ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୮ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୪୭/୩୩ ,ସୂର୍ଯ୍ୟାସ୍ତ- ଘ୫/୫୬/୨୭ ,ଚୈତ୍ରମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ତୃତୀୟା ସନ୍ଧ୍ୟା ଘ୬/୫୮ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ନକ୍ଷତ୍ର- ସ୍ବାତୀନକ୍ଷତ୍ର ରାତ୍ରି ଘ୭/୨୦ମିପର୍ଯ୍ୟନ୍ତ ତଦନ୍ତେ ବିଶାଖାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ।ସନ୍ଧ୍ୟା ଘ୬/୫୮ମି ପରେ ନୈର୍ଋତକୋଣରେ।ରିକ୍ତାତିଥି,ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ପ୍ରାତଃଘ୬/୪ମି ମଧ୍ୟେ ଯାତ୍ରା ଶୁଭ।ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ପଟୋଳ, ସନ୍ଧ୍ୟା ଘ୬/୫୮ମିପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୫୩ମି ରୁ ସୂର୍ଯ୍ୟାସ୍ତ ଘ୫/୫୬ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧୧/୪୯ମି ରୁ ଘ୧/୧୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ରାତ୍ରି ଘ୧/୯ମି ରୁ ଘ୩/୩୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ସୂର୍ଯ୍ୟୋଦୟରୁ ଦିବା ଘ୭/୨୦ମି ମଧ୍ୟେ,ଘ୧୦/୩୨ମି ରୁ ଘ୧୨/୫୬ମି ମଧ୍ୟେ।ପୁଷ୍କରଦୋଷ- ଅଦ୍ୟମୃତ ବ୍ୟକ୍ତିର ରାତ୍ରି ଘ୭/୨୦ମି ମଧ୍ୟେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ।ଫଳଂଗୋତ୍ରବଂଶ ସନ୍ତାନiନ୍ତତିର ବିନାଶ ଓ ତିଳସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ (ମତାନ୍ତରେବିପୁତ୍ରା) ଶାନ୍ତିକରଣୀୟ। (ଶିବଙ୍କଠାରେ ଜଳାଭିଷେକ)।ଶୁଭକର୍ମ- ସ୍ବାତୀନକ୍ଷତ୍ରେ ବୃକ୍ଷରୋପଣ ,ନାମକରଣ, ନିଷ୍କ୍ରାମଣ, ନାଟ୍ୟାରମ୍ଭ, କ୍ରୟ ବାଣିଜ୍ୟକରଣ,ନବବସ୍ତ୍ରାଳଙ୍କାରଧାରଣ, ନୌକାଯାତ୍ରା ଓ ଗଠନ, ଦେବତାଗଠନ ଓ ପ୍ରତିଷ୍ଠା, ବ୍ରତୋପନୟନ, ନୂତନଗୃହ ପ୍ରବେଶ ଓ ପ୍ରତିଷ୍ଠା, ନବଦୋଳାଦ୍ୟାରୋହଣ, ନବଶଯ୍ୟାସନାଦ୍ବୁପଭୋଗ,ଦୀକ୍ଷାଗ୍ରହଣ,ନୂତନଯାନାରୋହଣ।
ମେଷ-ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ।
ବୃଷ-ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେବେ। ସୁଖୀ ହେବେ। ବ୍ୟକ୍ତିତ୍ବ ବିକଶିତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
ମିଥୁନ-ଦୀର୍ଘ ଦିନର ଆଶା ପୂରଣ ହେବ। ମନୋବଳ ଦୃଢ଼ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
କର୍କଟ-ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
ସିଂହ-ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ବୀରତ୍ବର ପରିପ୍ରକାଶ ଘଟାଇ ପାରନ୍ତି। ମାଲି-ମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ।
କନ୍ୟା-ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ଧର୍ମ ମାର୍ଗରେ ଧନ ଖର୍ଚ୍ଚ କରିପାରନ୍ତି। ସାହସୀ, ଜ୍ଞାନୀ ଓ ଗୁପ୍ତବିଦ୍ୟାଯୁକ୍ତ ହେବେ।
ତୁଳା-ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି।
ବିଛା-ଶ୍ରମ ସାର୍ଥକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ପରିବାର ପ୍ରତି ସ୍ନେହ, ସଦିଚ୍ଛାଭାବ ରହିବ।
ଧନୁ-ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ସମୟ ବିତାଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ତାରୁଣ ରୂପରେ ଅଧିକାରୀ ହେବେ।
ମକର-କୃତକର୍ମର ଫଳ ଭୋଗ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଲୋଡ଼ା। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
କୁମ୍ଭ-ଅଟକି ଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। ବନ୍ଧୁ ସହଯୋଗ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିୟୋଜିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଜନୈକ ମହିଳାଙ୍କ ପରାମର୍ଶ ଉପାଦେୟ ହେବ।
ମୀନ-ଯେକୌଣସିମତେ କାର୍ଯ୍ୟ ହାସଲ କରିପାରନ୍ତି। ଶତ୍ରୁ ଉପରେ କଡ଼ାନଜର ରଖିବାକୁ ପଡ଼ିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
!!ଜୟ ଜଗନ୍ନାଥ,ଜୟସୋମନାଥ, ଜୟମା ଯୋଗମାୟା!!

 

 

Comments (0)
Add Comment