ଆଜିର ରାଶିଫଳ

୨୦୨୩ ମସିହା ମାର୍ଚ୍ଚ ମାସ ୩୦ ତାରିଖ ଗୁରୁବାର ,ଶ୍ରୀ ରାମନବମୀ ,ବାସନ୍ତୀକ ଦୁର୍ଗାପୂଜାର ମହାନବମୀ ,ଚୈତ୍ରମାସ-ଶୁକ୍ଳପକ୍ଷ ,ତିଥି -ନବମୀ ରା୧୧/୧୬ଗତେ ଦଶମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୫/୪୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୦୮ ,ତୁଳା , କୁମ୍ଭରାଶିର ଘାତବାର ,ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅମୃତବେଳା- ରାତ୍ରି ଘ୧/୮ ଗତେ ଘ୩/୩୨ ମଧ୍ୟେ ,ମାହେନ୍ଦ୍ରବେଳା- ଘ୭/୨୧ ମଧ୍ୟେ , ଦି ଘ୧୦/୩୩ ଗତେ ଘ୧୨/୫୭ ମଧ୍ୟେ ,ଲାଉ ଭକ୍ଷଣ ନିଷେଧ। 
ମେଷ-ଚାକିରିକ୍ଷେତ୍ରରେ ଶୃଙ୍ଖଳାଦେଖାଦେବ। ସୁସମ୍ବାଦପାଇବେ। ଅଯଥାବିବାଦରୁ ଦୂରେଇରହନ୍ତୁ। ଜୀବନସାଥୀ ସହ ସମୟ ଅତିବାହିତ କରିବାର ସୁଯୋଗ ପାଇବେ।
ବୃଷ-ଘରେଖୁସିର ପରିବେଶରହିବ। ଔଷଧବ୍ୟବସାୟୀ ଯଥେଷ୍ଟଲାଭବାନ ହେବେ। ଚାକିରିଆଙ୍କଲାଗି ଦିନଟି ଭଲ ରହିବ। ସ୍କୁଲ୍‌ ଜୀବନରସାଙ୍ଗ ସହିତ ବାର୍ତ୍ତାଳାପହେବ।
ମିଥୁନ-କିଛି ବିଶେଷକାର୍ଯ୍ୟ କରିବାଲାଗି ଦିନଟି ଭଲ। ଆପଣଙ୍କୁ କୌଣସି ନୂଆଦାୟିତ୍ବ ମିଳିପାରେ। ସମାଜରେ ସୁନାମ ଆସିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ଜୀବନ ମଧୁର ରହିବ।
କର୍କଟ-ଆପଣଙ୍କୁ ଯାହାଆବଶ୍ୟକଥିଲା ତାହାପାଖଲୋକଙ୍କ ମାଧ୍ୟମରେପାଇଯିବେ। ଉପରିସ୍ଥକର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଆଶା ରଖିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।
ସିଂହ-ସକାରାତ୍ମକଭାବନା ବଜାୟରଖନ୍ତୁ। ବିବାଦରୁ ଦୂରରେରହନ୍ତୁ। ପରିଶ୍ରମରଫଳ ନିଶ୍ଚୟ ପାଇବେ। ଘରୋଇ କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
କନ୍ୟା-ଆପଣଙ୍କୁ କୌଣସି ବଡ଼ସଫଳତାମିଳିବ। ଲୁଗାବ୍ୟବସାୟୀ ଯଥେଷ୍ଟ ଲାଭବାନ ହେବେ। ଜୀବନ ସାଥୀ ସହିତ ଭଲସମ୍ବନ୍ଧ ରହିବ। ବିଜ୍ଞାନଛାତ୍ର କିଛି ନୂଆଶିକ୍ଷାଲାଭ କରିବେ।

ତୁଳା-ଯୋଜନା ତିଆରି ଏବଂ କାର୍ଯ୍ୟକାରୀ କରିବାପାଇଁ ଚେଷ୍ଟାକରିବେ। କମ୍ ପରିଶ୍ରମରେ ଉପରସ୍ତରକୁ ଉଠି ପାରିବେ। ଆର୍ଥିକସ୍ଥିତି ସୁଦୃଢ଼ରହିବ। ଯେଉଁମାନେ ପ୍ରେମକରୁଛନ୍ତି ତାଙ୍କଲାଗି ଦିନଟି ଭଲରହିବ।
ବିଛା-ଦୀର୍ଘଦିନର ସ୍ଥଗିତକାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କ ସଫଳତାମାର୍ଗରେ କାହାକୁଆସିବାକୁ ଦିଅନ୍ତୁ ନାହିଁ। ଆର୍ଥିକ ମାମଲାରେ ସଫଳ ହୋଇପାରନ୍ତି। ଘରକୁ ବନ୍ଧୁ ଆସିବେ।
ଧନୁ-ଆର୍ଥିକଲାଭର ସମ୍ଭାବନାରହିଛି। ପୂର୍ବଅପେକ୍ଷା ସ୍ବାସ୍ଥ୍ୟ ଭଲରହିବ। ଆପଣଙ୍କନେତୃତ୍ବ ନେବାର ଭୂମିକା ନିର୍ବାହ କରିପାରନ୍ତି। ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନହୋଇଯିବ।
ମକର-ଘରେବଡ଼ମାନଙ୍କଠାରୁ ସହଯୋଗପାଇବେ। ବ୍ୟବସାୟରେ ଉନ୍ନତିହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସାଥୀର ମନପସନ୍ଦ ଜିନିଷ ତିଆରି କରି ଖୁଆନ୍ତୁ।
କୁମ୍ଭ-ଓକିଲଙ୍କର ସମାଜରେ ଖ୍ୟାତିବଢ଼ିବ। କୌଣସିବନ୍ଧୁ ମାଧ୍ୟମରେ ଧନଲାଭହେବ। ଜମିରେ ପୁଞ୍ଜିନିବେଶ ଲାଗି ଦିନଟିଭଲ। ଅଫିସ୍‌ରେ ଆପଣଙ୍କକାମ ଦେଖି ସମସ୍ତେ ଖୁସିହେବେ।
ମୀନ-ଅଧୁରାକାମ ସ˚ପୂର୍ଣ୍ଣ ହୋଇଯିବ। ସାଙ୍ଗମାନଙ୍କସହିତ ନୂଆକାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
ନୀତିବାଣୀ-କୌଣସିବ୍ୟକ୍ତି ଆମର ବନ୍ଧୁ କିମ୍ବା ଶତ୍ରୁହୋଇ ଦୁନିଆକୁ ଆସି ନଥାନ୍ତି,ଆମରବ୍ୟବହାର ଏବଂ କଥା କହିବାଶବ୍ଦ ହିଁ ଲୋକଙ୍କୁ ବନ୍ଧୁ ଏବଂ ଶତ୍ରୁ କରାଇଥାଏ।

 

‼ମା ସିଦ୍ଧିଦାତ୍ରୀ ‼
ମାଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ନବମଦିବସ। ଆରମ୍ଭ ହୋଇଯାଇଛି ପାର୍ବଣରଋତୁ ।ଧରାବତରଣ କରିସାରିଛନ୍ତି ମାଦୁର୍ଗତିନାଶିନୀଦୁର୍ଗା।ପୃଥିବୀର ସବୁଶକ୍ତିଅପେକ୍ଷା ମାତୃଶକ୍ତିଶ୍ରେଷ୍ଠ । ମାଦୁର୍ଗା ଏହି ମାତୃଶକ୍ତିରପ୍ରତୀକ ।ଜଗତଜନନୀ ମାଆଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି ।ବିଶ୍ୱର କଲ୍ୟାଣମୟୀସେ ।ଜଗତଜନନୀ, ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା,ତୃଷ୍ଣା,ଶ୍ରଦ୍ଧା,ଲକ୍ଷ୍ମୀ,ଦୟା, ଭ୍ରାନ୍ତିରୂପରେ ସେ ସଂସ୍ଥିତା। ଆଜି ହେଉଛି ମହାମାୟୀଙ୍କ ନବଦିନାତ୍ମକ ପୂଜାର ନବମଦିବସ । ସିଦ୍ଧିଦାତ୍ରୀରୂପରେ ମାଆ ଆଜି ଆରାଧିତା ହେବେ । ସିଦ୍ଧିଦାତ୍ରୀ:-ନବରାତ୍ରର ନବମ ବା ଶେଷଦିବସରେ ଦେବୀଙ୍କୁ ଏହିସ୍ୱରୂପରେ ଉପାସନାକରାଯାଏ। ଏହିରୂପରେ ପଦ୍ମାସନାଦେବୀ ଚତୁର୍ଭୂଜା ଓ ହାତରେଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣକରିଥାନ୍ତି।କେତେକ ଧର୍ମଗ୍ରନ୍ଥରେ ତାଙ୍କର ବାହାନ ସିଂହଭାବେ ଦର୍ଶାଯାଇଥିବାବେଳେ ସେ ପଦ୍ମଉପରେ ଉପବେଶନ କରିଥାନ୍ତି । ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗାପୂଜା ସମ୍ପୂର୍ଣ୍ଣ ହୋଇଥାଏ।ଆଜିର ଦିନଟି ମଙ୍ଗଳମୟ ହେଉା !!ଜୟଜଗନ୍ନାଥ ,ଜୟସୋମନାଥ, ଜୟମାଯୋଗମାୟା, ଜୟମାଦୁର୍ଗା!!

 

 

 

Comments (0)
Add Comment