ଆଲବମ କୁଇନ ଦୀପା ସାହୁ ଗୁରୁତର

ଭୁବନେଶ୍ବର,୨୦/୬(ଏସଏସନିୟୁଜ)ବିଗତ ଦିନରେ ଆଲବମରେ ଅଭିନୟ କରି ସମସ୍ତଙ୍କ ପ୍ରିୟଭାଜନ ହୋଇଥିବା-ଓଡିଆ ଆଲବମ୍ କୁଇନ ତଥା ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର । ଦୀପାଙ୍କୁ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ବର୍ଷ ଧରି ଜରାୟୁ କର୍କଟରେ ପୀଡ଼ିତ ହୋଇ ଅଭିନେତ୍ରୀ ଦୀପା ଚିକିତ୍ସିତ ହେଉଥିଲେ । କିଛିଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା । ଅଧିକ ଗୁରୁତର ହୋଇପଡିବାରୁ ଦୀପାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।ଗୋଟେପଟେ ଚିକିସ୍‌। ପାଇଁ ଅର୍ଥର ବାଧକ ରହିଥିବାବେଳେ ଅନ୍ୟପଟେ ଫିଲ୍ମ ଜଗତର କିଛି ବନ୍ଧୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଭର୍ତି କରିଥିବାର ଜଣାପଡିଛି ।ଗତକିଛି ବର୍ଷ ହେବ ସେ ଆଲବମ ଠାରୁ ଦୁରେଇ ରହିଥିବାର ଦେଖିବାକୁ ମିଳିଛି ।

Comments (0)
Add Comment