ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୨୨ତାରିଖ ସୋମବାର।ଶ୍ରୀବିଷ୍ଣୁ ଦମନକ ଓ ଶିବଦମନକ ଯାତ୍ରା, ଦୟଣାବେଢ଼ା,ମାୟାମୃଗ ପ୍ରସ୍ତାବ, ସୀତାଚୋରୀ, ହିଙ୍ଗୁଳା ଯାତ୍ରା,ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢାପରିକ୍ରମା।ସୁର୍ଯ୍ୟୋଦୟ- ଘ୫/୨୭/୨୦ ,ସୂର୍ଯ୍ୟାସ୍ତ- ଘ୬/୩/୧୪ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଚନ୍ଦ୍ରବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୩/୨୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୩/୨୧ମିପରେ ବାୟବ୍ୟକୋଣରେ। ରିକ୍ତାତିଥି ଓ ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର-ବୃଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବିରି ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୬/୪୯ମି ରୁ ଘ୯/୧ମି ମଧ୍ୟେ।ବାରବେଳା ଦିବା ଘ୩/୦ମି ରୁ ଘ୪/୪୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/୧୧ମି ରୁ ଘ୧୧/୪୪ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ)ପ୍ରାତଃ ରୁ ଦିବା ଘ୭/୧ମି ମଧ୍ୟେ, ଘ୧୦/୧୨ମି ରୁ ଘ୧୨/୩୬ମି ମଧ୍ୟେ, ସନ୍ଧ୍ୟା ଘ୬/୫୩ମି ରୁ ରାତ୍ରି ଘ୯/୧୭ମି ମଧ୍ୟେ, ଘ୧୧/୪୧ମି ରୁ ଘ୨/୫୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୩/୦ମି ରୁ ଘ୪/ ୩୬ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ସୁଭଗା,ଶୁଭ।ରାତ୍ରି ଘ୮/୩୬ମି ପରେ ଭିକ୍ଷାସିନୀ ମତାନ୍ତରେ ବିପୁତ୍ରା ଶାନ୍ତିକରଣୀୟ।
ମେଷ-ଆଜି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବବଢିବ ।ଆର୍ଥିକସ୍ଥିତି ମଜଭୁତ ହେବ।ଭ୍ରମଣରେ ବୁଲି ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତକରିବେ।ଲେଖକଙ୍କୁ ପୁରସ୍କାର ମିଳିପାରେ ।ପାରିବାରିକ ଜୀବନ ସୁଖମୟ ହେବ ।
ବୃଷ-ଅଧିକ ଚିନ୍ତିତ ରହିବେ। ତେଣୁ ଅସୁସ୍ଥ ବି ଅନୁଭବ କରିପାରନ୍ତି। ନୂଆକାର୍ଯ୍ୟ ଆରମ୍ଭ ନକଲେଭଲ। କଥାଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଇବାପିଇବାପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟିକ କାର୍ଯ୍ୟରେ ବାଧା ଉପୁଜିପାରେ।
ମିଥୁନ-ମନୋରଞ୍ଜନରେ ଅଧିକସମୟ କାଟିବେ। ସୁସ୍ୱାଦୁ ଭୋଜନ ଖାଇବେ। ଆୟଅପେକ୍ଷା ବ୍ୟୟ ଅଧିକ ହେବ। କୌଣସି ପ୍ରସଙ୍ଗକୁ ନେଇ ଭାବୁକ ହେବେ।
କର୍କଟ-ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦିନ ।କୌଣସି ନୂଆ ବିଚାରକୁ କାର୍ଯ୍ୟରେ ପରିଣତ କରିବେ । ଆପଣଙ୍କ ସହିତ ମିଶିବା ଲୋକେ ପ୍ରଭାବିତ ହେବେ । ନୂଆ ଜମି କିଣିବା ପାଇଁ ଦିନଟି ଭଲ ।ପରିବାରରେ କୌଣସି ନୂଆ ଦାୟିତ୍ଵ ମିଳିପାରେ ।ସମାଜରେ ସମ୍ମାନ ଓ ପ୍ରତିଷ୍ଠା ବଢିବ ।
ସିଂହ-ଆଜି ଆପଣଙ୍କ ଦିନଟି ଶୁଭମୟ ରହିବ ।ଜୀବନସାଥୀଙ୍କ ସହଯୋଗ ମିଳିବ ।ଉନ୍ନତିର ନୂଆ ରାସ୍ତା ଖୋଲିବ ।କର୍ମକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହୋଇପାରେ ।ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ ।ଅଚାନକ ଆର୍ଥିକଲାଭର ସୁଯୋଗ ରହିଛି ।
କନ୍ୟା-ଫୂର୍ତ୍ତି ଅନୁଭବ କରିବେ।କାମକରିବାକୁ ଉତ୍ସାହବଢ଼ିବ।କାହାଦ୍ୱାରା ଅପମାନିତ ହୋଇପାରନ୍ତି। ତେଣୁ ଟିକେ ସତର୍କ ରହିଲେ ଭଲ। ଧନହାନି ଆଶଙ୍କା ରହିଛି।
ତୁଳା-ନୂଆକାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଦିନଟି ଭଲ ଅଛି। ପ୍ରିୟଜନଙ୍କ ସହିତ ଭେଟ ହେବ। ଭାଗ୍ୟବୃଦ୍ଧି ହେବ।ମାନ-ସମ୍ମାନ ପାଇବେ।
ବିଛା-ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅତ୍ୟଧିକ କାର୍ଯ୍ୟ ହେତୁ ଥକି ଯିବେ। ଭାଇଭଉଣୀ ଓ ଜୀବନସାଥୀଙ୍କ ସହଯୋଗ ମିଳିବ।
ଧନୁ-ଆଜି ଆପଣ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଯୋଗୁଁ ଅନେକକାର୍ଯ୍ୟ ଖୁସିରେ ସମାପ୍ତ କରିବେ ।ଲକ୍ଷ୍ୟକୁ ନେଇ ଯାତ୍ରା ପୂରା କରିବାରେ ସଫଳ ହେବେ ।ଆପଣଙ୍କ ବିନମ୍ରବ୍ୟବହାର ଲୋକଙ୍କୁ ଆକର୍ଷିତକରିବ ।ବ୍ୟବସାୟରୁ ମନଚାହୁଁଥିବା ସଫଳତା ଓ ଲାଭପାଇବେ ।ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ ।
ମକର-ଆଜି ଆପଣଙ୍କଭାଗ୍ୟ ଉଜ୍ଜ୍ଵଳରହିବ ।ଯାହାକାମ କରିବେ, ଆପଣଙ୍କୁ ସଫଳତାମିଳିବ ।ସାଙ୍ଗସାଥୀଙ୍କଠାରୁ ଭଲଖବର ପାଇବେ ।ନୂଆଗାଡି କିଣିବା ପାଇଁ ମନ ବଳାଇପାରନ୍ତି ।ଜୀବନସାଥୀଙ୍କ ଠାରୁ ଖୁସି ପାଇବେ ।
କୁମ୍ଭ-ଆଜି ଆପଣଙ୍କ ଭାଗ୍ୟରେ ବହୁତ ସୁଖଦ ଓ ମଧୁର ବାତାବରଣରହିବ ।ଆଧ୍ୟାତ୍ମିକକାର୍ଯ୍ୟରେ ଅର୍ଥ ଖର୍ଚ୍ଚହେବ ।ମହତ୍ତ୍ଵପୂର୍ଣ୍ଣବ୍ୟାପାରରେ ସମାଧାନ ବାହାର ହେବ ।ଅଫିସକାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି ।ଦାମ୍ପତ୍ୟଜୀବନ ସୁଖମୟ ହେବ ।
ମୀନ-ଆଜି ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ ।ପଦପ୍ରତିଷ୍ଠା ବଢିପାରେ ।ଅଚାନକ ଆର୍ଥିକଲାଭ ହେବ ।ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ ।ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment