ଆଜିର ରାଶିଫଳ

ଜୁନମାସ ୦୧ତାରିଖ ୨୦୨୫ମସିହା (ରବିବାର)ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା, ଶ୍ରୀକାଳେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ବାଣଯାତ୍ରା,ସ୍କଦ୍ଦ ଓ ଆରଣ୍ୟକ ଷଷ୍ଠୀ ,ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୦୭/୫୬ଗତେ ସପ୍ତମୀ ,ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୧୦/୧୨ ଗତେ ମଘା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୩୦ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୪୦ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୫୬ ଗତେ ବାୟବ୍ୟେ ,ମେଷରାଶିର ଘାତବାର ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୁତେ ଏକପାଦ ଓ ରାତ୍ରି ଘ୦୭/୫୫ଗତେ ଦ୍ଵୀପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା- ଦିବା ଘ୧୦/୦୦ ଗତେ ଘ୦୧/୧୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୪୬ ଗତେ ଘ୦୯/୧୧ମଧ୍ୟେ ଓ ରାତ୍ରି ଘ୦୬/୨୬ ଗତେ ଘ୦୭/୪୩ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୦ଗତେ ଘ୦୪/୨୬ ମଧ୍ୟେ ,ଅଦ୍ୟ ନିମ୍ବ ଭକ୍ଷଣ ନିଷେଧା
ମେଷ:-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ।ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମଭୋଜନ କରିବାର ସୁଯୋଗ ମିଳିବ।ଛୋଟ ଯାତ୍ରାର ଆୟୋଜନ ହୋଇପାରେ।ସ୍ଵାସ୍ଥ୍ୟ ଭଲରହିବ।ସ୍ନେହୀଜନମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।
ବୃଷ:-ଆଜି ଆପଣଙ୍କ ଅଧୂରା କାର୍ୟ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ୟ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲରହିବ।ଆର୍ଥିକଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ।ତେଣୁ ସାବଧାନ ରହିବାଆବଶ୍ୟକ ଅଟେ।
ମିଥୁନ:-ଦିନର ଆରମ୍ଭ ଚିନ୍ତାଏବଂ ଉଦ୍ଵେଗ ସହିତହେବ।ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ।ଆକସ୍ମିକଧନ ଖର୍ଚ୍ଚ ହୋଇପାରେ।ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।
କର୍କଟ:-ନକାରାତ୍ମକ ବିଚାର ହତାଶା ସୃଷ୍ଟିକରିବ।ଶାରୀରିକ ଏବଂ ମାନସିକରୂପରେ ଅସୁସ୍ଥତା ଅନୁଭବ କରିବେ।ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ।ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।
ସିଂହ:- ଆଜି ବିନା ଭାବି ବିଚାରି କୌଣସି କାର୍ୟ୍ୟ କରନ୍ତୁନାହିଁ।କାର୍ୟ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରିପାରିବେ।ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲସମ୍ବନ୍ଧ ରହିବ। ଆର୍ଥିକଲାଭ ମଧ୍ୟ ହେବ।
କନ୍ୟା:-ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହାସହିତ ମନମାଳିନ୍ୟ କରାଇପାରେ।ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସନିର୍ଣ୍ଣୟ ନେବାକୁ ଦେବନାହିଁ।ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବାପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।
ତୁଳା:-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ।କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ।ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ।ଆର୍ଥିକଲାଭ ହେବ।ଶୁଭସମାଚାର ପ୍ରାପ୍ତ ହେବ।
ବିଛା:-ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ।ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହକାରଣରୁ ମନଦୁଃଖୀ ହେବ।କୋର୍ଟ;-କଚେରୀ ମାମଲାରେ ସାବଧାନରହିବେ। ଅଧିକଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।
ଧନୁ:-ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି।ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ରଲାଭ ହେବ।ବୈବାହିକ ସମସ୍ୟାର ସମାଧାନ ହେବ।
ମକର:-ଆପଣଙ୍କ ପ୍ରତ୍ୟେକକାର୍ୟ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟକ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ୟ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।
କୁମ୍ଭ:-ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ।ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନପୂର୍ବକ କାର୍ୟ୍ୟ କରନ୍ତୁ।ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ।ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳହେବେ।
ମୀନ:-ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ।ବାଣୀ ତଥା ବ୍ୟବହାରଉପରେ ନିୟନ୍ତ୍ରଣରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ।ଅଚାନକ ଧନଲାଭ ହେବ।ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ!!ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା!!

 

Comments (0)
Add Comment