ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୮ତାରିଖସୋମବାର। ରାମାନୁଜ ବୈଷ୍ଣବ ସମ୍ମତ ଏକାଦଶୀ, ବିଷ୍ଣୁ ପବିତ୍ରାରୋପଣ ଉତ୍ସବ, ଆଖେଟକପର୍ବ।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୩/୪୦ ,ସୂର୍ଯ୍ୟାସ୍ତ-ଘ୬/୨/୨୪ ,ଶ୍ରାବଣ ମାସ ,ଶୁଦ୍ଧଶୁକ୍ଳପକ୍ଷ ,ଚ଼ନ୍ଦ୍ରବାସ ,ତିଥି- ଦ୍ବାଦଶୀ ସନ୍ଧ୍ୟାଘ୬/୩୬ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର- ପୂର୍ବାଷାଢ଼ାନକ୍ଷତ୍ର ପ୍ରାତଃଘ୬/୪ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢ଼ାନକ୍ଷତ୍ର କ୍ଷୟରାତ୍ରି ଘ୩/୩୬ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ସନ୍ଧ୍ୟାଘ୬/୩୬ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟତିଥି ଦୋଷହେତୁ ସନ୍ଧ୍ୟା ଘ୬/୩୬ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଦିବା ଘ୧୧/୨୬ମି ପରେ ସିଂହ ରାଶିରଘାତଚନ୍ଦ୍ର ।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ପୋଇଶାଗ, ସନ୍ଧ୍ୟାଘ୬/୩୬ମି ପରେ ବାଇଗଣ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବାଘ୭/୮ମି ରୁ ଘ୮/୪୧ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୧୦/୨୦ମି ରୁ ଘ୧୧/୪୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୭/୧୧ମି ମଧ୍ୟେ, ଘ୧୦/୨୩ମି ରୁ ଘ୧୨/୪ମି ମଧ୍ୟେ, ରାତ୍ରି ଘ୬/୪୭ମି ରୁ ଘ୯/୧୧ମି ମଧ୍ୟେ, ଘ୧୧/୩୫ମି ରୁ ଘ୨/୪୭ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୩/୧୧ମି ରୁ ଘ୪/୪୭ମି ପର୍ଯ୍ୟନ୍ତ। ଶୁଭକର୍ମ:-ଅଦ୍ୟ ୨୦ / ୨୧ ନକ୍ଷତ୍ରେ ଉଗ୍ରଦେବତା ପ୍ରତିଷ୍ଠା, ବାଣିଜ୍ୟକରଣ, ପ୍ରାତଃ ଘ୬/୪ମି ପରେ ୨୧ ନକ୍ଷତ୍ରେ ନବଦୋଳାଦ୍ୟାରୋହଣ, ବୃକ୍ଷରୋପଣ, ନବାନ୍ନ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ଅଳଙ୍କାର ଭୂଷଣ, ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ, ଦିବା ଘ୧୦/୫୭ମି ମଧ୍ୟେ ଧାନ୍ୟଚ୍ଛେଦନ, ଦେବତାଗଠନ, ରାତ୍ରୌ ନିଷେକ‌।
ମେଷ-ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକଦିଗରେ ରୁଚିବଢିବ । ନୂତନକାର୍ଯ୍ୟ ଆରମ୍ଭ କରନ୍ତୁନାହିଁ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।
ବୃଷ-ଆଜି ମିତ୍ରଙ୍କସହ ସାକ୍ଷାତ ହୋଇପାରେ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ । ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ । ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।
ମିଥୁନ-ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।
କର୍କଟ-ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ । ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ । ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ ।
ସିଂହ-ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ ।
କନ୍ୟା-ଆଜି ଶତ୍ରୁ ପରାଜୟ ହୋଇପାରେ । ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ । ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।

ତୁଳା-ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ । ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ । ବ୍ୟାପାରରେ ହାନି ହୋଇପାରେ । ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।
ବିଛା-ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ । କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ । ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ । ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।
ଧନୁ-ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ । ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ। ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।
ମକର-ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ । ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ । ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ। ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ ।
କୁମ୍ଭ-ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ ।କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପାରରେ ନିବେଶ ଶୁଭ ରହିବ । ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ ।
ମୀନ-ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ । ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ । ବ୍ୟାପାରରେ ବାଧା ଆସିପାରେ । ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ ।

 

Comments (0)
Add Comment