୨୦୨୪ମସିହା ଅଗଷ୍ଟମାସ ୨୪ତାରିଖ ଶନିବାର।ଶ୍ରୀମନ୍ଦିରେ ରେଖା ପଞ୍ଚମୀ ଉତ୍ସବ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାହୁ ରେଖା ଲାଗି, ପଶ୍ଚିମ ଦ୍ବାରରେ ଘଣ୍ଟାକର୍ଣ୍ଣ ମହୋତ୍ସବ, “ଶ୍ରୀପୁରୁଷୋତ୍ତମ ଶ୍ରୀ ଭୂବନେଶ୍ବର କ୍ଷେତ୍ର ପ୍ରସାଦୟୋରୁଦୟ ବେଧ ଏବଂ ଗୃହ୍ୟତେ ।ଇତି। ଗଦାଧରେ।ସୁର୍ଯ୍ୟୋଦୟ- ଘ୫/୩୩/୬ ,ସୂର୍ଯ୍ୟାସ୍ତ- ଘ୬/୫/୧୪ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି-ପଞ୍ଚମୀ ଦିବା ଘ୮/୧ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଅଶ୍ବିନୀ ନକ୍ଷତ୍ର ସନ୍ଧ୍ୟା ଦ୬/୫୩ମିପର୍ଯ୍ୟନ୍ତ ତଦନ୍ତେ ଦ୍ବିଜାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ଦିବା ଘ୮/୧ମି ପରେ ପଶ୍ଚିମ ଦିଗରେ। ଶନିବାର, ଅଗନ୍ତବ୍ୟ ତିଥିଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, କର୍କଟ,ତୁଳା,ବିଛା,ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ମେଷ ରାଶିରଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିରଘାତବାର।ତାରାଶୁଦ୍ଧି-୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ସନ୍ଧ୍ୟା ଘ୬/୫୩ମି ପରେ ୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲ ଏବଂ ଦିବା ଘ୮/୧ମିପରେ ନିମ୍ବଭକ୍ଷଣ ନିଷେଧ।ଅଶୁଭବେଳା— (କାଳବେଳା) ପ୍ରାତଃ ଘ୫/୩୩ମି ରୁ ଘ୭/୭ମି ମଧ୍ୟେ, ଦିବା ଘ୪/୨୯ମି ରୁ ଘ୬/୫ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୧/୨୧ମି ରୁ ଘ୨/୫୫ମି ପର୍ଯ୍ୟନ୍ତ।(କାଳରାତ୍ରି) ସୂର୍ଯ୍ୟାସ୍ତ ଘ୬/୫ମି ରୁ ଘ୭/୨୯ମି ମଧ୍ୟେ,ରାତ୍ରି ଘ୪/୮ମି ରୁ ଘ୫/୩୩ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା) ଦିବା ଘ୯/୩୪ମି ରୁ ଘ୧୨/୪୬ମି ମଧ୍ୟେ, ଘ୭/୫୮ମି ରୁ ଘ୧୦/୨୨ମି ମଧ୍ୟେ,ରାତ୍ରି ଘ୮/୨୫ମି ରୁଘ୧୦/୪୯ମି ମଧ୍ୟେ, ଘ୧୨/୨୫ମି ରୁ ଘ୨/୧ମି ମଧ୍ୟେ, ଘ୨/୪୯ମି ରୁ ଘ୪/୨୫ମିପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ନାହିଁ।ପୁଷ୍କରଦୋଷ- ମୃତବ୍ୟକ୍ତିଙ୍କ ୧ପାଦ ବାର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ- କନ୍ୟାର ସନ୍ଧ୍ୟା ଘ୬/୫୩ମି ପରେ ଦଶମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ବେଶ୍ୟା। ଘୃତକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ।ଶୁଭକର୍ମ- ନାହିଁ।
🐏ମେଷ-ଚିନ୍ତାମୁକ୍ତ ହୋଇପାରନ୍ତି। ମନରେ ସେବା ଭାବନା ଜାଗ୍ରତ ହେବ। ଆକସ୍ମିକ ଭାବେ ବ୍ୟବସାୟରୁ ଲାଭ ପାଇବେ। କୃଷି କ୍ଷେତକୁ ତ୍ବରାନ୍ବିତ କରିବେ। ଯାନବାହନ ଲାଭ ହେବ। ଗୃହ ପରିବେଶ ଠିକ୍ ରହିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
🐮ବୃଷ-ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବେ। କର୍ମକ୍ଷେତ୍ର ଏପରିକି ସର୍ବସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅର୍ଥ ଓ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ମଉଜ ମଜଲିସ୍ କରିବେ।
👩❤️👨ମିଥୁନ-ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡ଼ିବ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ହୃଷ୍ଟଚିତ୍ତ ଓ ଅତିସୁଖୀ ହୋଇପାରନ୍ତି। କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ।
🦀କର୍କଟ-ପ୍ରୀତି ଭୋଜନ ମିଳିପାରେ। ଦେବ ଦର୍ଶନ ଓ ପୂଜାର୍ଚ୍ଚନାରେ ଲିପ୍ତ ରହିବେ। ଆୟ ପରିମାଣ ବୃଦ୍ଧି ପାଇବ। ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
🦁ସିଂହ-କର୍ମକ୍ଷେତ୍ରରୁ ପ୍ରତିବନ୍ଧକ ଦୂରୀଭୂତ ହେବ। ଅତିଥି ସତ୍କାର ପାଇଁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମନସ୍କାମନାପୂର୍ଣ୍ଣ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ବିବାଦର ସୁସମାଧାନ ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ମଧୁରଭାଷୀ ହେବେ।
🙎♀️କନ୍ୟା-କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ହସଖୁସିରରେ ସମୟ ବିତାଇ ପାରନ୍ତି। ବିଭିନ୍ନ ସ୍ତରରୁ ସ୍ନେହ-ଶ୍ରଦ୍ଧା ଲାଭ କରିବେ। ଲୋକପ୍ରିୟତା ବୃଦ୍ଧି ହେବ। ସମ୍ମାନିତ ହେବେ। ଯାନବାହନ ସୁଖ ମିଳିବ। ପ୍ରସନ୍ନତା ଲାଭ କରିବେ।
⚖️ତୁଳା-ହଜି ଥିବା ଦ୍ରବ୍ୟ ପୁନର୍ବାର ହସ୍ତଗତ ହେବ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ମନରେ ସେବା ଭାବନା ଜାଗରିତ ହେବ। ପୂଜାର୍ଚ୍ଚନାରେ ନିମଜିତ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଗୃହରେ ଶାନ୍ତି ବିରାଜମାନ କରିବ।
🦂ବିଛା-ସଫଳତାର ସୂଚନା ମିଳିପାରେ। ଭ୍ରମଣ ଯୋଗ ରହିଛି। ପ୍ରତିଯୋଗିତାରେ ବିଜୟୀ ହେବେ। ଯଶସ୍ବୀ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳା ସାହାଯ୍ୟ କରିପାରନ୍ତି।
🏹ଧନୁ-ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞତା ଅର୍ଜନ କରିପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ମାନସିକ ସ୍ତରରେ କ୍ଳେଶ ଉପୁଜିବାର ସମ୍ଭାବନା ଅଛି। ସ୍ବାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
🐊ମକର-ପିତାଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। କର୍ତ୍ତବ୍ୟ ପରାୟଣ ହେବେ। ପଡ଼ୋଶୀଙ୍କ ସହ ବୁଝାମଣା ଉତ୍ତମ ସ୍ଥିତିରେ ରହିବ। ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ରହିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ମିଳିବ।
🏺କୁମ୍ଭ-ପିଲାଙ୍କ ପଢ଼ାପଢ଼ି ପାଇଁ ବ୍ୟସ୍ତ ରହିବେ। କଳ୍ପନା ବିଳାସୀ ହୋଇପାରନ୍ତି। ମନରେ ସରସତା ଆସିବ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ଚଞ୍ଚଳ ଚେଷ୍ଟିତ ହେବେ।
🐟ମୀନ-ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ। ହଠାତ୍ କିଛି ଅର୍ଥ ପାଇ ଚିନ୍ତାମୁକ୍ତ ହେବେ। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି। ବାଣିଜେ ବସତି ଲକ୍ଷ୍ମୀ ଯୋଗ ଅଛି। ଋଣ ପରିଶୋଧ କରି ଚିନ୍ତାମୁକ୍ତ ହେବେ। ସୁଖୀ ହୋଇପାରନ୍ତିû
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
ଶନିଦେବଙ୍କୁ ଶାନ୍ତି କରିବାପାଇଁ ଉପାୟ…
ହିନ୍ଦୁଧର୍ମରେ ଦାନକରିବା ପୁଣ୍ୟରକାର୍ୟ୍ୟ ବୋଲି ମାନ୍ୟତା ରହିଛି। ଶନିବାରଦିନ ରାଶି, କଳାବିରି, ତେଲ,ଗୁଡ,କଳା ବସ୍ତ୍ର କିମ୍ବା ଲୁହାର ଦାନ କରିବାଦ୍ୱାରା ଶନିଦେବଙ୍କକୃପା ସର୍ବଦା ରହିଥାଏ। ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ
ଅନେକ ପରିଶ୍ରମ କରିବାପରେ ମଧ୍ୟ ଫଳ ନମିଳିବା, ଚାକିରି ନମିଳୁଥାଏ, ଶନିବାରଦିନ ଅଶ୍ୱତ୍ଥବୃକ୍ଷମୂଳରେ ୯ଟି ଦୀପ ଲଗାନ୍ତୁ। ଏହାପରେ ପରିକ୍ରମା କରନ୍ତୁ। ଏହାଦ୍ୱାରା ଚାକିରିମିଳିବା ସହ ଶନିଦେବ ପ୍ରସନ୍ନ ହୋଇଥାଆନ୍ତି।
ଆର୍ଥିକ ସମସ୍ୟା ଲାଗି ରହୁଥିଲେ, ଅଯଥାରେ ଟଙ୍କା ଖର୍ଚ୍ଚ ହେଉଥିଲେ, ଏହି ସମସ୍ୟାରୁ ମୁକ୍ତି ପାଇବାପାଇଁ ଶନିବାରଦିନ ଦୀପ ଲଗାଇବା ସମୟରେ ଏକ ଲବଙ୍ଗ ସେଥିରେପକାନ୍ତୁ।ଏହାଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି। ଆର୍ଥିକକ୍ଷେତ୍ରରେ ଉନ୍ନତି ହୋଇଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ।ଯେଉଁମାନଙ୍କ ଜାତକରେ ଶନି ଦୋଷ ଅଛି, ଶନିବାର ଦିନ ଶନିଙ୍କମନ୍ତ୍ର ଜପକରନ୍ତୁ। ଘରେ କିମ୍ବା ମନ୍ଦିର ଯାଇ ଏହି ମନ୍ତ୍ରର ଜପ କରି ପାରିବେ।
ଶନିବାରଦିନ ଶନିଙ୍କକୃପା ପ୍ରାପ୍ତିପାଇଁ କାଉ, କଳାରଙ୍ଗରକୁକୁରକୁ ରୁଟିଖାଇବାକୁ ଦିଅନ୍ତୁ। ମାନ୍ୟତା ଅନୁଯାୟୀ, ଶନିଦେବ ପ୍ରସନ୍ନ ହେବା ସହ କୃପା ପ୍ରାପ୍ତି ହୋଇଥାଏ।