ଜୁଲାଇମାସ ୦୯ତାରିଖ ୨୦୨୫ମସିହା (ବୁଧବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୧/୪୯ ଗତେ ପୂର୍ଣ୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୨୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୨୦,
ଯୋଗିନୀ ପଶ୍ଚିମେ ରାତ୍ରି ଘ୦୧/୪୯ ଗତେ ଐଶାନ୍ୟେ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୩୬ଗତେ ଘ୧୦/୧୫ମଧ୍ୟେ,ବାରବେଳା-ଦିବା ଘ୧୧/୫୧ ଗତେ ଘ୦୧/୩୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/ ୫୨ ଗତେଘ୦୮/୩୫ମଧ୍ୟେ ଓ ଘ୦୧/୫୬ଗତେ ଘ୦୫/୨୬ ମଧ୍ୟେ ଓ ରାତ୍ରି ଘ୧୦/୦୫ ଗତେ ଘ୧୨/୧୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ବିରି ଭକ୍ଷଣ ନିଷେଧ।
ମେଷ :-ଆଜି ଯାହାହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେନାହିଁ ।ପରିସ୍ଥିତି ଯେମିତିହେଉ ମଧ୍ୟ ଆପଣ କଳିଠାରୁ ଦୂରେଇରୁହନ୍ତୁ । ଆପଣ ନିଜକୁ ଶାନ୍ତରଖିବାକୁ ଚ଼େଷ୍ଟାକରନ୍ତୁ ।ଦେବ ଦର୍ଶନର ସୁଯୋଗ ମିଳିବ।
ବୃଷ :-ଆଜି ନିଜଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗ ରହିଛି ।ଏହା ଆପଣଙ୍କୁ ହଠାତ୍ ଖୁସିଆଣିଦେବ ଆପଣଙ୍କର ପୁରୁଣାବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତରଅଟନ୍ତି ।ଆକସ୍ମିକ ବିପଦ ହେତୁ ସତର୍କ ରୁହନ୍ତୁ।
ମିଥୁନ :-ଆଜି ଆପଣ ଜାଣିବାକୁ ପାଇବେଯେ, ସତ୍ତାରେ ଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ଅଛି ।ଏଥିରୁ କେହିଲୋକ ଆପଣଙ୍କର ସାହାଯ୍ୟପାଇଁ ଆଗେଇଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ :-ଯଦି ଆପଣଙ୍କୁ ଏମିତି ଲାଗେଯେ, ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟକରିବାକୁ ଆଗେଇ ଆସିବେ। ସାହାଯ୍ୟପାଇଁ ଆପଣ ସେମାନଙ୍କଉପରେ ନିର୍ଭର କରିପାରିବେ ।
ସିଂହ :-ଆଜି ଆପଣଙ୍କର ଭ୍ରମଣକରିବା ସମ୍ଭାବନା ଅଛି ।କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା :-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କରମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନହୁଏ ତେବେ ଆପଣ ନିଜପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା :-ଦିନଟି କ୍ଳେଶଦାୟକ।ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ ।କୌଣସି ଜଣେ ଅନୁଭବିଓକିଲଙ୍କ ପରାମର୍ଶ ନିଅନ୍ତୁ ।ଚ଼ିନ୍ତାର କୌଣସି କାରଣନାହିଁ, କାହିଁକିନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା :-ଆଜି ଆପଣନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ ।ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେମଧ୍ୟ ଆପଣ ଜଡ଼ିତ ହୋଇ ଯାଇଛନ୍ତି ।ଗୁରୁଗୁରୁଜନଙ୍କ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ :-ଆଜିରଦିନ ନିଜପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭଦିନ ଅଟେ ।ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗନେବେ ।ଆଜି ଆପଣ କୌଣସି ପାରିବାରିକଉତ୍ସବରେ ମଧ୍ୟ ଭାଗ ନେବେ ।
ମକର :-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ ।ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକଭାବନା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତିକ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥାବ୍ୟୟ ହେବ।କଣ୍ଟା ବା ମୁନିଆବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ :-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି ।ଏହା କୌଣସି ଉପହାର,କୌଣସି ମୂଲ୍ୟବାନବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ:-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ ।ଆଜି ସବୁକିଛି ଆପଣଙ୍କର ଇଚ୍ଛାଅନୁସାରେ ହିଁ ହେବ ।ଆପଣଙ୍କୁଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟଯୋଗୁଁ ହେଉଛି ।ଏହି ସୁଯୋଗର ସମ୍ପୁର୍ଣ୍ଣରୂପେ ଲାଭଉଠାନ୍ତୁ !!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!