ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୭ତାରିଖ ରବିବାର। ଶ୍ରୀମନ୍ଦିରରେ ପବିତ୍ରାଧିବାସ, ଶ୍ରୀମନ୍ଦିରେ ଓ ରାମାନୁଜ ଭିନ୍ନ ସର୍ବସମ୍ମତ ପବିତ୍ରାରୋପଣ (ପୁତ୍ରଦା)ଏକାଦଶୀ, ଉତ୍କଳେ ସର୍ବତ୍ର ଝୁଲଣଯାତ୍ରାରମ୍ଭ, ରବିନାରାୟଣ ବ୍ରତ।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୩/୨୬ ,ସୂର୍ଯ୍ୟାସ୍ତ-ଘ୬/୩/୧୨ ,ଶ୍ରାବଣମାସ ,ଶୁଦ୍ଧଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି-ଏକାଦଶୀ ରାତ୍ରିଘ୯/୩୮ମିପର୍ଯ୍ୟନ୍ତ ତଦନ୍ତେଦ୍ବାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀଆଗ୍ନେୟ କୋଣରେ,ରାତ୍ରି ଘ୯/୩୮ମି ପରେ ନୈର୍ଋତକୋଣରେ। ଅଗନ୍ତବ୍ୟତିଥି, ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବାଘ୧୦/୫୩ମିମଧ୍ୟେ ଯାତ୍ରାଶୁଭ। ଅଗ୍ନିକୋଣ, ଐଶାନ୍ୟକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ଶିମ୍ବ ରାତ୍ରି ଘ୯/୩୮ମି ପରେ ପୋଇଶାଗ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବା ଘ୧୦/୯ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୧୪ମି ରୁ ଘ୨/୪୧ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବାଘ୬/୨୨ମି ରୁ ଘ୯/୩୪ମି ମଧ୍ୟେ, ରାତ୍ରି ଘ୭/୩୬ମି ରୁ ଘ୯/୧୨ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟୋଦୟ ରୁ ଦିବାଘ୬/୨୨ମି ମଧ୍ୟେ, ଘ୧୨/୪୬ମି ରୁ ଘ୧/୩୪ମି ମଧ୍ୟେ, ରାତ୍ରି ଘ୬/୪୮ମି ରୁ ଘ୭/୨୬ମି ମଧ୍ୟେ, ଘ୧୨/୨୪ମି ରୁ ଘ୩/୩୬ମି ପର୍ଯ୍ୟନ୍ତ। ଶୁଭକର୍ମ:- ସୂର୍ଯ୍ୟୋଦୟରୁ ଦିବା ଘ୭/୫୭ମି ମଧ୍ୟେ ୧୯ ନକ୍ଷତ୍ରେ ବୃକ୍ଷରୋପଣ, ଔଷଧକରଣ ଓ ସେବନ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ଦିବା ଘ୭/୫୭ମି ପରେ ଦିବା ଘ୧୦/୫୩ମି ମଧ୍ୟେ ୨୦ ନକ୍ଷତ୍ରେ ନୌକାଚାଳନ, ଯାତ୍ରା, ବାଣିଜ୍ୟକରଣ, ଦିବା ଘ୧୦/୫୩ମି ମଧ୍ୟେ ୧୯ ଓ ୨୦ ନକ୍ଷତ୍ରେ ଉଗ୍ରଦେବତା ପ୍ରତିଷ୍ଠା, ନୌକାଗଠନ।
ମେଷ- ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।
ବୃଷ- ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ-ଆଜି କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ-ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସିଂହ-ମାଆ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା- ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା-ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା-ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିବ।
ଧନୁ-ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର- ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।
କୁମ୍ଭ-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
ମୀନ- ଆଧାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment