ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୪ ତାରିଖ ରବିବାର।ଅଦ୍ୟ ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟଦାନ, ଶ୍ରୀମନ୍ଦିରରେ ରାଜାଗ୍ନ୍ୟୁତ୍ସବ ବା ମେଣ୍ଢାପୋଡ଼ି, ସର୍ବତ୍ର ରାଜାଗ୍ନ୍ୟୁତ୍ସବ, ଓଳକଣା ମେଳନ, ହୋଲିକା ଦହନ।ସୁର୍ଯ୍ୟୋଦୟ- ଘ୫/୫୧/୦,ସୂର୍ଯ୍ୟାସ୍ତ- ଘ୫/୫୫/୨୬,
ଫାଲ୍ଗୁନମାସ,ଶୁକ୍ଳପକ୍ଷ,ଆଦିତ୍ୟବାସ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୦/୪ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ନକ୍ଷତ୍ର- ପୂର୍ବାଫାଲ୍ଗୁନୀ ନକ୍ଷତ୍ର ଦିବା ଘ୮/୨୪ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଲ୍ଗୁନୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ। ଦିବା ଘ୧୦/୪ମି ପରେ ବାୟବ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ଶନି ମଙ୍ଗଳସପ୍ତ ପରେ ରବିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– କର୍କଟ ଓ ମକର ରାଶିର ଏବଂ ଦିବା ଘ୩/୯ମି ପରେ ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପୂର୍ଣ୍ଣିମାର ପାର୍ବଣଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ- ବିରି ଦିବା ଘ୧୦/୪ମିପରେ ଆମିଷ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବା ଘ୧୦/୧୯ମି ରୁ ଘ୧/୨୨ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୧୯ମି ରୁ ଘ୨/୪୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ପ୍ରାତଃ ଘ୬/୩୬ମି ରୁ ଦିବା ଘ୯/୪୮ମି ମଧ୍ୟେ, ଦିବା ଘ୧/୦ମି ରୁ ଘ୧/୪୮ମି ମଧ୍ୟେ, ସନ୍ଧ୍ୟା ଘ୬/୪୪ମି ରୁ ରାତ୍ରି ଘ୭/୩୨ମି ମଧ୍ୟେ, ଘ୧୨/୨୦ମି ରୁ ଘ୩/୩୨ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ ପାଦ ବାର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଭୂମିଦାନ। ଦିବା ଘ୮/୨୪ମି ପରେ ୨ ପାଦ। ବାର ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳ ସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ର କନ୍ୟାର ଦିବା ଘ୮/୨୪ମି ମଧ୍ୟେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ସୁଭଗା। ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଓ ଦାନ କରଣୀୟ।ବାର ଓ ତିଥି ଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ), ଦିବା ଘ୧୦/୪ମିଗତେ ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ)।ଶୁଭକର୍ମ- ନାହିଁ।
🐏ମେଷ👉ଆଳସ୍ୟ ଅନୁଭବ କରିପାରନ୍ତି।ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ।କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି।ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।
🐮ବୃଷ👉ଭ୍ରମଣାଦି ଶାନ୍ତିପୂର୍ଣ୍ଣ ହେବ। ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୃଷି କର୍ମକାରୀ ହେବେ। ଯାନବାହନ ସୁଖ ମିଳିବ। ସୁଖଭୋଗ ଲାଭ କରିବେ।
👩‍❤️‍👨ମିଥୁନ👉ପ୍ରେମ ଘଟଣାରେ ସଫଳ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଭ୍ରାତୃଭାବ ଅତୁଟ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରଜ୍ଞ ହେବେ।
🦀କର୍କଟ👉କୌଣସି କାର୍ଯ୍ୟକୁ ନେଇ ନିଜେ ନିଜକୁ ସଙ୍କୁଚିତ ମନେ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଧନାଗମ ହେବାର ସୂଚନା ମିଳୁଛି। ମିଷ୍ଟଭାଷୀ ହୋଇପାରନ୍ତି। ଚଞ୍ଚଳମନା, କୀର୍ତ୍ତିମାନ୍‌, ଅତି ସୁଖୀ ହେବେ।
🦁ସିଂହ👉 ବାଣିଜ୍ୟବ୍ୟବସାୟରେ ଆୟବୃଦ୍ଧି ହେବ।ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି।ଉନ୍ନତି ମାର୍ଗରେ ଆଗକୁବଢ଼ିବେ।ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ।ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ।
🙎‍♀️କନ୍ୟା👉ବିପଦର ସୂଚନା ପାଇପାରନ୍ତି। କାର୍ଯ୍ୟ କଷ୍ଟସାଧ୍ୟ ହୋଇପାରେ। ଅସୁବିଧାରୁ ଉଧୁରିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କଅଁଳ କଥାରେ ଅନ୍ୟକୁ ଭୁଲାଇ ପାରିବେ। ଚଞ୍ଚଳ ପ୍ରକୃତିର ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
⚖️ତୁଳା👉 ଚିନ୍ତାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତିଭୋଜନ ମିଳିପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ।
🦂ବିଛା👉ଧନ ସଞ୍ଚୟ ପାଇଁ ମନ ବଳାଇ ପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଭୋଗ-ବିଳାସ କରିପାରନ୍ତି। ସମ୍ମାନ ବୃଦ୍ଧି ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ପ୍ରବଳ ଉଦ୍ୟମ କରି କାର୍ଯ୍ୟ ହାସଲ କରିବେ।
🏹ଧନୁ👉 ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ମନରେ ଭକ୍ତିଭାବ ଜାଗ୍ରତ ହେବ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।
🐊ମକର👉ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଆପଣଙ୍କ ପାଇଁ ପୀଡ଼ାଦାୟକ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ-ବ୍ୟବସାୟ ଲାଭଜନକ ହୋଇପାରେ।
🏺କୁମ୍ଭ👉 ଯାନବାହନ କିଣିବାର ସୁଯୋଗ ସୃଷ୍ଟି ହୋଇଛି। ସମ୍ମାନିତ ହେବେ। ଦାୟିତ୍ବ ନିର୍ବାହ କରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ସୁଖ ମିଳିବ। ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ। ବନ୍ଧୁ ସହାୟତା ମିଳିବ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।
🐟ମୀନ👉କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ।ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି।ବଳବାନ୍‌ ହେବେ।ଶତ୍ରୁଦମନ କରିବାରେ ସକ୍ଷମ ହୋଇପାରନ୍ତି।ଜନକଲ୍ୟାଣ ଲାଭ କରିବେ।
!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment