇଁ ପାଇଁ ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଯେପରି ଅତିକମରେ ଦିନକୁ ଦେଢରୁ ଦୁଇ ଲିଟର ଆପଣ ପରିସ୍ରା ଯିବେ ।ତେବେ ଅଧିକ ଫଳମୁଳ ଖାଇବା ସହ ସବୁଜ ପନିପରିବା ଖାଆନ୍ତୁ ଓ ତେଲମସଲା ଯୁକ୍ତ ଖାଦ୍ୟ ନିୟନ୍ତ୍ରଣ କରନ୍ତୁ । ଫଳମୂଳ ଓ ସବୁଜ ପନିପରିବା ଜାତୀୟ ଖାଦ୍ୟ ଶରୀରକୁ ଆବଶ୍ୟକ ପରିମାଣର ଜଳୀୟ ଅଂଶ ଯୋଗାଇଥାଏ ତତ୍ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ପୋଷକ ମଧ୍ୟ ପ୍ରଦାନ କରଥାଏ । ଏତଦବ୍ୟତୀତ ଏହି ରୋଗରୁ ମୁକ୍ତି ପାଇବା ପାଇଁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Comments (0)
Add Comment