ଆଖିବୁଜିଲେ ମହାରାଜ୍

ଭୁବନେଶ୍ବର:୧୦/୧(ଏସଏସଏନ) ଆଖିବୁଜିଲେ  ଗଜପତି  ଜିଲ୍ଲା ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେଓ ।ଦୀର୍ଘ ଅଢ଼େଇ ବର୍ଷ ଧରି ସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଥିଲେ। ଶୁକ୍ରବାର ଭୋର ପ୍ରାୟ ୪ଟା ସମୟରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ହୋଇଥିଲା। ମହାରାଜା ଗୋପୀନାଥ ଗଜପତି ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମହାରାଜାଙ୍କ ମୃତ୍ୟୁ ପରେ ଜିଲାରେ ଶୋକର ଛାୟା ଖେଳିଯାଇଛି। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମହାରାଜାଙ୍କ ଶେଷ ଦର୍ଶନ କରିଛନ୍ତି।

Comments (0)
Add Comment