ଆଜିରରାଶିଫଳ

କାହିଁକି ପାଳନକରାଯାଏ ରାମନବମୀ

୨୦୨୪ମସିହା ଅପ୍ରେଲମାସ ୧୧ତାରିଖ ଗୁରୁବାର।ମତ୍ସ୍ୟାବତାର ଜୟନ୍ତୀ। ,ସୁର୍ଯ୍ୟୋଦୟ- ଘ୫/୩୫/୨୮ ,ସୂର୍ଯ୍ୟାସ୍ତ- ଘ୬/୦/୨୨ ,ଚୈତ୍ର ମାସ ,ଶୁକ୍ଳ ପକ୍ଷ ,ବୃହସ୍ପତି ବାସ ,ତିଥି- ତୃତୀୟା ଦିବା ଘ୨/୫୧ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ। ,ନକ୍ଷତ୍ର- କୃତ୍ତିକା ନକ୍ଷତ୍ର ରାତ୍ରି ଘ୧/୫୫ମି ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୨/୫୧ମି ପରେ ନୈର୍ଋତକୋଣରେ। ରିକ୍ତାତିଥି , ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ଦିବା ଘ୨/୫୧ମି ମଧ୍ୟେଯାତ୍ରା ଶୁଭ। ଅଗ୍ନିକୋଣ, ପୂର୍ବଦିଗ ଏବଂ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ମେଷରାଶିର ଏବଂ ଦିବା ଘ୯/୪ମି ପରେ ବିଛ ରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଏବଂ ଚତୁର୍ଥୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ, ଦିବା ଘ୨/୫୧ମି ପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା- (କାଳ ଓ ବାରବେଳା) ଦିବା ଘ୨/୫୬ମି ରୁ ସୂର୍ଯ୍ୟାସ୍ତ ଘ୬/୦ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧୧/୪୬ମି ରୁ ଘ୧/୯ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ରାତ୍ରି ଘ୧/୧୪ମି ରୁ ଘ୩/୩୮ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା- ପ୍ରାତଃ ରୁ ଦିବା ଘ୭/୧୦ମି ପର୍ଯ୍ୟନ୍ତ, ଘ୧୦/୨୨ମି ରୁ ଘ୧୨/୪୬ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ରାତ୍ରି ଘ୧/୫୫ମି ମଧ୍ୟେ ୧ପାଦନକ୍ଷତ୍ର ପୁଷ୍କର ଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳ ସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୧/୫୫ମି ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା। ରଜଶ୍ଚକ୍ରେ ଶ୍ରୀମତୀ। ଶାନ୍ତି କରଣୀୟ। ଘୃତକାଂସ୍ୟପାତ୍ର , ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ। ଦିବା ଘ୨/୫୧ମି ଗତେ ତିଥି ଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)। ଶୁଭକର୍ମ- ସୂର୍ଯ୍ୟୋଦୟ ରୁ ଦିବା ଘ୨/୫୧ମି ମଧ୍ୟେ ୩ ନକ୍ଷତ୍ରେ ଉଗ୍ରଦେବତା ପ୍ରତିଷ୍ଠା, ନୌକାଚାଳନ, ବିଦ୍ୟାରମ୍ଭ, ଔଷଧକରଣ ଓ ସେବନ, ବାଣିଜ୍ୟ କରଣ, ଅନ୍ନପ୍ରାଶନ।
🐏ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ ଧନରେ ସୁଖୀ ହେବେ।
🐮
ବୃଷ-ଅର୍ଥ ପ୍ରାପ୍ତି ପାଇଁ ଆଶାବାଦୀ ହେବେ। ବିତ୍ତ ପ୍ରାପ୍ତିର ସୂଚନା ମିଳୁଛି। ବିଳାସ-ବ୍ୟସନ ଠାରୁ ଦୂରେଇ ରହିବେ। ଅଧିକ ସୁଖଭୋଗ କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ। ଜନସାଧାରଣ ଓ ବିଭାଗର ପ୍ରିୟପାତ୍ର ହେବେ।
👩❤️👨ମିଥୁନ-ପରିଶ୍ରମର ଉଚିତ ମୂଲ୍ୟ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ବିନୀତ ସ୍ୱଭାବର ହୋଇପାରନ୍ତି। ଚେତନଶୀଳ ହେବେ।
🦀କର୍କଟ-ସଙ୍କଟରେ ପଡିଲେ ବି ମୁକାବିଲା କରି କୃତକାର୍ଯ୍ୟ ହେବେ। ଏ ନେଇ ଅଧିକ ବ୍ୟୟ ହୋଇପାରେ। ଧର୍ମପ୍ରିୟ ହେବେ। ହାସ୍ୟଯୁକ୍ତ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳ ଚେଷ୍ଟିତ ହେବେ।
🦁
ସିଂହ-ଗୁରୁଜନ ତଥା ପିତା, ମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମନୋଜ୍ଞ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସମୃଦ୍ଧିର ସୋପାନ ଉଠିପାରନ୍ତି। ବହୁ ମିତ୍ର ଓ ସୌହୃଦଙ୍କ ସାନ୍ନିଧ୍ୟ ମିଳିବ।
🙎♀️କନ୍ୟା-ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। କର୍ମ ଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ଉତ୍ତମ ଗୁଣର ଆଧାର ହେବେ।
⚖️ତୁଳା-ଜିତେନ୍ଦ୍ରିୟ ହୋଇପାରନ୍ତି। ବହୁ ସୁଖ ଭୋଗ କରିବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସରକାରଙ୍କ ପ୍ରିୟପାତ୍ର ହେବେ। ନିଜ ବନ୍ଧୁବାନ୍ଧବଙ୍କ ସେବାରେ ନିୟୋଜିତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବ୍ୟକ୍ତି ବିଶେଷରେ ପରିଗଣିତ ହେବେ।
🦂ବିଛା-କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କୃଷିକ୍ଷେତ୍ରରୁ ଲାଭ ମିଳିବ। ବିଳାସ-ବ୍ୟସନ କରିବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଧନଭୋଗ ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି|
🏹ଧନୁ-ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଲାଭ ହେବ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ସନ୍ମା ର୍ଗୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବନ୍ଧୁବର୍ଗ ଓ ପ୍ରିୟ ଜନଙ୍କ ସହାୟତା ପାଇବେ। ଅବିବାହିତମାନଙ୍କୁ ମନୋରମା କନ୍ୟା ମିଳିବ।
🐊ମକର-ଅଟକି ଥିବା କାର୍ଯ୍ୟ ଆଗେଇବେ। ବନ୍ଧୁ ସୁଖ ପାଇ ଉତ୍ଫୁହଲ୍ଲିତ ହେବେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ତତ୍ପରତା ଧିମେଇ ଯାଇପାରେ। ବହୁଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ।
🏺କୁମ୍ଭ- ଦେବ-ଗୁର-ଗୁରୁଜନଙ୍କୁ ଭକ୍ତି କରିବେ। ଗରିମାମୟ ଜୀବନ ଯାପନ କରିବେ। ତେଜିୟାନ୍‍ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ନାନା ସୁନ୍ଦର ବସ୍ତୁ ଲାଭର ସୁଯୋଗ ସୃଷ୍ଟି ହୋଇଛି। ନିଜ ବୁଦ୍ଧିବଳରେ ସମସ୍ତଙ୍କୁ ପରାମର୍ଶ ଦେବେ।
🐟ମୀନ-ଠାକୁର ଆଶୀର୍ବାଦ ପାଇ ଆଶ୍ୱସ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସର୍ବଦା ସତ୍ପରଥ ଅନୁସରଣ କରିବେ। କଥା-ବାର୍ତ୍ତାରେ ଶାଳୀନତା ରକ୍ଷା କରିବେ। ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। କୃଷି କାର୍ଯ୍ୟରେ ମନଦେବେ।ନବରାତ୍ରୀ ଏବଂ ନବଦୁର୍ଗା

ନବଦିନବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତିସ୍ୱରୂପିଣୀ ମାଦୁର୍ଗାଙ୍କୁ ବିଭିନ୍ନରୂପରେ ପୂଜା କରାଯାଏ । ଏହି ନବରାତ୍ରିର ପ୍ରଥମତିନିଦିନରେ ମାଙ୍କୁ ଦୁଷ୍ଟବିନାଶିନୀ ଦୁର୍ଗା ତଥା କାଳୀରୂପରେ ପୂଜା କରାଯାଏ ।ମଝିତିନିଦିନରେ ମାଙ୍କୁ ଧନଧାନ୍ୟ ତଥା ସମ୍ପଦରଦେବୀ ଲକ୍ଷ୍ମୀଙ୍କରୂପରେ ପୂଜା କରାଯାଏ ।ସେହିପରି ଶେଷ ତିନିଦିନରେ ମାବିଦ୍ୟାଦାତ୍ରୀ ସରସ୍ୱତୀଭାବେ ପୂଜା କରାଯାଏ ।ନବରାତ୍ରିର ଶେଷଦିନରେ ବିଜୟାଦଶମୀ ପାଳିତ ହୋଇଥାଏ ।ହିନ୍ଦୁପରମ୍ପରା ଅନୁଯାୟୀ ବର୍ଷରେପାଞ୍ଚଥର (ପୌଷ,ମାଘ,ଚୈତ୍ର,ଆଷାଢ଼ ଓ ଆଶ୍ଵିନ) ନବରାତ୍ର ପାଳନ କରାଯାଉଥିଲେ ମଧ୍ୟ ଶରତଋତୁରେ ପାଳିତହେଉଥିବା (ଆଶ୍ୱିନମାସ ଶୁକ୍ଳପକ୍ଷ ପ୍ରତିପଦତିଥିରୁ ନବମୀପର୍ଯ୍ୟନ୍ତ )ନବରାତ୍ର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।ଏହାକୁ ମହାନବରାତ୍ର ବୋଲି କହାଯାଇଥାଏ ।
ନବଦୁର୍ଗା:-ଆଦିଶକ୍ତିର ପ୍ରଥମସ୍ଵରୂପା ଶୈଳପୁତ୍ରୀ, ବ୍ରହ୍ମଚାରିଣୀସ୍ଵରୂପରେ ନବରାତ୍ରର ଦ୍ଵିତୀୟଦିବସରେ ମାତାଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି।
ଚନ୍ଦ୍ରଘଣ୍ଟା:- ତୃତୀୟଦିବସରେ ଦେବୀଙ୍କ ଉଗ୍ରରୂପକୁ ପୁଜାକରାଯାଇଥାଏ ।ଦେବୀଦଶଭୂଜା ଓ ବ୍ୟାଘ୍ର,ସିଂହଉପରେ ବିରାଜମାନ କରିଥାନ୍ତି ।ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତାଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ।

କାହିଁକି ପାଳନକରାଯାଏ ରାମନବମୀ
ହିନ୍ଦୁଧର୍ମ ବିଶ୍ୱାସ ଅନୁଯାୟୀ ଭଗବାନରାମ ବିଷ୍ଣୁଙ୍କ ସପ୍ତମଅବତାର ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ ଉଲ୍ଲେଖ କରାଯାଇଛିଯେ ତ୍ରେତୟାଯୁଗରେ ପୃଥିବୀରେ ଅସୁରମାନଙ୍କର ଉତ୍ପାତ ବଢିବାରେ ଲାଗିଥିଲା ।ଅସୁରମାନେ ଋଷିମୁନୀମାନଙ୍କର ଯଜ୍ଞଭାଙ୍ଗ କରୁଥିଲେ ।ପୃଥିବୀରେ ଅସୁରଙ୍କ ବିନାସପାଇଁ ଭଗବାନବିଷ୍ଣୁ ଶ୍ରୀରାମ ଅବତାରରେ ଅବତାରିତହୋଇଥିଲେ ।ଧର୍ମପ୍ରତିଷ୍ଠା କରିବାପାଇଁ ଭଗବାନଶ୍ରୀରାମ ତାଙ୍କ ଜୀବନସାରା ବହୁକଷ୍ଟ ସହିଥିଲେ ଏବଂ ନିଜକୁଜଣେ ଆଦର୍ଶପୁରୁଷ ଭାବେ ପ୍ରତିଷ୍ଠିତ କରିଥିଲେ ।ତାଙ୍କୁ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମ କୁହାଯାଏ ।ସବୁଠାରୁ କଠିନପରିସ୍ଥିତିରେ, ଶ୍ରୀରାମ ଧର୍ମତ୍ୟାଗ କରିନଥିଲେ ।ଏହି ସମସ୍ତଗୁଣ ହେତୁ ସେ ଶ୍ରେଷ୍ଠବ୍ୟକ୍ତିଙ୍କ ନାମପାଇଲେ ଏବଂ ତାଙ୍କୁ  ମର୍ଯ୍ୟାଦାପୁରୁଷୋତ୍ତମ କୁହାଗଲା ।
ରାମନବମୀପାଳନ-ଯେଉଁମାନେ ହିନ୍ଦୁଧର୍ମରେ ବିଶ୍ୱାସକରନ୍ତି ସେମାନଙ୍କପାଇଁ ରାମନବମୀର ମହତ୍ୱ ରହିଛି ।ଭକ୍ତମାନେ ରାମନବମୀ ଦିନ ଭଗବାନରାମଙ୍କୁ ବିଶେଷ ପ୍ରାର୍ଥନାକରନ୍ତି ।ଭଗବାନରାମଙ୍କ ମନ୍ଦିରଗୁଡିକ ବହୁତ ଭଲଭାବରେ ସଜାଯାଇଛି ଏବଂ ଭଗବାନରାମଙ୍କ ସହ ଦେବୀସୀତା ଏବଂ ଲକ୍ଷ୍ମଣଙ୍କମୂର୍ତ୍ତି ମଧ୍ୟ ସଜାଯାଇଛି ।ରାମନବମୀ ସାରାଦେଶରେ ପାଳନକରାଯାଏ, କିନ୍ତୁ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଏହିଦିନ ସ୍ୱତନ୍ତ୍ର ଭାବେ ସଜାଯାଏ , ଏଠାରେ ଏକ ମେଳାର ଆୟୋଜନ କରାଯାଏ, ଯେଉଁଥିରେ ଦୂରଦୂରାନ୍ତରୁ ଭକ୍ତ ଏବଂ ତତ୍ପରତା ପ୍ରକାଶକରି ରାମ ଜନ୍ମଭୂମି ପରିଦର୍ଶନ କରନ୍ତି ।ଲୋକମାନେ ବିଶେଷ ଭାବରେ ରାମନବମୀଦିନ ଘରେ ଉପବାସ କରନ୍ତି ।ଲୋକମାନେ ସ୍ଥାନୀୟମନ୍ଦିରରେ ଏକାଠିହୁଅନ୍ତି ଏବଂ ରାତିରେ ଭଜନକୀର୍ତ୍ତନ କରନ୍ତି!!ଜୟ ଜଗନ୍ନାଥ, ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment