ଆଜିଠାରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼,୨୭ା୧୨(ଏସଏସନିଉଜ) କମ୍ପିବ ବରଗଡ଼, ଶୁଭିବ କଂସଙ୍କ ଅଟ୍ଟହାସ୍ୟ । ମଥୁରା ସାଜିବ ବରଗଡ ଓ ଗୋପପୁର ସାଜିବ ଅମ୍ବାପାଲି। ସଜେଇ ହୋଇଛି ମଥୁରା ଓ ଗୋପପୁର। ଆଜିଠାରୁ ୧୧ଦିନ ଧରି ବରଗଡ଼ରେହେବ ବିଶ୍ଵପ୍ରସିଦ୍ଧଧନୁଯାତ୍ରା ଏଥିପାଇଁ ସବୁପ୍ରକାରର ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି। ଉଭୟ ମଥୁରା ଏବ˚ ଗୋପପୁରରେ ଯାତ୍ରା ଆୟୋଜନ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି।ଧନୁଯାତ୍ରାପାଇଁ ସହର ଏବେ ଆଲୋକମାଳାରେ ଝଲସୁଛି। ମୁଖ୍ୟତୋରଣ ଅତିଥିଙ୍କୁ ସ୍ବାଗତ କରିବାପାଇଁ ପ୍ରସ୍ତୁତ ହୋଇସାରିଛି। ସହରକୁ ସଂଯୋଗ କରୁଥିବା ସବୁରାସ୍ତାରେ ଆଲୋକ ଖଚିତତୋରଣ ଲାଗିଛି। ମହାରାଜକଂସଙ୍କ ରାଜଦରବାର ଏବଂ ରଙ୍ଗମହଲ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ମହାରାଜଙ୍କପାଇଁ ହାତୀ, ମନ୍ତ୍ରୀବର୍ଗଙ୍କ ସକାଶେ ଓଟ ପହଁଚିସାରିଲେଣି। ଏଥିସହିତ, ମଥୁରା ନଗରୀରେ କ˚ସ ମହାରାଜଙ୍କ ପ୍ରକୋପର ଝଲକ କାନ୍ଥବାଡ଼ରେ ଦେଖିବାକୁ ମିଳୁଛି। ରଙ୍ଗମହଲ ସମେତ ଅନ୍ୟ ସ୍ଥାନରେ ସାଜସଜ୍ଜା ପ୍ରାୟତଃ ଶେଷ ହୋଇଥିବାର ଜଣାପଡିଛି ।

Comments (0)
Add Comment